ଲଗାଣ ବର୍ଷା: ଡାକ୍ତରଙ୍କ କ୍ୱାର୍ଟର୍ସ ଆଗରେ ଆଣ୍ଠୁଏ ପାଣି

ପଟ୍ଟାମୁଣ୍ଡାଇ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ମଜୁରି ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି ଉପରେ ଲଗାଣ ବର୍ଷା ଏକପ୍ରକାର ଦାଉ ସାଧିଛି। ଗତ ୫ ଦିନ ଧରି ବର୍ଷା ଲାଗି ରହିଥିଲେ ମଧ୍ୟ ଗୁରୁବାର ରାତିରୁ ବର୍ଷାର ପରିମାଣ ବଢ଼ିଯାଇଛି। ଚାଷଜମି ଜଳମଗ୍ନ, ରାସ୍ତାଘାଟରେ ବର୍ଷାପାଣି ଜମିରହିବା ଫଳରେ ରାସ୍ତାର ପ୍ରକୃତ ସ୍ଥିତି ଜଣା ନ ପଡ଼ିବାରୁ ଦୁର୍ଘଟଣା ଘଟୁଛି। ଏଥିସହ ଜଳ ନିଷ୍କାସନ ପଥ ନ ଥିବାରୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଷ୍ଟାଫ୍‌ କ୍ୱାର୍ଟର୍ସଗୁଡିକ ପାଣିଘେରରେ ରହିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ପାଢ଼ୀ, ଅଶୋକ ଲେଙ୍କା, ସେଖ୍‌ ମେହେରୁଲା କହିଛନ୍ତି, ସାମାନ୍ୟ ବର୍ଷା ହେଲେ ଚିକିତ୍ସାଳୟ ପରିସରରେ ଆଣ୍ଠୁଏ ପାଣିର ସୁଅ ଛୁଟୁଛି। ପାଣି ଜମିରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଠାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ନାକରେ ରୁମାଲ ଦେଇ ଆସୁଥିବା ଦେଖିବାକୁ ମିଳୁଛି। ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଓଲଟି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିଗୁଡିକୁ ସଜାଡ଼ିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିବାବେଳେ ଏହାର ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ସରକାରୀ ଅନୁଦାନ ଅର୍ଥ ଯୋଗାଇ ଦେଉଛନ୍ତି। ଏହି ଅନୁଦାନ ଅର୍ଥକୁ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ମାଧ୍ୟମରେ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ବିନିଯୋଗ କରାଯାଉଛି। କିନ୍ତୁ ଦୂରଦୃଷ୍ଟିର ଅଭାବ ଓ ନିର୍ମାଣ କାର୍ଯ୍ୟରେ ବୈଷୟିକ ତ୍ରୁଟି କାରଣରୁ ସ୍ବାସ୍ଥ୍ୟକେନ୍ଦ୍ରର ରୂପରେଖ ବଦଳି ପାରୁନାହିଁ।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଭିନ୍ନ ବସ୍ତି ଗଳିକନ୍ଦିରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ସହରର ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ୧୪ନଂ. ୱାର୍ଡର ଆକ୍ସିସ୍‌ ବ୍ୟାଙ୍କ ପାଖ ରାସ୍ତା ଲଗାଣ ବର୍ଷାରୁ ଉଚ୍ଛୁଳା ପାଣି ନିଷ୍କାସନର ସୁବିଧା ହୋଇପାରି ନ ଥିବାରୁ ଖାଲୁଆ ଅଂଶଟି ଜଳାର୍ଣ୍ଣବ ହୋଇଯାଉଛି। ଫଳରେ ଏଇ ବାଟ ଦେଇ ଯିବାଆସିବା କରୁଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍ଶ୍ୱବର୍ତ୍ତୀ ଘରଗୁଡ଼ିକରେ ଜଳ ପ୍ରବେଶ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ଦୁଃଖର ବିଷୟ ପାଲଟିଛି। ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷାରେ ପଟ୍ଟାମୁଣ୍ଡାଇ ୧୧ନଂ. ୱାର୍ଡରେ ଉଚ୍ଛୁଳା ପାଣି ଘରେ ପଶିଥିବାରୁ ଲୋକେ କଂସା, ଥାଳିଆରେ ବୋହି ବାହାରକୁ ଛାଟୁଛନ୍ତି। ଗୁହାଳରେ ପାଣି ପଶିଥିବା ହେତୁ ପାଳିଥିବା ଗୋରୁଙ୍କୁ ଆଣି ପିଣ୍ଡାରେ ବାନ୍ଧିଥିବା ଦେଖିବାକୁ ମିଳିଛି। ରୋଷେଇ ଘରେ ପାଣି ଜମି ରହିଥିବା ହେତୁ ରୋଷେଇ କରି ଖାଇବା ମଧ୍ୟ ସମ୍ଭବ ହେଉନାହିଁ। ଅତି ଦୟନୀୟ ଭାବେ ଲୋକେ ରହୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସୁନିୟନ୍ତ୍ରିତ ଭାବେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri