Posted inଜାତୀୟ

ତାମିଲନାଡୁ ରାଜନୀତିରେ ହଇଚଇ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରେ ରାଜନୀତିକୁ ଆସିବେ ତ୍ରିଷା! ଜାରି ହେଲା…

ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସୋମବାର (ନଭେମ୍ବର ୨୩) ତାଙ୍କ ନାଁରେ କିଛି କଥିତ ସମର୍ଥକ ତିରୁନେଲଭେଲିରେ ‘ୟଙ୍ଗ ରିଭଲ୍ୟୁସନାରୀ ଲିଡର ତ୍ରିଷା ଫୋରମ’ ନାମକ ଏକ ସଂଗଠନର ଶୁଭାରମ୍ଭ କରିଛନ୍ତି।

ଫୋରମର ପୋଷ୍ଟରରେ ତ୍ରିଷା ସବୁଜ ରଙ୍ଗର ଶାଢ଼ି ପିନ୍ଧି ହାତ ଯୋଡ଼ିଥିବା ନଜର ଆସିଛନ୍ତି। ଏହାର ଲୋଗୋ ଡିଜାଇନରେ ମଧ୍ୟ ସବୁଜ ରଙ୍ଗର ବ୍ୟବହାର କରାଯାଇଛି। ଏହି ରଙ୍ଗ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ (AIADMK) ସହ ଜଡ଼ିତ।

ସମର୍ଥକମାନେ କହିଛନ୍ତି, ତ୍ରିଷା କୃଷ୍ଣନ ରାଜନୀତିକୁ ଆସିବେ ଏବଂ ଆମ ସହ ଯୋଡ଼ି ହେବେ ବୋଲି ଆଶା ରଖି ଆମେ ଏହି ଫୋରମର ଶୁଭାରମ୍ଭ କରିଛୁ। କ୍ଷମତାର ପଦପଦବି ହାସଲ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ତାମିଲନାଡୁବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିବା ଆମର ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ବାଚନୀ ପ୍ରଚାରଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଅବସରରେ ତ୍ରିଷା ତାଙ୍କ ସହ ନଜର ଆସିଛନ୍ତି।

ଏହାବ୍ୟତୀତ ବ୍ରିଟେନରେ ଅଜିତ କୁମାରଙ୍କ ରେସିଂ ଇଭେଣ୍ଟରେ ମଧ୍ୟ ଉଭୟ ଏକାଠି ପହଞ୍ଚିଥିଲେ। ଏହା ପୂର୍ବରୁ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଅଭିନେତ୍ରୀ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତ୍ରିଷାଙ୍କୁ ନେଇ ବିରୋଧୀ ଦଳଗୁଡ଼ିକ ସମୟ ସମୟରେ ବିଭିନ୍ନ କଟାକ୍ଷ ମଧ୍ୟ କରିଆସୁଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହଠାତ୍‌ ବଡ଼ ଧରଣର ହ୍ରାସ: ଗୋଟିଏ ଦିନରେ ବୁଡିଗଲା ନିବେଶକଙ୍କ ୩ ଲକ୍ଷ କୋଟି! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍‌କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ…

ଟି-୨୦ରେ ନୂଆ ଇତିହାସ ଲେଖିଲେ କିରନ ପୋଲାର୍ଡ: ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ…

୧୧ ବର୍ଷ ପରେ ଟିମ ଇଣ୍ଡିଆ ସହ ଘଟିଲା ଅଜବ ସଂଯୋଗ: ୩୫୨ ରନ୍‌ କରିବା ପରେ ବି…

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ୩୫୨ ରନର…

ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ବାରିପଦା,୨୩।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ପାଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ବାଇକ୍‌…

କାର୍ତ୍ତିକ ମାସ ଶେଷ ସୋମବାର, ବଟେଶ୍ଵର ଶୈବପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରେ…

‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’

ପୂର୍ବ ହିମାଳୟର ବିରଳ ତଥା ସଂକଟାପନ୍ନ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ଡ. ବରଖା ସୁବ୍ବା ଏକ ପରିଚିତ ନାମ। ଦାର୍ଜିଲିଂର ଚା’ ବଗିଚା ଏବଂ ଘଞ୍ଚ…

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୭୦୬ ସରକାରୀ ବାବୁ

ଭୁବନେଶ୍ୱର,୨୩।୧୧: ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?