ସରପଞ୍ଚଙ୍କ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ବଢୁଛି ଅସନ୍ତୋଷ

ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଶେରପୁର ଗାଁରେ ବର୍ଷା ଅସରାଏ ହେବା ପରେ ଗାଁ ମଝିରେ ଜମି ରହୁଛି ବର୍ଷାପାଣି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗାଁରେ ବହୁ ପୁରାତନ ଦୁର୍ଗା ମନ୍ଦିର ରହିଛି। ପ୍ରତ୍ୟେକ ବର୍ଷ ଧୂମ୍‌ଧାମରେ ୫ ଦିନ ଧରି ଏହି ପୂଜା କରା ଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ସେହି ଦୁର୍ଗା ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହୁଛି। ଆଉ ଅଳ୍ପ ଦିନ ଦୁର୍ଗା ପୂଜା ରହି ଥିବା ବେଳେ ଏଭଳି ସ୍ଥିତି ଗ୍ରାମବାସୀଙ୍କ ଚିନ୍ତାର ବିଷୟ ପାଲଟିଛି। ସେହିପରି ଏହି ମନ୍ଦିରକୁ ଲାଗି ରହିଛି ଅଙ୍ଗନବାଡ଼ି କେନ୍ଦ୍ର। ଏହି କେନ୍ଦ୍ରକୁ ସୋମବାରରୁ ଶନିବାର କୁନିକୁନି ପିଲା ପାଠ ପଢିବା ପାଇଁ ଆସିଥାନ୍ତି। କିନ୍ତୁ ରାସ୍ତା ଉପରେ ଥିବା ପାଣିରେ ପଶି ଓଦା ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲା ପହଞ୍ଚୁଥିବା ଅଭିଯୋଗ ହୋଇଛି।

ସେହିପରି ଏହି ଗାଁ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଗ୍ରାହକ ସେବାକେନ୍ଦ୍ର, ଇଣ୍ଡିଆନ ପୋଷ୍ଟ ସେବା ଭଳି ଅତି ଆବଶ୍ୟକୀୟ ସେବା ରହି ଥିବା ବେଳେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଯଥା ଟଙ୍କା ଉଠାଣ ଜମା କରିବା ପାଇଁ ଓ ଇଣ୍ଡିଆନ ପୋଷ୍ଟ କାର୍ଯ୍ୟାଳୟ ଥିବା କାରଣରୁ ଚିଠିପତ୍ର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଆଡୁ ଅନେକ ଲୋକେ ଏହି ଗାଁକୁ ଆସିଥାନ୍ତି। କିନ୍ତୁ ଏବେ ବର୍ଷା ଦିନ ହୋଇଥିବାରୁ ଗାଁ ମଧ୍ୟରେ ପାଣି ଜମି ରହିବା ଫଳରେ ଯାତାୟାତରେ ଅନେକ ସମସ୍ୟା ହେଉଥିବାରୁ ସେମାନେ ଏହାକୁ ନାପସନ୍ଦ କରିଛନ୍ତି । ଏହା ସରପଞ୍ଚଙ୍କ ନିଜ ଗାଁ ହୋଇଥିବା ବେଳେ ଏଭଳି ଅବସ୍ଥା ଦେଖି ଲୋକେ ଏହାକୁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।

ସୂଚନା ମୁତାବକ ପାଖାପାଖି ଦୁଇ ବର୍ଷ ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ର୍ନିମାଣ କରାଯାଇଥିଲା। ସେହି ସମୟରେ ଗାଁ ମଧ୍ୟରେ ରାସ୍ତା ପାଶ୍ୱ ଫାଙ୍କା ଥିବାରୁ ବର୍ଷା ହେଲେ ପାଣି ବୋହି ପାଖ ବିଲକୁ ଚାଲି ଯାଉଥିଲା କିନ୍ତୁ ସମୟ କ୍ରମେ ଗ୍ରାମରେ ଏବେ ଅନେକ ନୂତନ ଘର ହେବା ସହ ପାଚେରୀ ମଧ୍ୟ ର୍ନିମାଣ କରାଯାଇଛି। ଯାହା ଫଳରେ ପାଣି ନିଷ୍କାସନ ନହୋଇ ଜମି ରହି ରାସ୍ତା ଉପରେ ଜମି ରହୁଛି ବର୍ଷାପାଣି। ଯାତାୟାତରେ ଅନେକ ଅସୁବିଧା ହେଉଥିବା ସହ ଗାଁ ର ପିଲା ମାନେ ବିଦ୍ୟାଳୟ ଓ କଲେଜ ଯିବା କୁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଜମା ହୋଇ ରହିବା ଫଳରେ ଅପରିଷ୍କାର ପରିବେଶ ସହ ମଶା ମାଛିଙ୍କ ଉପଦ୍ରବ୍ୟ ବଢିବାରେ ଲାଗିଛି। ଛୋଟଛୋଟ ପିଲାମାନେ ଜମୁଥିବା ପାଣିରେ ଖେଳକୁଦ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ କିଛି ପିଲା ସ୍କୁଲକୁ ପାଣିରେ ପଶି ଯାତାୟାତ କରିବା ଫଳରେ ଥଣ୍ଡା ଜ୍ବର ଓ କୁଣ୍ଡିଆ ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ସ୍ଥିତି ଓ ଗାଁର ଏପରି ଅବସ୍ଥା ଉପରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri