ଚାଷରେ ବାଧକ ସାଜିଛି ବର୍ଷାଜଳ

ଡେରାବିଶ,୨୪ା୮(ବେବର୍ତା ଅଜୟ ଦାସ)ବର୍ଷାର ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀଙ୍କ ମନରେ ଆନନ୍ଦ ଦେଖାଦେଇଛି ା ମାତ୍ର ବିଲରେ ଧାନ ଫସଲ ରୁଆପୋତା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର ଅପାରଗତା ପାଇଁ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଚାଷଜମିରେ ଜମି ରହିଛି ା ଫଳରେ ଫସଲ ହାନୀ ହେବା ଚିନ୍ତାରେ ଚାଷୀ ରହିଛି ା ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ତହସିଲ ଅଧୀନ ଚାନ୍ଦୋଳ, ପଲେଇ, ଖମୋଳ, ବାଲିଆ, ଗୋଲରାହାଟ, କାଉପଡ଼ା ଆଦି ପଞ୍ଚାୟତରେ ା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇରହିଛି ା ଡ୍ରେନେଜ୍‌ ବିଭାଗର ୧୯ ନଂ. ଡ୍ରେନେଜ୍‌ କଟ୍‌କୁ ସଫେଇ ନ କରାଯିବା ଫଳରେ ପାଣି ନିଷ୍କାସନରେ ସମସ୍ୟା ଦେଖାଦେଇଥିବା ନେଇ ଏବଂ ତୁରନ୍ତ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ବୁଧବାର ଡେରାବିଶ ତହସିଲଦାରଙ୍କ ନିକଟରେ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଚାଷୀମାନେ ଦେଇଥିବା ଅଭିଯୋଗ ଅନୁଯାୟୀ, ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ଡ୍ରେନେଜ ବିଭାଗ ପର୍ଯ୍ୟନ୍ତ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଏଯାଏ ନିଆଯାଇ ନାର୍ହି ା ଫଳରେ ପ୍ରତ୍ୟେକ ବର୍ଷ ଦୀର୍ଘଦିନ ଧରି ବର୍ଷା ଜଳରେ ଫସଲ ବୁଡ଼ି ରହିବା ଦ୍ୱାରା ପ୍ରତ୍ୟେକ ବର୍ଷ ଫସଲ ହାନୀ ହେଉଥିବାରୁ ଚାଷୀମାନେ ବହୁ ପରିମାଣରେ କ୍ଷତି ସହୁଛନ୍ତି ବୋଲି ଦର୍ଶାଯାଇଛି ା ଚଳିତ ବର୍ଷ ମଧ୍ୟ ଜଳ ନିଷ୍କାସନର ସମସ୍ୟା ଚାଷ ଆରମ୍ଭରୁ ଦେଖାଦେଇଥିବାରୁ ଚଳିତ ବର୍ଷ ମଧ୍ୟ ଫସଲହାନୀର ଆଶଙ୍କା ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ା ଏ ବିଷୟରେ ଅଗ୍ରଣୀ ଚାଷୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ତହସିଲଦାରଙ୍କୁ ଏ ବିଷୟରେ ଗତ ସପ୍ତାହରେ ଜଳ ନିଷ୍କାସନ ସମସ୍ୟା ନେଇ ଅଭିଯୋଗ କରାଯାଇଥିଲା ା ତହସିଲଦାର ଡ୍ରେନେଜ୍‌ କଟ ବିଭାଗର ଯନ୍ତ୍ରୀଙ୍କୁ ଡକାଇ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଉପରେ ଆଲୋଚନା କରିଥିଲେ ା ବିଭାଗୀୟ ଯନ୍ତ୍ରୀ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ଆଜି ବହୁଳ ସଂଖ୍ୟାରେ ଚାଷୀମାନେ ତହସିଲଦାରଙ୍କ ନିକଟରେ ପୁନର୍ବାରୀ ଅଭିଯୋଗ ପାଇଁ ଆସିଥିଲେ ବୋଲି ବିଧୁଭୂଷଣ କହିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଏହାର ତୁରନ୍ତ ସମାଧାନ ନ ହେଲେ କ୍ଷତିଗ୍ରସ୍ତ ଚାଷୀମାନେ କଟକ-ଚାନ୍ଦବାଲି ରାଜପଥ, ୫୩ ନଂ. ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଥିବା ବିଧୁଭୂଷଣ ସୂଚନା ଦେଇଛନ୍ତି ା
ଏ ବିଷୟରେ ତହସିଲଦାର ଅକ୍ଷୟ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ପୂର୍ବରୁ ଚାଷୀମାନେ କରିଥିବା ଅଭିଯୋଗର ସମାଧାନ ପାଇଁ ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଏବଂ ଉକ୍ତ ଅଞ୍ଚଳର ଚାଷୀମାନଙ୍କୁ ଡକାଯାଇ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା ା ଶୀଘ୍ର ଏହାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ା ତେବେ ଆଜିର ଏହି ଅଭିଯୋଗ ପାଇବା ପରେ ତୁରନ୍ତ ଜଳନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ନେଇ ତହସିଲଦାର ପରିଡ଼ା କହିଥିଲେ। ତେବେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କନିଧି ସାମଲଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଜଳ ନିଷ୍କାସନ ପାଇଁ ୧୯ ନଂ. ଡ୍ରେନେଜ୍‌କଟ୍‌ରେ ଥିବା ଚେକଡ୍ୟାମ ନିକଟରେ ଜମାଟ ବାନ୍ଧିଥିବା ଦଳ ସଫା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ା ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?