କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ

ଭବାନୀପାଟଣା,୩।୮(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ କଳାହାଣ୍ଡି ଜିଲାରେ ଗତ ୩ ଦିନ ହେଲା ବର୍ଷା ଜାରି ରହିଛି। ଜୟପାଟଣା ବ୍ଲକ ବିମଳା ଗଁାର ଲକ୍ଷ୍ମଣ ନାଏକଙ୍କ ହଠାତ୍‌ ଘର ଭୁଶୁଡିଯିବାରୁ ୪ ଝିଅପୁଅ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ୧୦ ବର୍ଷର ପୁଅ ତୁଷାର ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଲକ୍ଷ୍ମଣ ଘରେ ନ ଥିବାବେଳେ ଏହି ଅଘଟଣ ହୋଇଥିଲା। ଘର ଭିତରେ ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ୫ଝିଅ ପୁଅ ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ତଦନ୍ତ କରି ଫେରିଛନ୍ତି। ସେହିପରି ବିଶେଷ କରି ଜିଲା ସଦରମହକୁମା ଭବାନୀପାଟଣା ସହରରେ ବର୍ଷା ବିପତ୍ାତ ଯୋଗୁ ସ୍ଥାନୀୟ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ଘରେ ପାଣି ପଶିଯିବା ସହ ପଡାକୁ ଯାଇଥିବା ରାସ୍ତା ସାରା ମଧ୍ୟ ପାଣି ମୟ ହୋଇଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହରର ୧୯ ନଂ ୱାର୍ଡ ମଦନମୋହନ ପଡା, ୧୭ ନଂ ୱାର୍ଡ ଓ ୧୮ ନଂ ୱାର୍ଡ ହଲିଆପଡା, ଗୋଦାମ ପଡାବାସୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାକାର ଚାରିଆଡେ ପାଣି ହୋଇଥିବାବେଳେ ମାଟିଘରଗୁଡିକ ଭାଙ୍ଗିଯାଇଛି। ଲୋକଙ୍କ ଘରେ ପାଣି ପଶିଯିବାରୁ ତାଙ୍କ ଚୁଲି ମଧ୍ୟ ବନ୍ଦ ହୋଇଯାଇଛି। ଡ୍ରେନେଜ ବ୍ୟବସ୍ଥା ଫେଲ ଯୋଗୁ ଏପରି ଅସୁବିଧା ହୋଇଛି। ସ୍ଥାନୀୟ ପୌରପାଳିକ ପକ୍ଷରୁ ପ୍ରଭାବିତ ୫୦ ପରିବାରର ୧୮୦ ଲୋକଙ୍କୁ ମନ୍ଦାରବଗିଚା (ମଝିପଡା) ସ୍କୁଲରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ବୁଧବାର ପଡାର କ୍ଷତିଗ୍ରସ୍ତ ଲୋକଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି ଯୁବ କଂଗ୍ରେସ ଟିମ୍‌। ତୁରନ୍ତ ପ୍ରଭାବିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଜିଲା ପ୍ରଶାସନ ଓ ପୌରପାଳିକାଙ୍କୁ ସେମାନେ ଅନୁରୋଧ କରିଛନ୍ତି। ପରେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ। ଏହି ସମୟରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ବଦ ସାହେବ, ରାଜ୍ୟ ସାଧାରଣ ସମ୍ପାଦିକା ମନ୍ଦାକିନୀ ବାଣୁଆ, ଜିଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ, ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ତ୍ରିଲୋଚନ ପାଣିଗ୍ରାହୀ, ଜିଲା ଉପସଭାପତି ପରମାନନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜୁନାଗଡ ହାତୀନଦୀରୁ ଆଟିଗଁାକୁ ଯାଉଥିବା ପିଡବ୍ଲୁଡି ରାସ୍ତାର ଚିଚୈଗୁଡା ନିକଟ ଥିବା ନାଳ ଉପରେ ୪ ଫୁଟ୍‌ ବର୍ଷା ପାଣି ପ୍ରବାହିତ ହେଉଛି। ଯାହାଦ୍ୱାରା ଏହି ରାସ୍ତାରେ ଯାତାୟାତ ବାଧାପପ୍ତ ହୋଇଛି। ସ୍ଥାନୀୟ ଲୋକେ ବୁଲି ଚିଚୈଗୁଡା ଛକ ମୁଖ୍ୟ ଜାତୀୟ ରାଜପଥ ସଡକ ଦେଇ ଏବେ ଜୁନାଗଡ, ଭବାନୀପାଟଣାକୁ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ନାଳ ଉପରେ ପାଣି ଚାଲୁଥିଲେ ମଧ୍ୟ ବିପଦସଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri