ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ରେଳ ବୋର୍ଡର ସମସ୍ତ ନିୟମକୁ ସଠିକ୍‌ ଭାବରେ ପାଳନ କରି କାର୍ଯ୍ୟକାରୀ କରିବା, କେବଳ ଲୋକ ପାଇଲଟ୍‌ଙ୍କ ଦ୍ୱାରା ମେମୁଟ୍ରେନ୍‌ ଚଳାଚଳୁ ନ କରାଇ ସହଚାଳକଙ୍କୁ ପୁନଃ ଅବସ୍ଥାପିତ କରିବା, ମାସକୁ ଅନ୍ୟୁନ ୪୬ ଘଣ୍ଟାର ଚାରୋଟି ସାପ୍ତାହିକ ବିଶ୍ରାମ ପ୍ରଦାନ କରିବା, ରେଳ ମୁଖ୍ୟାଳୟକୁ ଅତିକ୍ରମ କରି କାର୍ଯ୍ୟ କରିବାକୁ ବନ୍ଦ କରିବା, ଟ୍ରାଙ୍ଗୁଲାର ଓ୍ବାର୍କିଂ ବନ୍ଦ କରି ରେଳ ଚାଳକ ଓ ସହ ଚାଳକଙ୍କୁ ୩୨ଘଣ୍ଟା ମଧ୍ୟରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା ଆଦି ଦାବି ନେଇ ସର୍ବ ଭାରତୀୟ ରେଳ ଚାଳକ ସଂଘର ସଦସ୍ୟମାନେ ପୂର୍ବତଟ ରେଳପଥ ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ କର୍ମୀଦଳ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନିକିଆ ବିକ୍ଷୋଭ ପଦର୍ଶନ କରିଥିଲେ।
ଖୋର୍ଦ୍ଧା ରୋଡ୍‌, କଟକ, ପାରାଦୀପ ତାଳଚେର, ପୁରୀ, ଭଦ୍ରକ, ଯଖପୁରା, ପଲାସା ସମେତ କେନ୍ଦୁଝରଗଡ଼ ପ୍ରଭୃତି ସ୍ଥାନରେ ରେଳ ଚାଳକ ସଙ୍ଘର ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦାଶ, ଶାଖା ସଚିବ ଜ୍ୟୋତିରଞ୍ଜନ ରାଉତ, ଶାଖା ସଭାପତି ପ୍ରଦୀପ୍ତ ମହାନ୍ତି, ଗଣମାଧ୍ୟମ ପ୍ରଭାରୀ ରାକେଶ ମହାନ୍ତି, କୋଷାଧ୍ୟକ୍ଷ ଅରବିନ୍ଦ ନିରାଲା, ରବି ରଞ୍ଜନ, ଗଣେଶ ପାଣିଗ୍ରାହୀ, ବାନାମ୍ବର ସାହୁ, ଦିଲୀପ ସାହୁଙ୍କ ନେତୃତ୍ୱରେ ଡିଭିଜନ ବ୍ୟାପୀ ଅନଶନ ଅନୁଷ୍ଠିତ ହେବା ସହିତ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବଭାରତୀୟ ରେଳ ଚାଳକ ସଂଘ ତରଫରୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri