ଲଗାଣ ବର୍ଷା: ଡାକ୍ତରଙ୍କ କ୍ୱାର୍ଟର୍ସ ଆଗରେ ଆଣ୍ଠୁଏ ପାଣି

ପଟ୍ଟାମୁଣ୍ଡାଇ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ମଜୁରି ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି ଉପରେ ଲଗାଣ ବର୍ଷା ଏକପ୍ରକାର ଦାଉ ସାଧିଛି। ଗତ ୫ ଦିନ ଧରି ବର୍ଷା ଲାଗି ରହିଥିଲେ ମଧ୍ୟ ଗୁରୁବାର ରାତିରୁ ବର୍ଷାର ପରିମାଣ ବଢ଼ିଯାଇଛି। ଚାଷଜମି ଜଳମଗ୍ନ, ରାସ୍ତାଘାଟରେ ବର୍ଷାପାଣି ଜମିରହିବା ଫଳରେ ରାସ୍ତାର ପ୍ରକୃତ ସ୍ଥିତି ଜଣା ନ ପଡ଼ିବାରୁ ଦୁର୍ଘଟଣା ଘଟୁଛି। ଏଥିସହ ଜଳ ନିଷ୍କାସନ ପଥ ନ ଥିବାରୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଷ୍ଟାଫ୍‌ କ୍ୱାର୍ଟର୍ସଗୁଡିକ ପାଣିଘେରରେ ରହିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ପାଢ଼ୀ, ଅଶୋକ ଲେଙ୍କା, ସେଖ୍‌ ମେହେରୁଲା କହିଛନ୍ତି, ସାମାନ୍ୟ ବର୍ଷା ହେଲେ ଚିକିତ୍ସାଳୟ ପରିସରରେ ଆଣ୍ଠୁଏ ପାଣିର ସୁଅ ଛୁଟୁଛି। ପାଣି ଜମିରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଠାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ନାକରେ ରୁମାଲ ଦେଇ ଆସୁଥିବା ଦେଖିବାକୁ ମିଳୁଛି। ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଓଲଟି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିଗୁଡିକୁ ସଜାଡ଼ିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିବାବେଳେ ଏହାର ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଅର୍ଥ ଯୋଗାଇ ଦେଉଛନ୍ତି। ଏହି ଅନୁଦାନ ଅର୍ଥକୁ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ମାଧ୍ୟମରେ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ବିନିଯୋଗ କରାଯାଉଛି। କିନ୍ତୁ ଦୂରଦୃଷ୍ଟିର ଅଭାବ ଓ ନିର୍ମାଣ କାର୍ଯ୍ୟରେ ବୈଷୟିକ ତ୍ରୁଟି କାରଣରୁ ସ୍ବାସ୍ଥ୍ୟକେନ୍ଦ୍ରର ରୂପରେଖ ବଦଳି ପାରୁନାହିଁ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଭିନ୍ନ ବସ୍ତି ଗଳିକନ୍ଦିରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ସହରର ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ୧୪ନଂ. ୱାର୍ଡର ଆକ୍ସିସ୍‌ ବ୍ୟାଙ୍କ ପାଖ ରାସ୍ତା ଲଗାଣ ବର୍ଷାରୁ ଉଚ୍ଛୁଳା ପାଣି ନିଷ୍କାସନର ସୁବିଧା ହୋଇପାରି ନ ଥିବାରୁ ଖାଲୁଆ ଅଂଶଟି ଜଳାର୍ଣ୍ଣବ ହୋଇଯାଉଛି। ଫଳରେ ଏଇ ବାଟ ଦେଇ ଯିବାଆସିବା କରୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍ଶ୍ୱବର୍ତ୍ତୀ ଘରଗୁଡ଼ିକରେ ଜଳ ପ୍ରବେଶ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ଦୁଃଖର ବିଷୟ ପାଲଟିଛି। ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ୧୧ନଂ. ୱାର୍ଡରେ ଉଚ୍ଛୁଳା ପାଣି ଘରେ ପଶିଥିବାରୁ ଲୋକେ କଂସା, ଥାଳିଆରେ ବୋହି ବାହାରକୁ ଛାଟୁଛନ୍ତି। ଗୁହାଳରେ ପାଣି ପଶିଥିବା ହେତୁ ପାଳିଥିବା ଗୋରୁଙ୍କୁ ଆଣି ପିଣ୍ଡାରେ ବାନ୍ଧିଥିବା ଦେଖିବାକୁ ମିଳିଛି। ରୋଷେଇ ଘରେ ପାଣି ଜମି ରହିଥିବା ହେତୁ ରୋଷେଇ କରି ଖାଇବା ମଧ୍ୟ ସମ୍ଭବ ହେଉନାହିଁ। ଅତି ଦୟନୀୟ ଭାବେ ଲୋକେ ରହୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସୁନିୟନ୍ତ୍ରିତ ଭାବେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ରଖିବାକୁ ମର୍ଚୁରି ନାହିଁ

କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା...

ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ...

ମହଙ୍ଗା ପଡ଼ିଲା ପୋଲିସ ଭ୍ୟାନରେ ଚୋରା କାଠ ଚାଲାଣ

ପାରଳାଖେମୁଣ୍ଡି,୪।୧୧: ଗଜପତି ଜିଲାରେ ପୋଲିସ ଭ୍ୟାନ୍‌ ଯୋଗେ କାଠ ଚୋରା ଚାଲାଣ ମାମଲାରେ ଅଟକ ଥିବା ୪ ପୋଲିସ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରି...

ସରକାରଙ୍କ ସତ୍ୟପାଠ ଉପରେ ଆପତ୍ତି ଉଠାଇଲେ ଆବେଦନକାରୀ

କଟକ,୨୩ା୬(କାର୍ତ୍ତିକ ସାହୁ): ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦବିଶିଷ୍ଟ ବିଧାୟକ କଲୋନୀ ନିର୍ମାଣ ପାଇଁ ବେଆଇନ ଗଛକଟା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ...

ଲକଡାଉନ୍ ଥାଇ ଗହଳି ବଢ଼ୁଛି

ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍...

ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି,...

ଓଡ଼ଗାଁରୁ ଚୋରି ଗାଡ଼ି ରଣପୁରରୁ ଜବତ

ରଣପୁର,୨।୮ (ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଥାନା ଅଞ୍ଚଳରୁ ଗତ ଜୁଲାଇ ୩୦ ତାରିଖରେ ଚୋରି ହୋଇଥିବା ଏକ ବୋଲେରୋକୁ ରଣପୁର ପୋଲିସ ଗୁରୁବାର ରଣପୁର ଅନ୍ତର୍ଗତ...

ଶ୍ରୀରାମ ନବମୀ ମହୋତ୍ସବ, କଟକଣାରେ ମହାଯଜ୍ଞ

ଭଦ୍ରକ ଅଫିସ,୨୨।୪- କରୋନା ମହାମାରୀ ଯୋଗୁ ଚଳିତବର୍ଷ ମଧ୍ୟ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଫିକା ପଡ଼ିଛି। ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା...

Advertisement
Archives

Model This Week