ପିଲାଙ୍କ ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ତେବେ ଗୁରୁବାର ମଧ୍ୟାହ୍ନରେ କିଛିସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକଡ଼ରେ ଥିବା ଡ୍ରେନରୁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା। ବର୍ଷା ଜଳ ସିଧା ବିଦ୍ୟାଳୟ ପରିସର ମଧ୍ୟରେ ପଶି ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଲହଡ଼ି ଭାଙ୍ଗିଥିଲା। ଠିକ୍‌ ସେହି ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଛୁଟି ହୋଇଥିବା ବେଳେ ଡାଇନିଂ ରୁମ୍‌ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ କଷ୍ଟ ସହିବାକୁ ପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଝିପି ଝିପି ବର୍ଷାରେ ଗୋଟିଏ ସ୍ଥାନ ବଦଳରେ ସ୍ଥାନ ଅଭାବରୁ ବୁଲି ବୁଲି ଖୋଲା ପଡିଆ, ଶ୍ରେଣୀ ପିଣ୍ଡା ରେ ଖାଇବାକୁ ପଡ଼ିଛି।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୨୬୮ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ୪ଟି ପକ୍କା ଘର ଶ୍ରେଣୀ କୋଠା ରହିଛି। ଅନ୍ୟ କଚ୍ଚା ୩ଟି ଶ୍ରେଣୀ ଗୃହ ରହିଛି ଏବଂ ଅନ୍ୟ କିଛି ଶ୍ରେଣୀ ଗୃହ ଅତି ପୁରାତନ ହୋଇଥୁବାରୁ ତାକୁ ବ୍ୟବହାର କରାଯାଉନାହିଁ। କଚ୍ଚା ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିବା ବେଳେ ପିଲାଙ୍କ ପାଠ୍ୟପୁସ୍ତକ ଓଦା ହେଇଯାଉଥିବା ଛାତ୍ରୀଛାତ୍ର କହିଛନ୍ତି। ସେମାନଙ୍କ ଖେଳପଡ଼ିଆ ସମେତ ପକ୍କା ଶ୍ରେଣୀଗୃହ, ଡାଇନିଂ ହଲ୍‌, ଲାଇବ୍ରେରୀ, କମ୍ପ୍ୟୁଟର ଶିକ୍ଷା ଆଦି ଆବଶ୍ୟକ ରହିଥିବା ଛାତ୍ରୀଛାତ୍ର କହିଛନ୍ତି। ଦୀର୍ଘଦିନ ହେଲା ଶ୍ରେଣୀ ଗୃହର ମରାମତି ହେଉ ନ ଥିବାରୁ ପାଣି ଗଳୁଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନକୁ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ଉକ୍ତ ବିଦ୍ୟାଳୟ ଖୁବ୍‌ଶୀଘ୍ର ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଥିବା ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ ପରିଚାଳନା କମିଟିର ସଦସ୍ୟ ବରୁଣ କୁମାର ବେହେରା କହିଛନ୍ତି, ବିଦ୍ୟାଳୟଟି ୧୩୫ ବର୍ଷ ପୁରୁଣା କିନ୍ତୁ ଏତେ ପୁରାତନ ବିଦ୍ୟାଳୟର ବିକାଶ ଅପହଞ୍ଚ ଜିଲା ପ୍ରଶାସନ ଉକ୍ତ ବିଦ୍ୟାଳୟର ଶୀଘ୍ର ବିକାଶ କରିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri