ଭୁବନେଶ୍ୱର,୨୩ା୧୧: ସୋମବାର ସ୍ବସ୍ତି ପ୍ରିମିୟମ୍ଠାରେ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ୍ କନ୍କ୍ଲେଭ୍ ୨୦୨୬’ ଆରମ୍ଭ ହୋଇଛି। ‘ଗ୍ରୀନ ହିରୋଜ ସମ୍ମିଟ’ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ପ୍ରଭାବଶାଳୀ ତୃଣମୂଳ ସ୍ତରର ପରିବେଶଗତ ପଦକ୍ଷେପ ପାଇଁ ‘କ୍ଲାଇମେଟ ଗ୍ରାଣ୍ଟ’ (ଜଳବାୟୁ ଅନୁଦାନ) ସହାୟତା ଭାବେ ୧ ଲକ୍ଷ ଟଙ୍କା ଜିତିବାର ସୁଯୋଗ ରହିଛି।
ଏହି ସମ୍ମିଳନୀ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ତୃଣମୂଳ ସ୍ତରରେ ପ୍ରକୃତି ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣିଛି। ବର୍ତ୍ତମାନର ଗୁରୁତର ପରିବେଶଗତ ଆହ୍ୱାନଗୁଡ଼ିକ ଉପରେ ନିଜର ଅଭିଜ୍ଞତା, ପଦକ୍ଷେପ ଏବଂ ଦୃଷ୍ଟିକୋଣ ବାଣ୍ଟିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରୁଛି। ଏଥିରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଏବଂ ତୃଣମୂଳ ସ୍ତରର ସଂରକ୍ଷଣ ପ୍ରୟାସ ଉପରେ ଆଧାରିତ ପ୍ୟାନେଲ ଆଲୋଚନା, ବିଶେଷଜ୍ଞଙ୍କ ସହ ମତବିନିମୟ ଓ ବିଭିନ୍ନ ଆଲୋଚନାଚକ୍ର ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମର ଅପଡେଟ୍ ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।

ଧରିତ୍ରୀ ୟୁଥ୍ କନ୍କ୍ଲେଭ୍ ୨୦୨୬ ପୂର୍ବରୁ ଆୟୋଜିତ ‘ଗ୍ରୀନ୍ ହିରୋଜ୍ ସମ୍ମିଟ୍’ରେ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଜାରି ରହିଛି।

ବଳିଷ୍ଠ ଚିନ୍ତାଧାରା। ତୃଣମୂଳ ସ୍ତରରେ ବାସ୍ତବ କାର୍ଯ୍ୟ। ଏକ ସବୁଜ ଓ ସୁନ୍ଦର ଭବିଷ୍ୟତ!
‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ‘ଗ୍ରୀନ ହିରୋଜ ସମ୍ମିଟ’ରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ଏହି ପ୍ରେରଣାଦାୟୀ ଅଭିଭାଷଣ ଜଳବାୟୁ ପରିବର୍ତ୍ତନ, ପ୍ରକୃତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗଠନମୂଳକ ଆଲୋଚନା ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପ୍ରସ୍ତୁତ କରିଛି।
ସତପଥୀ କହିଛନ୍ତି, ଆମେ ଏହି ପରିବେଶ ଯୋଦ୍ଧାମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛୁ ଏବଂ ଆମ ସ୍ତରରେ ଯଥାସମ୍ଭବ ପ୍ରୟାସ କରୁଛୁ। ଯଦି ଆମେ ସଚେତନ ଓ ସତର୍କ ହେବା, ତେବେ ଆମେ ଏପରି ଏକ ପରିବର୍ତ୍ତନଶୀଳ ଧାରାକୁ ବଦଳାଇ ପାରିବା, ଯାହା ନଚେତ୍ ଅପରିବର୍ତ୍ତନୀୟ ହୋଇଯିବ। ସେ ଆଶା ପ୍ରକଟ କରିଛନ୍ତି ଯେ, ଏହି ମଞ୍ଚ ତୃଣମୂଳ ସ୍ତରର ପରିବେଶବିତ୍ମାନଙ୍କ ପାଇଁ ଆଖି ଖୋଲିବାରେ ସହାୟକ ହେବ ଏବଂ ସେମାନଙ୍କର ପ୍ରେରଣାଦାୟୀ କାର୍ଯ୍ୟ ଓ ସାହସିକତାକୁ ଲୋକଲୋଚନକୁ ଆଣିବ; ଯାହାଦ୍ୱାରା ଏକ ଉନ୍ନତ ତଥା ଅଧିକ ବାସଯୋଗ୍ୟ ପୃଥିବୀ ଗଠନ ପାଇଁ ସାମୂହିକ ପ୍ରୟାସକୁ ପ୍ରୋତ୍ସାହନ ମିଳିପାରିବ।

‘ଗ୍ରୀନ ହିରୋଜ ସମ୍ମିଟ’ ପକ୍ଷରୁ ଏହାର ବିଶିଷ୍ଟ କ୍ଲାଇମେଟ୍ ଗ୍ରାଣ୍ଟ ବିଚାରକ ମଣ୍ଡଳୀର ସଦସ୍ୟ — ଡକ୍ଟର ଦେବବ୍ରତ ସ୍ୱାଇଁ, ଡକ୍ଟର ପ୍ରକାଶ ଚନ୍ଦ୍ର ମର୍ଦ୍ଦରାଜ, ଡକ୍ଟର ଦେବଜିତ୍ ରାଉତରାୟ ଏବଂ ଧରିତ୍ରୀ ସିଇଓ ଆଦ୍ୟାଶା ସତପଥୀଙ୍କୁ ସ୍ୱାଗତ।
‘ଗ୍ରୀନ୍ ହିରୋଜ୍ ସମ୍ମିଟ’ରେ ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ତୃଣମୂଳ ସ୍ତରର ପରିବେଶବିତ୍ମାନଙ୍କ ପ୍ରଶଂସା କରିଛନ୍ତି। ଏଥିସହିତ ପରସ୍ପର ସହ ଯୋଡ଼ି ହେବା, ମିଳିତ ଭାବେ କାର୍ଯ୍ୟ କରିବା ଏବଂ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପରିବେଶ ସୁରକ୍ଷା କାର୍ଯ୍ୟରେ ପରିଣତ କରିବାକୁ ସେ ପରିବେଶବିତ୍ମାନଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି।
ଧରିତ୍ରୀ ୟୁଥ୍ କନକ୍ଲେଭ-୨୦୨୬ର ସ୍ବତନ୍ତ୍ର ଜୁରି ତଥା ପୂର୍ବତନ ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ ବିଜେତା ସିଦ୍ଧାର୍ଥ ପ୍ରଧାନ, ତ୍ରିଲୋଚନ ସାହୁ ଏବଂ ସାଗର କୁମାର ପାତ୍ର ସମ୍ବର୍ଦ୍ଧିତ।
‘ଗ୍ରୀନ ହିରୋଜ ସମ୍ମିଟ୍’ର ଏକ ସ୍ବତନ୍ତ୍ର ଆଲୋଚନାଚକ୍ରରେ ଏକାଠି ହୋଇଛନ୍ତି ପରିବେଶ ଯୋଦ୍ଧାମାନେ। ଜଳବାୟୁ ପରିବର୍ତ୍ତନ ଓ ପରିବେଶଗତ ଆହ୍ବାନର ମୁକାବିଲା ପାଇଁ ଚାଲିଛି ଗଭୀର ମନ୍ଥନ। ଅଭିନବ ଚିନ୍ତାଧାରାର ଆଦାନପ୍ରଦାନ ଏବଂ ଏକ ସବୁଜ ଭବିଷ୍ୟତ ଗଢ଼ିବାର ନୂଆ ବାଟ ଖୋଜା ଚାଲିଛି।
‘ଗ୍ରୀନ ହିରୋଜ୍ ସମିଟ୍’: ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ନେଇ ଯୁବପିଢ଼ିଙ୍କ ସ୍ବର
କୋଇଲା ଖଣି ଓ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ହେଉଥିବା ବାୟୁ ପ୍ରଦୂଷଣର ମୁକାବିଲା କରିବା ଠାରୁ ଆରମ୍ଭ କରି ‘ଡିଜିଟାଲ ଓ୍ବେଷ୍ଟ ପାସପୋର୍ଟ’ ଏବଂ ‘ରିସୋର୍ସ ରିକଭରି ସେଣ୍ଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବା ପର୍ଯ୍ୟନ୍ତ ଏକ ସବୁଜ ଓ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପରିବେଶବିତ୍ମାନେ ଦେଖାଇଛନ୍ତି ସମାଧାନର ବାଟ।

ଟେବୁଲ୍ ୧:ଅଂଶଗ୍ରହଣକାରୀମାନେ ଜଙ୍ଗଲ କ୍ଷୟ, ବନାଞ୍ଚଳର ଅବକ୍ଷୟ ଏବଂ ବାସସ୍ଥାନ ବିଖଣ୍ଡନ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଛନ୍ତି, ଯାହା ଜୈବ ବିବିଧତା ଏବଂ ପରିବେଶଗତ ସନ୍ତୁଳନ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ଦର୍ଶାଉଛି ।
ଜଙ୍ଗଲର ପୁନରୁଦ୍ଧାର, ଜୈବବିବିଧତାର ପୁନର୍ଜୀବନ
ଟେବୁଲ ୨: ଜୈବବିବିଧତା ରେଜିଷ୍ଟର ମାଧ୍ୟମରେ ଦେଶୀୟ ବୃକ୍ଷ ପ୍ରଜାତିର ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ‘ସିଡ୍ ବଲ’ ଜରିଆରେ ମଞ୍ଜି ବୁଣିବା ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଜଙ୍ଗଲ କ୍ଷୟ, ପରିବେଶ ଅବକ୍ଷୟ ଏବଂ ବନ୍ୟପ୍ରାଣୀଙ୍କ ବାସସ୍ଥାନ ବିଖଣ୍ଡନ ଭଳି ସମସ୍ୟାର ମୁକାବିଲା ପାଇଁ ପରିବେଶ ଯୋଦ୍ଧାମାନେ ଅନୁସନ୍ଧାନ କରୁଛନ୍ତି ନୂଆ ଉପାୟ।

ଟେବୁଲ୍ ୩: ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ବଢୁଥିବା ପରିବେଶଗତ ଅସୁରକ୍ଷିତତା ଉପରେ ର ଅଂଶଗ୍ରହଣକାରୀମାନେ ସେମାନଙ୍କର ଅନୁସନ୍ଧାନ ଏବଂ ପ୍ରସ୍ତାବିତ ସମାଧାନଗୁଡ଼ିକର ଉପସ୍ଥାପନ।

ଟେବୁଲ୍ ୪: ଉପକୂଳ କ୍ଷୟ, ହେନ୍ତାଳ ବନ ଧ୍ୱଂସ ଏବଂ ବଢୁଥିବା ସମୁଦ୍ର ଜଳସ୍ତର ଉପରେ ଅଂଶଗ୍ରହଣକାରୀଙ୍କର ଅନୁସନ୍ଧାନ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ।

ଟେବୁଲ ୫: ଅଂଶଗ୍ରହଣକାରୀମାନେ ଆର୍ଦ୍ରଭୂମି କ୍ଷୟ, ମଧୁର ଜଳ ପ୍ରଦୂଷଣ ଏବଂ ନଦୀ ପରିସଂସ୍ଥାନ ଧ୍ୱଂସ ଉପରେ ସେମାନଙ୍କର ଅନୁସନ୍ଧାନ ଉପସ୍ଥାପନ କରିଛନ୍ତି, ଯାହା ଅତ୍ୟାବଶ୍ୟକୀୟ ଜଳ ସମ୍ପଦର ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକତାକୁ ଦର୍ଶାଉଛି।
Dharitri – Odisha’s No.1 Odia Daily

