Posted inଜାତୀୟ

କେରଳରେ ବର୍ଷା ନେଲାଣି ୨୬ ଜୀବନ

ନୂଆଦିଲ୍ଲୀ, ୧୮।୧୦: କେରଳରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରେ ୩ ଶିଶୁଙ୍କ ସମେତ ୨୬ ଜଣଙ୍କ ଜୀବନ ଗଲାଣି। କେବଳ କୋଟ୍ଟାୟାମ ଜିଲାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇଡୁକିରେ ୯ ଏବଂ ଆଲାପୁଝା ଜିଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କୁଟ୍ଟିକାଲରେ ଭୂସ୍ଖଳନରେ କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଶନିବାର ମିଳିଥିବାବେଳେ ରବିବାର ଅନ୍ୟ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସୈନ୍ୟବାହିନୀ, ଏନ୍‌ଡିଆର୍‌ଏଫ୍‌, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।
ଇଡୁକି ଜିଲାର କୋକାୟାର ଏବଂ କୋଟ୍ଟାୟାମ ଜିଲାର କୁଟ୍ଟିକାଲରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବାରୁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ମାଟି ଅତଡ଼ା ତଳୁ ନିଖୋଜ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାବରିମାଲା ମନ୍ଦିରକୁ ସୋମବାର ପର୍ଯ୍ୟନ୍ତ ଭକ୍ତମାନଙ୍କ ଲାଗି ବନ୍ଦ କରିଦିଆଯାଇଛି। ପାହାଡ଼ିଆ ଅଞ୍ଚଳକୁ ନ ଯାଇ ଘରେ ରହିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ରବିବାର ସକାଳୁ ବର୍ଷାର ପରିମାଣ କମିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଅଞ୍ଚଳ ଜଳାର୍ଣ୍ଣବ ରହିଥିବାବେଳେ ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି। କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଲାଗି ସମସ୍ତ ସାଧନର ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସେହିପରି ଆଶ୍ରୟସ୍ଥଳଗୁଡ଼ିକରେ କୋଭିଡ୍‌ ପ୍ରୋଟୋକଲ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ୧୮ ତାରିଖରୁ ରାଜ୍ୟର କଲେଜଗୁଡ଼ିକ ଖୋଲିବାକୁ ଥିବାବେଳେ ଏହାକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସମସ୍ତେ ସୁରକ୍ଷିତ ରହିବା ସହ ନିରାପତ୍ତା ନିୟମ ପାଳନ କରିବା ଲାଗି ଓ୍ବାୟାନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ ଟୁଇଟ୍‌ କରିଛନ୍ତି।
ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରରେ ପାଣି ବଢ଼ିବାରୁ ମନିୟାର ଡ୍ୟାମ୍‌ର ଗେଟ୍‌ଗୁଡ଼ିକୁ ଖୋଲିଦିଆଯାଇଛି। କୋଟ୍ଟାୟାମ ଏବଂ ଇଡୁକି ଜିଲାରେ ଭୂସ୍ଖଳନ ହୋଇଥିଲା। ଖରାପ ପାଗ ଯୋଗୁ ଉକ୍ତ ଜିଲାରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୧୧ଟି ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। କାଭାଲି, କୋଟ୍ଟାୟାମରେ ମାଟି ଅତଡ଼ା ତଳୁ ନିଖୋଜମାନଙ୍କୁ ଯବାନ ଖୋଜୁଥିବାବେଳେ ନୌସେନା ହେଲିକପ୍ଟର ସହାୟତାରେ ବନ୍ୟାଞ୍ଚଳରେ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଯାଉଛି। ବାୟୁସେନାର ଦୁଇଟି ହେଲିକପ୍ଟରକୁ ଷ୍ଟାଣ୍ଡବାଏ ରଖାଯାଇଛି।
ଠିକ୍‌ ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିରୋଧୀ ଦଳ ନେତା ଭି.ଡି. ସାଥିସାନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?