ଆବର୍ଜନାରେ ପରିପୂର୍ଣ୍ଣ ରେଳଷ୍ଟେଶନ ରାସ୍ତା

ଲାଠୋର,୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରୋଡ ରେଳ ଷ୍ଟେଶନ ରାସ୍ତା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୀର୍ଘ ବର୍ଷରୁ ଲାଠୋର ସାପ୍ତାହିକ ହାଟରୁ ରେଳ ଷ୍ଟେଶନକୁ ଏକ ରାସ୍ତା ସଂଯୋଗ କରୁଛି। ସେହି ରାସ୍ତା ଦେଇ ପ୍ରତିଦିନ ଜନସାଧାରଣ ଯିବା ଆସିବା କରୁଛନ୍ତି। ସାପ୍ତାହିକ ହାଟ ନିକଟରେ ରହିଥିବା ହୋଟେଲ, ଚା ଦୋକାନ ତଥା ଅନ୍ୟ ଦୋକାନୀମାନେ ଅଳିଆ ଆବର୍ଜନା ଆଣି ରାସ୍ତା କଡ଼ରେ ଜମା କରୁଛନ୍ତି। ଏହାଛଡା ହୋଟେଲରୁ ବାହାରୁଥିବା ମଇଳା ପାଣି ଏହି ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି। ମଇଳା ପାଣିରୁ ଦୁର୍ଗନ୍ଧ ବାହାରିବା ସହ ରାସ୍ତାରେ ଜମି ରହୁଛି। ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ନା ନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ କିଛି ଦିନ ରାସ୍ତା ଠିକ୍‌ ଠାକ୍‌ ଥିଲା। ହେଲେ ବର୍ତ୍ତମାନ ପୁଣି ଆବର୍ଜନାରେ ରାସ୍ତା ପରିପୂର୍ଣ୍ଣ ରହିଛି ଏବଂ ରାସ୍ତାରେ ପାଣି ଭାସୁଛି। ଏନେଇ କଣ୍ଟାବାଞ୍ଜି ଆଇଓଡବ୍ଲୁ ଦୀପକ କୁମାରଙ୍କୁ ପଚାରିବାରେ ଯେଉଁମାନେ ରାସ୍ତାରେ ଆବର୍ଜନା ପକାଇ ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗି ପଡ଼ିଲା ପୁରୁଣା ସ୍କୁଲଘର

ଖପ୍ରାଖୋଲ,୨୪ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦମେଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ଭାଙ୍ଗି ପଡିଛି। ବିଦ୍ୟାଳୟ ପରିସରରେ ଏହି ପୁରୁଣା ଶ୍ରେଣୀଗୃହଟି...

ଠକେଇର ଶିକାର ହୋଇଥିଲେ ରିପୋର୍ଟ କର

କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ

ଧାମନଗର(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ...

ଭିଜିଲାନ୍ସ ହାତରେ ଧରାପଡିଲେ ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ବନବିଭାଗ ରେଞ୍ଜର କେଶବ ମାଝୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର କେସିଙ୍ଗା ସ୍ଥିତ ଘର,...

ମଦ ଛଡ଼ାଇ ଆଣି ପୋଡ଼ିଲେ ଉତ୍ତ୍ୟକ୍ତ ମହିଳା

ହାତୀଓଟ,୪ା୧୧: ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ମାଳତିବାଡ଼ିରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗତ ଗୁରୁବାର ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ...

ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି...

ବୁଗୁଡ଼ାରେ ଗର୍ଜିଲେ ଚାଷୀ

ବୁଗୁଡ଼ା,୧୮।୧୦(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଏନ୍‌ଏସିର ଶତାଧିକ ଚାଷୀ ମଙ୍ଗଳବାର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି...

ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା: ବର୍ଷକରେ ଗଲାଣି ୬ ଜୀବନ

ବଅଁରପାଳ, ୩୦।୧୨ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ବଳରାମପ୍ରସାଦ ବଡ଼ତଇଳା ସାହିରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ଷକ ମଧ୍ୟରେ ୬ ଜଣଙ୍କ...

Advertisement
Archives

Model This Week