Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…

ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ ରେଳ ମନ୍ତ୍ରୀଙ୍କୁ ପଚାରିଛନ୍ତି ସିଗନାଲ ସିଷ୍ଟମ ବିଷୟରେ ଦିଆଯାଇଥିବା ଚେତାବନୀରେ କାହିଁକି ଅବହେଳା ପ୍ରଦର୍ଶନ କରାଯାଇଛି? ଅଧିକାରୀମାନେ ଫେବୃଆରୀରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେଉଁଥିରେ ସେମାନେ ରେଳବାଇକୁ ଇଣ୍ଟରଲକିଂ ବିଫଳତା ବିଷୟରେ ସଚେତନ କରିଥିଲେ।

ଏକ ଟୁଇଟ ଜରିଆରେ ସୁରଓ୍ବୋଲା କହିଛନ୍ତି ଯଦି ସିଗନାଲ ସିଷ୍ଟମ ଉପରେ ନଜର ରଖାଯାଏ ନାହିଁ କିମ୍ବା ମରାମତି କରା ନ ଯାଏ ତେବେ ଏହା ଦୁର୍ଘଟଣା ଘଟାଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ରେଳ ମନ୍ତ୍ରୀ ଏବଂ ରେଳ ମନ୍ତ୍ରଣାଳୟ କାହିଁକି ଶାନ୍ତ ରହିଲେ, କାହିଁକି ଅବହେଳା ପ୍ରଦର୍ଶନ କଲେ?

ସୁରେଜୱାଲା କହିଛନ୍ତି ଏହା ସତ କି ରେଳମନ୍ତ୍ରୀ ସୁରକ୍ଷା ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ଏବଂ ମାର୍କେଟିଂ କରିବାରେ ଅଧିକ ବ୍ୟସ୍ତ ଥିଲେ? ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପରିବର୍ତ୍ତେ ରେଳମନ୍ତ୍ରୀ ବନ୍ଦେ ଭାରତ ଟ୍ରେନର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରିବା ଏବଂ ରେଳ ଷ୍ଟେଶନକୁ ନବୀକରଣ କରିବାରେ ବ୍ୟସ୍ତ ଥିଲେ କି? ରେଳ ମନ୍ତ୍ରୀ ରାଜସ୍ବ ବୃଦ୍ଧିରେ ବ୍ୟସ୍ତ ଅଛନ୍ତି କି? ଜୁନ ୨ ରେ ବନ୍ଦେ ଭାରତଟ୍ରେନ ଆରମ୍ଭ କରିବା ଉପରେ ଧ୍ୟାନ ଦେଉଥିବାରୁ ରେଳ ମନ୍ତ୍ରୀ ଜୁନ ୨ରେ ଅନୁଷ୍ଠିତ ହେବାକୁ ଥିବା ରେଳ ସୁରକ୍ଷା କନକ୍ଲେଭ କ୍ୟାମ୍ପକୁ ଛାଡ଼ିଦେଇଛନ୍ତି କି?

ରାଜ୍ୟସଭା ଏମପି ସୁରଜେୱାଲା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆଇଟି ଏବଂ ଟେଲିକମ ଭଳି ବଡ ପୋର୍ଟଫୋଲିଓ କାହିଁକି ରେଳ ମନ୍ତ୍ରୀଙ୍କୁ ଦିଆଗଲା, ରେଳ ପ୍ରାଥମିକ ହୋଇପାରିବ ନାହିଁ କି? ରେଳବାଇରେ ଖାଲିଥିବା ପଦବୀ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମାନବ ସମ୍ବଳ ଅଭାବରୁ ରେଳବାଇ ସଂଘର୍ଷ କରୁଛି। ତେବେ ରେଳବାଇ କିପରି କର୍ମଚାରୀଙ୍କ ବିନା ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବ? କବଚ କାହିଁକି କାର୍ଯ୍ୟକାରୀ ହେଲା ନାହିଁ? ଭାରତୀୟ ରେଳରେ ଦୈନିକ ୨୦ ଲକ୍ଷ ଲୋକ ଯାତ୍ରା କରନ୍ତି। ସେମାନଙ୍କ ପ୍ରତି ରେଳମନ୍ତ୍ରୀଙ୍କ ଦାୟିତ୍ୱବୋଧ କିଛି ଅଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri