Posted inଜାତୀୟ

୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା

ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ ବଳାତ୍କାର କରିବା ପରେ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ବାରମ୍ବାର ବଳାତ୍କାର ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ପୀଡ଼ିତା।

ପୋଲିସ ଅଧିକାରୀ ପରମେଶ୍ୱରୀ କହିଛନ୍ତି, ୪୫ ବର୍ଷୀୟ ବାପାଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା। ୨ ବର୍ଷ ତଳେ ପୀଡ଼ିତାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ପ୍ରଥମ ଥର ବଳାତ୍କାର କରିଥିଲେ ଅଭିଯୁକ୍ତ ବାପା। ଏହାପରେ ବହୁ ବାର ବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ତେବେ ପୀଡ଼ିତା ଏ ସମ୍ପର୍କରେ ପ୍ରଥମେ ଜଣେ ସାମାଜିକ କର୍ମୀଙ୍କୁ ଜଣାଇଥିଲେ। ଉକ୍ତ ସାମାଜିକ କର୍ମୀ ଗତ ୮ ତାରିଖରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋକ୍ସୋ ଆଇନ ଓ ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁବଳୀ ବିଧାୟକ: ଜେଲ୍‌ରେ ରହି ବି ଜିତୁଛନ୍ତି ନିର୍ବାଚନ

ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍‌ରେ ରହି ବି ନିର୍ବାଚନ ସହଜରେ...

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା...

ଉଦ୍ଧାର ହୋଇଥିବା ଛାତ୍ରୀଛାତ୍ରଙ୍କୁ ମନ୍ତ୍ରୀ କହିଲେ ‘ମୋଦିଜୀ ଜିନ୍ଦାବାଦ’

ନୂଆଦିଲ୍ଲୀ,୪।୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ଉପରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ବିମାନ ମଧ୍ୟରେ...

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ...

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ମୁକେଶ କୁମାର ସିଂ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହା ଖାରଜ ହୋଇଯାଇଛି।...

ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା...

ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା

କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା...

ବେକାରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ ସିଂ: ୪ ଗାଈ ପାଳିଲେ ରୋଜଗାର ହେବ ୨୦ ଲକ୍ଷ ଟଙ୍କା

ମିରଟ,୧୭।୨: ନିଜର ମନ୍ତବ୍ୟ ନେଇ ବାରମ୍ବାର ବିବାଦୀୟ ହେଉଥିବା ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଉତ୍ତରପ୍ରଦେଶ ସୁରଟରେ ଏକ...

Advertisement
Archives

Model This Week