Posted inଜାତୀୟ

ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ

ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପାଖାପାଖି ଅଢେଇ ଘଣ୍ଟାର ଏକ ବୈଠକ ବସିଥିବା ଜଣାପଡିଛି । ଦିଲ୍ଲୀରୁ ଜୟପୁର ପହଞ୍ଚିଥିବା କେସି ବେଣୁଗୋପାଳ ଓ ଅଜୟ ମାକନ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳକୁ ନେଇ କଥା ହୋଇଛନ୍ତି । ରବିବାର ସକାଳ ପ୍ରାୟ ୧୦ଟା ୩୦ରେ ଏମାନେ ଦଳର ନେତା ଓ କର୍ମୀଙ୍କ ସହ କଥା ହେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କେସି ବେନୁଗୋପାଳ ଓ ଅଜୟ ମାକନଙ୍କ ସହ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ ବହୁ ସମୟ ଆଲୋଚନା ହେବା ପରେ ଏବେ ସବୁକିଛି ଗେହଲଟଙ୍କ ଉପରେ ନିର୍ଭର କରୁଛି ବୋଲି କୁହାଯାଉଛି । କେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏହାର ତାରିଖ ଗେହଲଟ ସ୍ଥିର କରିବେ । ହେଲେ ଦଳ ହାଇମାଣ୍ଡ ଚାହୁଁଛନ୍ତି ଜୁଲାଇ ମାସରେ ହିଁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଯାଉ । ଏହାସହ ଜିଲା ଅଧ୍ୟକ୍ଷ ନିଯୁକ୍ତି ବି ହୋଇଯାଉ । ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶିତଳ ଯୁଦ୍ଧକୁ ଶେଷ କରିବାକୁ ଦଳ ପକ୍ଷରୁ ଏଭଳି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା

ଇଟାନଗର,୨୨ା୫(ପି.ଟି./ଆଇଏନ୍‌ଏସ୍‌): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)...

ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ...

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା।...

ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍‌-ଟର୍ମୋପ୍ରପ୍‌ ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର...

ଅନନ୍ତନାଗରେ ଆଇଏସ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୬।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ) ଆତଙ୍କବାଦୀଙ୍କ...

କେଜ୍‌ରିଓ୍ବାଲଙ୍କୁ ୫ଟି ପ୍ରଶ୍ନର ଉତ୍ତର ମାଗିଲା ଭାଜପା

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି୍‌ଓ୍ବାଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ଶନିବାର ଭାଜପା ଖବରଦାତା...

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି...

Advertisement
Archives

Model This Week