Advertisement
Posted inଖେଳ

ବର୍ଷାରେ ଧୋଇବ ଫାଇନାଲ, ଯୁଗ୍ମ ବିଜେତା ସମ୍ଭାବନା

ମେଲବୋର୍ନ,୧୨ା୧୧(ପି.ଟି.): ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ହେବାକୁଥିବା ପାକିସ୍ତାନ-ଇଂଲଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ବର୍ଷାରେ ଧୋଇଯିବା ସମ୍ଭାବନା ରହିଛି। ଏପରି ହେଲେ ଦୁଇ ଦଳ ଯୁଗ୍ମ ବିଜେତା ଘୋଷିତ ହେବେ। ରବିବାର ମେଲବୋର୍ନରେ ବର୍ଷା ହେବାର ସମ୍ଭାବନା ୯୫ ପ୍ରତିଶତ ରହିଛି। ପାଖାପାଖି ୨୫ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ସୋମବାର ରିଜର୍ଭ ଦିବସରେ ମଧ୍ୟ ୫ରୁ ୧୦ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ ରହିଛି। ଦୁଇଦିନଯାକ ପ୍ରବଳ ବର୍ଷା ହେବାର ଆକଳନ କରାଯାଉଥିବାରୁ ଖେଳ ହେବା ସମ୍ଭାବନା କ୍ଷୀଣ ହୋଇଛି। ଟୁର୍ନାମେଣ୍ଟର ଫାଇନାଲ ପାଇଁ ନିୟମ ଅନୁସାରେ ଅତିକମ୍‌ରେ ୧୦ ଓଭର ଖେଳ ହେବା ଆବଶ୍ୟକ। ଏହା ସମ୍ଭବ ନ ହେଲେ ଯୁଗ୍ମ ବିଜେତା ଘୋଷଣା କରାଯିବ। ଟସ୍‌ ପଡ଼ିବା ପରେ ଗେମ୍‌ ଲାଇଭ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଓଭର କମାଇ ରବିବାର ମ୍ୟାଚ ସାରିବାକୁ ଉଦ୍ୟମ କରାଯିବ। ଯଦି ଖେଳ ଅଧାରୁ ବନ୍ଦ ହୁଏ ତେବେ ରିଜର୍ଭ ଦିବସରେ ସେହିଠାରୁ ଖେଳ ଆରମ୍ଭ କରି ଶେଷ କରିବାକୁ ଚେଷ୍ଟା କରାଯିବ। ପ୍ରକାଶ ଯୋଗ୍ୟ ଯେ, ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲ ୨ ଦିନ ଖେଳାଯାଇଥିଲା। ଭାରତ-ଶ୍ରୀଲଙ୍କା ୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ବର୍ଷାରେ ଧୋଇଥିଲା। ସେତେବେଳର ପ୍ଲେଇଂ କଣ୍ଡିଶନ୍ସ ଅନୁସାରେ ରିଜର୍ଭ ଦିବସରେ ମ୍ୟାଚ ପୁଣିଥରେ ମୂଳରୁ ଆରମ୍ଭ ହେବାର ନିୟମ ଥିଲା। ମାତ୍ର ତାହା ମଧ୍ୟ ବାତିଲ ହୋଇଥିଲା। ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଏଥର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଗ୍ରୁପ୍‌ ପର୍ଯ୍ୟାୟର ୩ଟି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା ଏବଂ ଗୋଟିଏ ମ୍ୟାଚରେ ଓଭର କାଣ୍ଟଛାଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହସ୍ପିଟାଲରେ ପରିଣତ ହେଲା ସାଓ ପାଉଲୋ ଷ୍ଟାଡିୟମ

ସାଓ ପାଉଲୋ, ୨୫।୩ (ଏପି)- ପ୍ରାଣଘାତୀ କରୋନା ଭାଇରସ୍‌ ସାରା ବିଶ୍ୱରେ ଏହାର ଆତଙ୍କ ଖେଳାଇ ଚାଲିଛି। ଏହାକୁ ମୁକାବିଲା କରିବା ପାଇଁ ବ୍ରାଜିଲ ସାଓ...

ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ...

ଜାଡେଜାଙ୍କୁ କ୍ଷମା ମାଗିଲେ ମଞ୍ଜରେକର

ମାେଷ୍ଟେର,୧୧।୭(ପି.ଟି.)- ଶେଷରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କ୍ଷମା ମାଗିଛନ୍ତି। ଜାଜେଡାଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ମଞ୍ଜରେକର ବେଶ୍‌ ବିବାଦୀୟ...

ଦିନିକିଆରୁ ମଲିକଙ୍କ ଅବସର

କରାଚୀ,୬।୭- ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆର ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ...

ଆଇପିଏଲରେ ଖେଳିବା ପାଇଁ ଫିଟ୍‌ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍‌ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ...

ଧୋନୀ ୭.୨୯ ମିନିଟ୍‌ରେ ସନ୍ୟାସ ନେବା ପଛରେ କ’ଣ ରହିଛି ଏହି କାରଣ? ଜାଣନ୍ତୁ..

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ଘୋଷଣା କରିଛନ୍ତି। ନିଜର ବଳିଷ୍ଠ ନିର୍ଣ୍ଣୟ ଏବଂ ଶାନ୍ତ ସ୍ବଭାବକୁ...

ମୁଖ୍ୟମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଚାନୁ

ନୂଆଦିଲ୍ଲୀ,୮।୮: ଅଲିମ୍ପିଆନ ମୀରାବାଇ ଚାନୁ ରବିବାର ୨୭ତମ ଜନ୍ମଦିନ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓ୍ବେଟଲିଫ୍ଟର ଏହି ସ୍ବତନ୍ତ୍ର ଦିନକୁ ପାଳିଛନ୍ତି ମଣିପୁର...

ଆଇପିଏଲ୍‌ ପ୍ରଥମ ଭାଗ ଖେଳିବେନି ଆର୍ଚର

ଅହମଦାବାଦ, ୨୨।୩ (ପି.ଟି.)-ଡାହାଣ କହୁଣିରେ ଆଘାତ ଲାଗିଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ଭାଗ ଖେଳିବେନି ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚର।...

Advertisement
Archives

Model This Week