ଖର୍ଚ୍ଚ କମାଇବ ରେଲ୍‌ଓ୍ବେ

Dillip Cherian

କୋଭିଡ୍‌-୧୯ ମହାମାରୀ ଯୋଗୁ ରେଲ୍‌ଓ୍ବେର ଆୟ ଗୁରୁତର ଭାବରେ ହ୍ରାସ ପାଇଛି। ତେଣୁ ଏହା ନାନା ଉପାୟରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ନୂତନ ପଦବୀ ସୃଷ୍ଟି ଉପରେ ରୋକ ଲଗାଇବାଠାରୁ ଆରମ୍ଭକରି ଓ୍ବାର୍କଶପ୍‌ଗୁଡ଼ିକରେ ଯେତିକି ନିହାତି ଆବଶ୍ୟକ ସେତିକି କର୍ମଚାରୀ ରଖିବା, ଆଉଟ୍‌ସୋର୍ସ କାର୍ଯ୍ୟକୁ ସିଏସ୍‌ଆର୍‌ (କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନ୍ସିବିଲିଟି)କୁ ହସ୍ତାନ୍ତର କରିବା, ଉତ୍ସବାଦି ପାଳନକୁ କେବଳ ଡିଜିଟାଲ୍‌ ପ୍ଲାଟଫର୍ମରେ ସୀମିତ ରଖିବା ଏବଂ ଷ୍ଟେଶନାରି ଉପକରଣଗୁଡ଼ିକର ବ୍ୟବହାରକୁ ଅଧା କମାଇଦେବା ପର୍ଯ୍ୟନ୍ତ ପଦକ୍ଷେପମାନ ରହିଛି। ସୂଚନାନୁସାରେ, ରେଳବାଇର ଫାଇନାନ୍‌ସିଆଲ କମିଶନର ଏ ସମ୍ପର୍କରେ ସମସ୍ତ ଜୋନ୍‌ର ସାଧାରଣ ପରିଚାଳକଙ୍କୁ ଚିଠି ଲେଖିଛନ୍ତି। ପ୍ରକାଶ ଥାଉ କି, ଗତ ବର୍ଷ ମେ ଶେଷସୁଦ୍ଧା ରେଲ୍‌ଓ୍ବେର ଯାତ୍ରୀ ପରିବହନରୁ ଯେତିକି ଆୟ ହୋଇଥିଲା ଚଳିତବର୍ଷ ସେହି ଏକା ସମୟରେ ତାହା ୫୮ ପ୍ରତିଶତ ହ୍ରାସ ପାଇଛି। ଖର୍ଚ୍ଚକାଟ ପଦକ୍ଷେପ ଭିତରେ ସମସ୍ତ ଜୋନ୍‌ରେ କର୍ମଚାରୀଙ୍କ ପାଇଁ ହେଉଥିବା ବ୍ୟୟ ହ୍ରାସ କରିବା, ସେମାନଙ୍କ କାର୍ଯ୍ୟକୁ ତର୍କସଂଗତ କରିବା, ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରିବା, ଶକ୍ତି ବ୍ୟବହାର ହ୍ରାସ କରିବା ଏବଂ ପ୍ରଶାସନିକ ତଥା ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ କରି ଜୋନ୍‌ଗୁଡ଼ିକୁ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବା ଏବଂ ସମସ୍ତ ଯୋଗାଯୋଗ ସୁରକ୍ଷିତ ଇମେଲ୍‌ ମାଧ୍ୟମରେ କରାଯିବାକୁ ଫାଇନାନ୍‌ସିଆଲ କମିଶନର ମଧ୍ୟ ପରାମର୍ଶ ଦେଇଛନ୍ତି।

ପଦୋନ୍ନତି ନ ମିଳିବାରୁ ଇସ୍ତଫା
ପୂର୍ବରୁ ଏହି ସ୍ତମ୍ଭରେ (ଜୁନ୍‌ ୧୨) ମୁଁ ଲେଖିଥିଲି ଯେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ତେଲଙ୍ଗାନା ଷ୍ଟେଟ୍‌ ଏକାଡେମୀର ନିର୍ଦ୍ଦେଶକ ବିନୟ କୁମାର ସିଂ ଅସନ୍ତୁଷ୍ଟ ଅଛନ୍ତି ଏବଂ ଚାକିରିରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ସେ ତାଙ୍କର ଧମକକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ଇସ୍ତଫାପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ଲେଖିଥିବା ଏକ ପତ୍ରରେ ସିଂ କହିଛନ୍ତି ଯେ, ସେ ‘ସରକାରଙ୍କ ଉପରେ ବୋଝ’ ହେବାକୁ ଚାହୁଁନାହାନ୍ତି। ସିଂ ତାଙ୍କ ଚିଠିରେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅକ୍ଟୋବର ୨ ତାରିଖରୁ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି। ଯେଉଁମାନେ ସିଂଙ୍କ ବିଷୟରେ ଜାଣିଛନ୍ତି ସେମାନେ କହିଛନ୍ତି ଯେ ସେ ଚାକିରିରୁ ବିଦାୟ ନେବା ଆଶା କରାଯାଉଥିଲା, ଯେହେତୁ ଯୋଗ୍ୟତା ଥାଇ ବି ତାଙ୍କୁ ପୋଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ପଦକୁ ପଦୋନ୍ନତି ଦିଆଯାଇ ନ ଥିଲା। ଏହାପୂର୍ବରୁ ମେ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ଲେଖିଥିବା ଏକ ପତ୍ରରେ ସିଂ ଅଭିଯୋଗ କରିଥିଲେ ଯେ, ତାଙ୍କୁ ତିନି ମାସ ପୂର୍ବେ ଡିଜିପି ପଦବୀ ପାଇଁ ତାଲିକାଭୁକ୍ତ କରାଯାଇଥିଲେ ବି ସରକାର ପଦୋନ୍ନତି ଦେବା ନେଇ କିଛି ପଦକ୍ଷେପ ନେଇନାହାନ୍ତି। ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସିଂ ଅଭିଯୋଗ କରିଛନ୍ତି ଯେ, ୧୯୮୬ ବ୍ୟାଚ୍‌ର ତେଲଙ୍ଗାନା କ୍ୟାଡରର ନିୟମିତ ନିଯୁକ୍ତିପ୍ରାପ୍ତ ଅଧିକାରୀମାନେ ତିନିବର୍ଷ ପୂର୍ବେ ଖାଲି ପଦବୀ ନ ଥାଇ ବି ପଦୋନ୍ନତି ପାଇଥିଲେ। ସେହିଭଳି ୧୯୮୯ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇଏଏସ୍‌ ଅଧିକାରୀମାନେ ମଧ୍ୟ ଖାଲି ପଦବୀ ନ ଥାଇ ପଦୋନ୍ନତି ପାଇଥିଲେ। ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀମାନେ ବହୁ ଆଗରୁ ପଦୋନ୍ନତି ପାଇଛନ୍ତି। ସେ କହିଛନ୍ତି ଯେ, ଅବସର ପରେ ସେ ତେଲଙ୍ଗାନାର ଲୋକଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ କାମ କରିବେ। ବୋଧହୁଏ ସେ ଏକ ନୂଆ କ୍ୟାରିଅରର ଇଙ୍ଗିତ କରିଛନ୍ତି।

ତାମିଲନାଡ଼ୁ ପୋଲିସ ପାଇଁ ଲଜ୍ଜା
ତାମିଲନାଡୁର ଥୁଥୁକୁଡିରେ ପି. ଜୟରାଜ ଏବଂ ତାଙ୍କ ପୁଅ ଜେ. ବେନିକ୍ସଙ୍କ ହାଜତ ମୃତ୍ୟୁ ଘଟଣା ଏବଂ ପୋଲିସ ଅତ୍ୟାଚାରର ବିବରଣୀ ପଦାକୁ ଆସିବା ପରେ ମାଡ୍ରାସ ହାଇକୋର୍ଟ ଏକ ଅଭୂତପୂର୍ବ ରାୟରେ ଘଟଣା ଘଟିଥିବା ସାଥାନକୁଲମ୍‌ ଥାନାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ରାଜସ୍ବ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ଜିଲାପାଳଙ୍କୁ ଆଦେଶ ଦେଇଛନ୍ତି। ଏହି ମୃତ୍ୟୁ ଘଟଣା ପଦାକୁ ଆସିବା ପରେ ପୋଲିସ ନିର୍ଯାତନା ଓ ନୃଶଂସତାକୁ ନେଇ ସାରା ଦେଶ ଚକିତ ହୋଇଯାଇଛି। ବୋଧହୁଏ ୧୮୬୧ ମସିହାରେ ଭାରତୀୟ ପୋଲିସ୍‌ ଆକ୍ଟ ଲାଗୁ ହେବା ପରେ ଏବେ ପ୍ରଥମ ଥର ପାଇଁ ରାଜସ୍ବ ଅଧିକାରୀଙ୍କ ଦ୍ୱାରା କୌଣସି ପୋଲିସ ଷ୍ଟେଶନକୁ ହାତକୁ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମାଣ ନଷ୍ଟ କରିବା, ଅନୁସନ୍ଧାନରେ ସହଯୋଗ ନ କରିବା ଏବଂ ଅନୁସନ୍ଧାନ କରୁଥିବା ନ୍ୟାୟିକ ଦଳକୁ ଭୟଭୀତ କରିବା ପାଇଁ କୋର୍ଟ ଅତିରିକ୍ତ ଏସ୍‌ପି ଡି. କୁମାର, ଡେପୁଟି ଏସ୍‌ପି ପ୍ରଥାପନ୍‌ ଏବଂ କନଷ୍ଟେବଳ ମହାରାଜନଙ୍କ ବିରୋଧରେ ଆପରାଧିକ କୋର୍ଟ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ ଜୟରାଜ ଓ ତାଙ୍କ ପୁଅଙ୍କ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି। ତିରୁଚି ରେଞ୍ଜ୍‌ ଡିଆଇଜି ଭି. ବାଲକ୍ରିଷ୍ଣନ୍‌ ୮୦ ଜଣ ପୋଲିସଙ୍କୁ ଦାୟିତ୍ୱରୁ ଅପସାରିତ କରିଛନ୍ତି ଏବଂ ସେମାନଙ୍କୁ ଏକ ମାସ ପାଇଁ ଆଚରଣ ଶିକ୍ଷା କରିବାକୁ କହିଛନ୍ତି। ଠିକ୍‌ ଏହି ସମୟରେ ୩୯ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି କରାଯାଇଛି। କିନ୍ତୁ ରାଜ୍ୟ ପୋଲିସ୍‌ ଏହି ଲଜ୍ଜାଜନକ ଘଟଣାକୁ ସହଜରେ ହଜମ କରିପାରିବ ବୋଲି ମନେହୁଏ ନାହିଁ।
Dilipthecherian@twitter.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?