Posted inଜାତୀୟ

ବର୍ଷା ବିତ୍ପାତ: ୩୪ ମୃତ

ଡେରାଡୁନ/ନୈନିତାଲ, ୨୦ା୧୦: ଦେବଭୂମି ଉତ୍ତରାଖଣ୍ଡକୁ ବିପତ୍ତିକୁ ଡାକି ଆଣିଛି ଲଗାଣ ବର୍ଷା। ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୃତକଙ୍କ ସଂଖ୍ୟା ୩୪କୁ ବଢ଼ିଛି। ରେସ୍କ୍ୟୁ ଅପରେଶନରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ ଅଦ୍ୟାବଧି ୩୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା କହିଛି।

ଉତ୍ତରାଖଣ୍ଡରେ ରବିବାରଠାରୁ ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏଥିଯୋଗୁ ମୃତୁସଂଖ୍ୟା ୩୪ରେ ପହଞ୍ଚିଥିବାବେଳେ ଅନେକ ନିଖୋଜ ଅଛନ୍ତି। ବନ୍ୟାରେ ଅନେକ ରାସ୍ତା, ପୋଲ, ରେଳଧାରଣା ଧୋଇଯାଇଛି। ନୈନିତାଲ ଜିଲାର ରାମଗଡ଼ଠାରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ରାମଗଡ଼-ରାଣୀକ୍ଷେତ ନିକଟ ଲେମନ୍‌ ଟ୍ରି ରିସୋର୍ଟରେ ପ୍ରାୟ ୨ ଶହ ଲୋକ ଫସି ରହିଛନ୍ତି। ନୈନି ହ୍ରଦର ପାଣି ଉଚ୍ଛୁଳିବାରୁ ନିକଟବର୍ତ୍ତୀ ରାସ୍ତାଘାଟ, ଦୋକାନ ବଜାର ବୁଡ଼ିଯାଇଛି। ସେହିପରି ବର୍ଷାଜନିତ ଭୂସ୍ଖଳନ ଯୋଗୁ ଅନେକ କୋଠ ଭୁସୁଡ଼ି ପଡ଼ିଛି। ଉତ୍ତରାଖଣ୍ଡରୁ ନୈନିତାଲ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନୈନିତାଲର ବୋଲି ଜଣାଯାଇଛି। ମଙ୍ଗଳବାର ୨୪ ଜଣ ପ୍ରାଣ ହରାଇଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ବନ୍ୟାସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମୀକ୍ଷା କରିବା ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ବିପର୍ଯ୍ୟୟରେ ଘର ହରାଇଥିବା ଲୋକଙ୍କୁ ୧.୯ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏ ସମ୍ପର୍କରେ ଧାମିଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସ୍ଥାନରେ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନୈନିତାଲ ଏବଂ ଗଡ଼ଓ୍ବାଲରେ ଏଥିପାଇଁ ସେନାର ୩ ହେଲିକପ୍ଟର ମୁତୟନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ର ୧୫ଟି ଟିମ୍‌ ଉତ୍ତରକାଶୀ, ଡେରାଡୁନ, ଚାମୋଲି, ଅଲ୍‌ମୋରା, ପିଥୋରାଗଡ, ହରିଦ୍ୱାର ଏବଂ ଗଦରପୁରରେ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଥିବା ୩୦୦ ଜଣଙ୍କୁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଛି। ରାସ୍ତାରେ ଛିଡ଼ା ହୋଇଥିବା ଅନେକ ଗାଡ଼ି ବୁଡ଼ିଯାଇଥିବାବେଳେ କେତେକ ଭାସି ଯାଉଥିବା ଦେଖିବାକୁ ମିଳିଛି। ପାଣି ଘେରରେ ଏକ ହାତୀ ଫସିରହିଥିବା ଆଉ ଏକ ଭିଡିଓରେ ଦେଖାଯାଇଛି। ହାତୀକୁ ଉଦ୍ଧାର ପାଇଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri