Posted inଜାତୀୟ

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ ଏବଂ ଛତିଶଗଡ ଉପରେ ରହିଛି। ଏହି ୨ ରାଜ୍ୟରେ ମଧ୍ୟ ପଞ୍ଜାବ ଭଳି ସମାନ ସମସ୍ୟା ରହିଛି। ରାଜସ୍ଥାନରେ କଂଗ୍ରେସ ନେତା ସଚିନ ପାଇଲଟ ଚାହୁଁଛନ୍ତି ଯେ ତାଙ୍କ ସ୍ଥିତି ପୁଣି ଫେରିଆସୁ। ରାଜ୍ୟରେ ତାଙ୍କୁ ସର୍ବୋଚ୍ଚ ପଦବୀ ପ୍ରଦାନ କରାଯାଉ।

ସେହିପରି ଛତିଶଗଡରେ ଟି.ଏସ. ସିଂହଦେଓ ଚାହୁଁଛନ୍ତି ଯେ ରୋଟୋଶନାଲ ମୁଖ୍ୟମନ୍ତ୍ରୀ ଫର୍ମୂଲା ରାଜ୍ୟରେ ଲାଗୁ ହେଉ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କ ଶିବିର ଦ୍ୱାରା କରାଯାଇଥିବା ଦାବିକୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଯୋଗୁ ଏଡ଼ାଇ ଯାଉଛନ୍ତି। ଏବଂ ଛତିଶଗଡରେ ଭୂପେଶ ବ।ଘେଲ। ଦିଲ୍ଲୀରେ ୫୦ରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି। କଂଗ୍ରେସ ନେତୃତ୍ୱର ନିଷ୍ପତ୍ତିକୁ ଅବମାନନା କରାଯାଇଥିବାରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି।

ପଞ୍ଜାବ ଅପରେଶନ ସହିତ କଂଗ୍ରେସ ହାଇକମାଣ୍ଡ ଅନ୍ୟ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନୂଆ ସଙ୍କେତ ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜସ୍ଥାନ ଦାୟିତ୍ୱରେ ଥିବା ଅଜୟ ମାକନ କହିଛନ୍ତି ଯେ ରାଜ୍ୟରେ କ୍ୟାବିନେଟ ବିସ୍ତାର ଏବଂ ସାଂଗଠନିକ ପୁନର୍ଗଠନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ମାକନ ଦିଲ୍ଲୀରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଯଦି ଅଶୋକ ଗେହଲଟ ଅସୁସ୍ଥ ହୋଇ ନ ଥାନ୍ତେ ତେବେ ଆମେ କ୍ୟାବିନେଟ ବିସ୍ତାର କରିଥାନ୍ତୁ। ବୋର୍ଡ ନିଗମ ଏବଂ ଜିଲା ସଭାପତିଙ୍କ ନିଯୁକ୍ତି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଛନ୍ତିି। କଂଗ୍ରେସ ନେତା କହିଛନ୍ତି ଯେ ଗେହଲଟ ଏବେ ବି ଅସୁସ୍ଥ ଅଛନ୍ତି ଏବଂ ଘରୁ ତାଙ୍କ କାମ କରୁଛନ୍ତି । ସେ ସୁସ୍ଥ ହେବା ମାତ୍ରେ ଏହା କରାଯିବ।

ସଚିନ ପାଇଲଟଙ୍କ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ରାଜ୍ୟ ସ୍ତରରେ ଆମେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରୁଛୁ, କିନ୍ତୁ ଯଦି ଏଆଇସିସି ସ୍ତରରେ କିଛି ନିଷ୍ପତ୍ତି ନିଆଯାଏ ତେବେ ଏହା ମୋ ପାଇଁ ସମ୍ପୂର୍ଣ୍ଣ ଅଜଣା।

ସେହିପରି ଛତିଶଗଡରେ ସିଂହଦେଓଙ୍କ ସମର୍ଥକମାନେ ଅଢ଼େଇ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଜିଦ ଧରିଛନ୍ତି। ରୋଟେଶନାଲ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ କୌଣସି ସଙ୍କେତ ମିଳି ନାହିଁ। ଫଳରେ ଏହି ପ୍ରସଙ୍ଗ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ରୋଟେଶନାଲ ମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଗୁରୁତ୍ୱ ଦେଉଥିବା ସିଂହଦେଓ କହିଛନ୍ତି ଯେ ସବୁକିଛି ଦଳର ନେତୃତ୍ୱଙ୍କ ଅଧୀନରେ ଅଛି ଏବଂ ଯାହା ନିଷ୍ପତ୍ତି ନିଆଯିବ, ତାହାକୁ ଆମେ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?