ପିଲାଙ୍କ ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ତେବେ ଗୁରୁବାର ମଧ୍ୟାହ୍ନରେ କିଛିସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକଡ଼ରେ ଥିବା ଡ୍ରେନରୁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା। ବର୍ଷା ଜଳ ସିଧା ବିଦ୍ୟାଳୟ ପରିସର ମଧ୍ୟରେ ପଶି ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଲହଡ଼ି ଭାଙ୍ଗିଥିଲା। ଠିକ୍‌ ସେହି ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ଛୁଟି ହୋଇଥିବା ବେଳେ ଡାଇନିଂ ରୁମ୍‌ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ କଷ୍ଟ ସହିବାକୁ ପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଝିପି ଝିପି ବର୍ଷାରେ ଗୋଟିଏ ସ୍ଥାନ ବଦଳରେ ସ୍ଥାନ ଅଭାବରୁ ବୁଲି ବୁଲି ଖୋଲା ପଡିଆ, ଶ୍ରେଣୀ ପିଣ୍ଡା ରେ ଖାଇବାକୁ ପଡ଼ିଛି।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୨୬୮ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ୪ଟି ପକ୍କା ଘର ଶ୍ରେଣୀ କୋଠା ରହିଛି। ଅନ୍ୟ କଚ୍ଚା ୩ଟି ଶ୍ରେଣୀ ଗୃହ ରହିଛି ଏବଂ ଅନ୍ୟ କିଛି ଶ୍ରେଣୀ ଗୃହ ଅତି ପୁରାତନ ହୋଇଥୁବାରୁ ତାକୁ ବ୍ୟବହାର କରାଯାଉନାହିଁ। କଚ୍ଚା ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିବା ବେଳେ ପିଲାଙ୍କ ପାଠ୍ୟପୁସ୍ତକ ଓଦା ହେଇଯାଉଥିବା ଛାତ୍ରୀଛାତ୍ର କହିଛନ୍ତି। ସେମାନଙ୍କ ଖେଳପଡ଼ିଆ ସମେତ ପକ୍କା ଶ୍ରେଣୀଗୃହ, ଡାଇନିଂ ହଲ୍‌, ଲାଇବ୍ରେରୀ, କମ୍ପ୍ୟୁଟର ଶିକ୍ଷା ଆଦି ଆବଶ୍ୟକ ରହିଥିବା ଛାତ୍ରୀଛାତ୍ର କହିଛନ୍ତି। ଦୀର୍ଘଦିନ ହେଲା ଶ୍ରେଣୀ ଗୃହର ମରାମତି ହେଉ ନ ଥିବାରୁ ପାଣି ଗଳୁଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନକୁ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ଉକ୍ତ ବିଦ୍ୟାଳୟ ଖୁବ୍‌ଶୀଘ୍ର ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଥିବା ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ ପରିଚାଳନା କମିଟିର ସଦସ୍ୟ ବରୁଣ କୁମାର ବେହେରା କହିଛନ୍ତି, ବିଦ୍ୟାଳୟଟି ୧୩୫ ବର୍ଷ ପୁରୁଣା କିନ୍ତୁ ଏତେ ପୁରାତନ ବିଦ୍ୟାଳୟର ବିକାଶ ଅପହଞ୍ଚ ଜିଲା ପ୍ରଶାସନ ଉକ୍ତ ବିଦ୍ୟାଳୟର ଶୀଘ୍ର ବିକାଶ କରିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?