ଲଗାଣ ବର୍ଷାରେ ପାଟଣା ଅଞ୍ଚଳ ବେହାଲ: ପୋଲ ଉପରେ ବର୍ଷାଜଳ, ଗମନାଗମନ ବ୍ୟାହତ

ପାଟଣା,୨୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ ବୈତରଣୀନଦୀ ଓ ସାହାରପଡ଼ା ଦେଇ ପ୍ରବାହିତ ଦେଓ ନଦୀରେ ଜଳସ୍ରୋତ ବୃଦ୍ଧି ପାଇଥିବାରୁ ବିଭିନ୍ନ ସ୍ଥାନରେ ନଦୀ ଜଳ ବିଲ ଓ ରାସ୍ତାକୁ ପ୍ରବେଶ କରିଛି। ସହରପଡ଼ା ବ୍ଲକ କପୁଣ୍ଡୀ ପଇଦା ନାଳ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବାରୁ ପାଟଣା ମୁଖ୍ୟାଳୟରୁ କପୁଣ୍ଡି, ମିରିଗିଖୋଜି, କୁଣ୍ଡଳା, ବନବୀର ଠାକୁରମୁଣ୍ଡା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ପାଟଣା ବ୍ଲକ ନୂଆପଡ଼ାର ସୀତା ନଦୀର ପୋଲ ଉପରେ ଶନିବାର ୬ ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ହେଉଥିବାରୁ ପାଟଣା ବ୍ଲକରୁ ଢେଙ୍କିକୋଟ, ଘଟଗାଁକୁ ଗମନାଗମନ ବ୍ୟାହତ ସୃଷ୍ଟି ହୋଇଛି। ଏଠାରେ ନିର୍ମାଣାଧୀନ ନୂତନ ପୋଲ କାର୍ଯ୍ୟ ସରିଥିଲେ ହେଁ ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇ ନ ଥିବାରୁ ନୂତନ ପୋଲ ଉପରେ ଯାତାୟାତ ହୋଇପାରୁ ନାହିଁ। ନଦୀ ଉପରେ ନବନିର୍ମିତ ପୋଲର ଆପ୍ରୋଚ୍‌ ରୋଡ୍‌ କାମ ସରି ନଥିବାରୁ ଉକ୍ତ ରାସ୍ତାରେ ଗା ଚଳାଚଳ ବ୍ୟାହତ ହୋଇଛି। ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବାରୁ ରୁ ରାସ୍ତାର ଉଭୟ ପାର୍ଶରେ ଗାଡି ମୋଟର ଅଟକି ରହିଛି। ଏଭଳିକି ସାହାରପଡ଼ା ବ୍ଲକ ମୁଖ୍ୟାଳୟରୁ ଆସିଥିବା ଲକ୍ଷ୍ମୀ ବସ୍‌ କପୁଣ୍ଡି ପୋଲ ଉପରେ ପାଣି ଯୋଗୁ ଲକ୍ଷ୍ମୀ ବସ୍‌ ସାଙ୍ଗକୁ ସ୍କୁଲ ବସ୍‌ ଯାଇ ପାରି ନାହିଁ। ସେହିଭଳି ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ତେଲ ନଦୀ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ରାସ୍ତାରେ ଗାଡ଼ମୋଟର ଚଳାଚଳ ବ୍ୟାହତ ହୋଇଛି। ଫଳରେ ଦାମାହୁଦାଠାରୁ ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଭାଜପା ମଣ୍ଡଳ କର୍ମକର୍ତ୍ତା: ଭୁଶୁଡ଼ିଛି ଅନେକ ଘରର କାନ୍ଥ,

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି…

ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା…

ଭୂସ୍ଖଳନରେ ମା‘-ବାପାଙ୍କ ସହ ଚାଲିଗଲା ୭ ମାସ ଶିଶୁପୁତ୍ରର ଜୀବନ

ରାଇକିଆ, ୩୦।୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୂସ୍ଖଳନରେ ନିଖୋଜ ଥିବା ଗୋଟିଏ ପରିବାରର ତିନିଜଣଙ୍କ…

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଭୁଲିଗଲେ ୧୫ ବର୍ଷର ବୈବାହିକ ସମ୍ପର୍କ

କୋରାପୁଟ, ୩୦।୧୦ (ଅମିତାଭ ବେହେରା): ସାମାନ୍ୟ ତରକାରୀକୁ ନେଇ ଘରୋଇ କଳହର କରୁଣ ପରିଣତି। ରାଗରେ ଅନ୍ଧ ହୋଇ ୧୫ ବର୍ଷର ବୈବାହିକ ସମ୍ପର୍କକୁ ଭୁଲିଗଲେ ସ୍ୱାମୀ।…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?