ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍‌ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧିପାଇ ରାଜଘାଟ ଗେଜ୍‌ଠାରେ ବିପଦସଙ୍କେତ ୧୦.୩୬ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା। ଶନିବାର ରାତି ୮ଟା ସୁଦ୍ଧା ଜଳସ୍ତର ୧୦.୪୮ ମିଟର ରହିଛି। ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତ କୁହ୍ଲା ଗ୍ରାମର ମହେଶ୍ୱର ପିଳା(୨୨) ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ ତାଙ୍କ ମା’ ଓ ଅନ୍ୟ ଜଣେ ଭାଇଙ୍କ ସହ ବାଲିଆପାଳ ଜାମକୁଣ୍ଡାରୁ ଘରକୁ ଫେରୁଥିବା ବେଳେ ପନ୍ତେଇ ବ୍ରିଜ ତଳେ ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି l ଖବରପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଛି।
ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ଶତାଧିକ ଗାଁର ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ଦୁର୍ବିଷହ ଜୀବନ ଭୋଗୁଛନ୍ତି। ବହୁ ତଳିଆ ଅଞ୍ଚଳରେ ବନ୍ୟାପାଣିର ସ୍ରୋତ ଛୁଟୁଥିବାରୁ ଗାଁଗୁଡ଼ିକ ବିଚ୍ଛିନ୍ନ ହୋଇଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡଙ୍ଗା ଏକମାତ୍ର ସାହା ହୋଇ ଅପରପକ୍ଷରେ ଭୋଗରାଇ ବ୍ଲକରେ ବ୍ରିଟିଶ ଅମଳରେ ନିର୍ମିତ ଖାଳଯୋଡ଼ିର ସ୍ଲୁଇସ୍‌ ଗେଟ୍‌ ଗୁରୁତର ପ୍ରଭାବିତ ହୋଇଛି ବନ୍ୟାସ୍ରୋତ ମାଡ଼ରେ ଏହାର ୩ଟି ଗେଟ୍‌ ଭାଙ୍ଗିଯାଇଛି। ଫଳରେ ଭୋଗରାଇ ଉପକୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ସୁବାସିନୀ ଜେନାଙ୍କ ସହିତ ଅତିରିକ୍ତ ଜିଲାପାଳ ରାଜସ୍ବ ବିଭାଗର ହେମନ୍ତ ସିଂ, ଉପଜିଲାପାଳ ସୁଧାକର ନାୟକ, ସର୍ବୋଚ୍ଚ ଯନ୍ତ୍ରୀ ମୁକୁଳ ବେରା, ଜିଲା ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକଙ୍କ ସହିତ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ, ୪ ବ୍ଲକର ବିଡିଓ ଏବଂ ତହସିଲଦାର ବନ୍ୟା ମୁକାବିଲା ନିମନ୍ତେ ତତ୍ପର ହେବା ସହିତ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?