Posted inଜାତୀୟ

ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା କମାଇଲା ରେଲୱେ, ଜାଣନ୍ତୁ କେତେଦିନ ଆଗରୁ କରିପାରିବେ

ନୂଆଦିଲ୍ଲୀ,୧୭ା୧୦: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଆଗରୁ ୪ ମାସ ପୂର୍ବରୁ ବୁକିଂ କରି ହେଉଥିବା ବେଳେ ଏଣିକି ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ। ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି କରାଯାଇଛି।

ଏହି ନୂତନ ନିୟମ ୨୦୨୪ ନଭେମ୍ବର ୧ ରୁ ଲାଗୁ ହେବ ବୋଲି ଭାରତୀୟ ରେଲୱେ କହିଛି। ଚିଠିରେ ଲେଖାଅଛି, “୦୧.୧୧.୨୦୨୪ ରୁ, ଏଆରପି ୬୦ ଦିନ ହେବ (ଯାତ୍ରା ଦିନକୁ ବାଦ ଦେଇ) ଏବଂ ସେହି ଅନୁଯାୟୀ ବୁକିଂ କରାଯିବ। ୬୦ ଦିନର ଏଆରପି ବାହାରେ କରାଯାଇଥିବା ବୁକିଂ ବାତିଲକୁ ଅନୁମତି ଦିଆଯିବ।

ଅବଶ୍ୟ, ତାଜ ଏକ୍ସପ୍ରେସ, ଗୋମତି ଏକ୍ସପ୍ରେସ ଇତ୍ୟାଦି ନିର୍ଦ୍ଦିଷ୍ଟ ଦିନର ଏକ୍ସପ୍ରେସ ଟ୍ରେନ୍, ଯେଉଁଠାରେ ଅଗ୍ରୀମ ସଂରକ୍ଷଣ ପାଇଁ କମ୍ ସମୟ ସୀମା ଅଛି, ବଳବତ୍ତର ଏହି ପରିବର୍ତ୍ତନରୁ ଅଲଗା ରହିବ। ଅଧିକନ୍ତୁ, ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୩୬୫ ଦିନର ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ତଥାପି, ନୂତନ ନିୟମ ଯେଉଁମାନେ ଟିକେଟ୍ ବୁକ୍ କରିସାରିଛନ୍ତି ସେମାନେ ମଧ୍ୟ କୌଣସି ପ୍ରକାର ପ୍ରଭାବିତ ହେବେ ନାହିଁ। ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଯେଉଁମାନେ ବୁକିଂ କରିବେ ସେହିମାନଙ୍କୁ ୧୨୦ ଦିନର ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ତାମିଲନାଡୁ ରାଜନୀତିରେ ହଇଚଇ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରେ ରାଜନୀତିକୁ ଆସିବେ ତ୍ରିଷା! ଜାରି ହେଲା…

ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌…

ବାଲେନ ଶାହଙ୍କ ଦୂରଦୃଷ୍ଟିକୁ ମୋଦିଙ୍କ ପ୍ରଶଂସା, କହିଲେ ନେପାଳ ବିନା ଆମ ରାମ ଅଧୁରା

ନୂଆଦିଲ୍ଲୀ,୨୩ା୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ପ୍ରଥମ ରାଜକୀୟ ଭାରତ ଗସ୍ତ ଅବସରରେ ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ସୋମବାର…

ନିର୍ବାଚନରେ ହଇଚଇ ସୃଷ୍ଟି କରିବ CJP! ଆଶୁତୋଷ ରଙ୍କା କହିଲେ ‘ବହୁତ ହେଲା, ଆଉ ନୁହେଁ…’

ନୂଆଦିଲ୍ଲୀ,୨୩।୧୧: ‘କକରୋଚ ଜନତା ପାର୍ଟି’ (CJP) ରବିବାର (ନଭେମ୍ବର ୨୨, ୨୦୨୬) ଘୋଷଣା କରିଛି ଯେ, ଦଳୀୟ କର୍ମୀ ଏବଂ ସାଧାରଣ ଜନତାଙ୍କ ସହଯୋଗରେ ଏହା ଗୋଆ…

ବିସଲେରି ପାଣି ନମୁନା ପରୀକ୍ଷାରେ ଫେଲ; ୫ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ FSSAIର ଅନୁମୋଦନ , ୨କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ସମେତ ପାଞ୍ଚଟି ଖାଦ୍ୟ ବ୍ୟବସାୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬

ଭୁବନେଶ୍ୱର,୨୩ା୧୧: ସୋମବାର ସ୍ବସ୍ତି ପ୍ରିମିୟମ୍‌ଠାରେ ଧରିତ୍ରୀ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ୍‌ ୨୦୨୬’ ଆରମ୍ଭ ହୋଇଛି। ‘ଗ୍ରୀନ୍‌ ହିରୋ ସମିଟ’ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବାଲେନ ଶାହ; ଭାରତ-ନେପାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହେବାର ସମ୍ଭାବନା

ନୂଆଦିଲ୍ଲୀ,୨୩।୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ରବିବାର (ନଭେମ୍ବର ୨୨, ୨୦୨୬) ଠାରୁ ଆରମ୍ଭ ହେଉଥିବା ଏକ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?