Posted inଜାତୀୟ

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ ଏବଂ ଛତିଶଗଡ ଉପରେ ରହିଛି। ଏହି ୨ ରାଜ୍ୟରେ ମଧ୍ୟ ପଞ୍ଜାବ ଭଳି ସମାନ ସମସ୍ୟା ରହିଛି। ରାଜସ୍ଥାନରେ କଂଗ୍ରେସ ନେତା ସଚିନ ପାଇଲଟ ଚାହୁଁଛନ୍ତି ଯେ ତାଙ୍କ ସ୍ଥିତି ପୁଣି ଫେରିଆସୁ। ରାଜ୍ୟରେ ତାଙ୍କୁ ସର୍ବୋଚ୍ଚ ପଦବୀ ପ୍ରଦାନ କରାଯାଉ।

ସେହିପରି ଛତିଶଗଡରେ ଟି.ଏସ. ସିଂହଦେଓ ଚାହୁଁଛନ୍ତି ଯେ ରୋଟୋଶନାଲ ମୁଖ୍ୟମନ୍ତ୍ରୀ ଫର୍ମୂଲା ରାଜ୍ୟରେ ଲାଗୁ ହେଉ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କ ଶିବିର ଦ୍ୱାରା କରାଯାଇଥିବା ଦାବିକୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଯୋଗୁ ଏଡ଼ାଇ ଯାଉଛନ୍ତି। ଏବଂ ଛତିଶଗଡରେ ଭୂପେଶ ବ।ଘେଲ। ଦିଲ୍ଲୀରେ ୫୦ରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି। କଂଗ୍ରେସ ନେତୃତ୍ୱର ନିଷ୍ପତ୍ତିକୁ ଅବମାନନା କରାଯାଇଥିବାରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି।

ପଞ୍ଜାବ ଅପରେଶନ ସହିତ କଂଗ୍ରେସ ହାଇକମାଣ୍ଡ ଅନ୍ୟ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନୂଆ ସଙ୍କେତ ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜସ୍ଥାନ ଦାୟିତ୍ୱରେ ଥିବା ଅଜୟ ମାକନ କହିଛନ୍ତି ଯେ ରାଜ୍ୟରେ କ୍ୟାବିନେଟ ବିସ୍ତାର ଏବଂ ସାଂଗଠନିକ ପୁନର୍ଗଠନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ମାକନ ଦିଲ୍ଲୀରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଯଦି ଅଶୋକ ଗେହଲଟ ଅସୁସ୍ଥ ହୋଇ ନ ଥାନ୍ତେ ତେବେ ଆମେ କ୍ୟାବିନେଟ ବିସ୍ତାର କରିଥାନ୍ତୁ। ବୋର୍ଡ ନିଗମ ଏବଂ ଜିଲା ସଭାପତିଙ୍କ ନିଯୁକ୍ତି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଛନ୍ତିି। କଂଗ୍ରେସ ନେତା କହିଛନ୍ତି ଯେ ଗେହଲଟ ଏବେ ବି ଅସୁସ୍ଥ ଅଛନ୍ତି ଏବଂ ଘରୁ ତାଙ୍କ କାମ କରୁଛନ୍ତି । ସେ ସୁସ୍ଥ ହେବା ମାତ୍ରେ ଏହା କରାଯିବ।

ସଚିନ ପାଇଲଟଙ୍କ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ରାଜ୍ୟ ସ୍ତରରେ ଆମେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ, କିନ୍ତୁ ଯଦି ଏଆଇସିସି ସ୍ତରରେ କିଛି ନିଷ୍ପତ୍ତି ନିଆଯାଏ ତେବେ ଏହା ମୋ ପାଇଁ ସମ୍ପୂର୍ଣ୍ଣ ଅଜଣା।

ସେହିପରି ଛତିଶଗଡରେ ସିଂହଦେଓଙ୍କ ସମର୍ଥକମାନେ ଅଢ଼େଇ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଜିଦ ଧରିଛନ୍ତି। ରୋଟେଶନାଲ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ କୌଣସି ସଙ୍କେତ ମିଳି ନାହିଁ। ଫଳରେ ଏହି ପ୍ରସଙ୍ଗ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ରୋଟେଶନାଲ ମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଗୁରୁତ୍ୱ ଦେଉଥିବା ସିଂହଦେଓ କହିଛନ୍ତି ଯେ ସବୁକିଛି ଦଳର ନେତୃତ୍ୱଙ୍କ ଅଧୀନରେ ଅଛି ଏବଂ ଯାହା ନିଷ୍ପତ୍ତି ନିଆଯିବ, ତାହାକୁ ଆମେ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri