Posted inଜାତୀୟ

ବାଲେନ ଶାହଙ୍କ ଦୂରଦୃଷ୍ଟିକୁ ମୋଦିଙ୍କ ପ୍ରଶଂସା, କହିଲେ ନେପାଳ ବିନା ଆମ ରାମ ଅଧୁରା

ନୂଆଦିଲ୍ଲୀ,୨୩ା୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ପ୍ରଥମ ରାଜକୀୟ ଭାରତ ଗସ୍ତ ଅବସରରେ ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ସୋମବାର ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହାପରେ ଉଭୟ ନେତା ଅଯୋଧ୍ୟା-ଜନକପୁର ରେଳ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି ନେପାଳର ପୁନନିର୍ମାଣ ଓ ଦୀର୍ଘକାଳୀନ ବିକାଶ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍‌ ଘୋଷଣା କରିଥିଲେ।

ଖବରଦାତା ସମ୍ମିଳନୀରେ ମୋଦି କହିଥିଲେ, ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭାରତ ଆସିଥିବାରୁ ବାଲେନ ଶାହଙ୍କୁ ସ୍ୱାଗତ କରୁଛି । କିଛି ମାସ ପୂର୍ବେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଜାତିସଂଘରେ ତାଙ୍କ ଅଭିଭାଷଣରୁ ଦୂରଦୃଷ୍ଟିର ସ୍ପଷ୍ଟ ଝଲକ ମିଳିଥିଲା। ଏବେ ଗତ କିଛି ଘଣ୍ଟାର ଆଲୋଚନାରେ ନେପାଳର ଭବିଷ୍ୟତ ଏବଂ ଭାରତ-ନେପାଳ ସମ୍ପର୍କକୁ ନେଇ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ଓ ପ୍ରତିବଦ୍ଧତାକୁ ଅନୁଭବ କରିଛି ବୋଲି ମୋଦି କହିଥିଲେ। ମୋଦି କହିଥିଲେ, ଭାରତ ଓ ନେପାଳର ସମ୍ପର୍କ କେବଳ ପଡ଼ୋଶୀ ଦେଶର ସମ୍ପର୍କ ନୁହେଁ, ବରଂ ଆତ୍ମୀୟତା ଓ ଅତୁଟ ବିଶ୍ୱାସର ସମ୍ପର୍କ । ଉଭୟ ଦେଶର ଖୁସି ଓ ଆହ୍ୱାନ ମଧ୍ୟ ସମାନ । ଆମେ ପରସ୍ପରର ପ୍ରଗତିର ସାଥୀ ଏବଂ କଠିନ ସମୟରେ ପରସ୍ପରର ସହାୟକ।

ଗତ ଅଗଷ୍ଟରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ହୋଇଥିବା ଜୀବନହାନି ପାଇଁ ମୋଦି ଗଭୀର ସମବେଦନା ପ୍ରକାଶ କରିଥିଲେ। ନେପାଳର ଦୀର୍ଘକାଳୀନ ବିକାଶକୁ ନୂଆ ଶକ୍ତି ଦେବା ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍‌ ଘୋଷଣା କରିଥିଲେ।

ଭାରତ ଓ ନେପାଳର ସାଧାରଣ ସଭ୍ୟତା, ଆସ୍ଥା ଓ ସଂସ୍କୃତିର ସମ୍ପର୍କକୁ ଉଲ୍ଲେଖ କରି ମୋଦି କହିଥିଲେ, ଭଗବାନ ରାମ ଓ ମାତା ସୀତା ଆମର ସାଧାରଣ ସଭ୍ୟତା ଓ ଆସ୍ଥାର ପ୍ରତୀକ । ନେପାଳ ବିନା ଆମର ରାମ ଅଧୁରା। ଅଯୋଧ୍ୟା-ଜନକପୁର ଟ୍ରେନ୍‌ ସେବା ଆରମ୍ଭ ହେବା ଦ୍ୱାରା ମାତା ସୀତାଙ୍କ ଦର୍ଶନ କରିବା ମଧ୍ୟ ସହଜ ହେବ । ଏହି ରେଳ ସେବା ଦୁଇ ଦେଶ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ସେ କହିଥିଲେ। ଭାରତ ସବୁବେଳେ ଏକ ସଶକ୍ତ ଓ ସମୃଦ୍ଧ ନେପାଳର ବିକାଶ ଯାତ୍ରାରେ ସହଯୋଗୀ ହୋଇ ରହିବ ବୋଲି ମୋଦି ଦୋହରାଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୨୩ା୧୧: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଡ଼ା ଝଟକା ଲାଗିଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପାରଳାଖେମୁଣ୍ଡି IIC…

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଚିଲା ଗସ୍ତରେ ଆସି ବାତ୍ୟା ଏବଂ ବନ୍ୟା ଯୋଗୁ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି…

ପୁରୁଷୋତ୍ତମପୁରରେ ବନ୍ୟା କ୍ଷୟକ୍ଷତି ପରଖିଲେ ମୁଖ୍ୟମନ୍ତ୍ରୀ, ଋଣ ଛାଡ଼ ପାଇଁ ଚାଷୀଙ୍କ ନିବେଦନ

ପୁରୁଷୋତ୍ତମପୁର,୨୩ା୧୧(ସବିତା ମିଶ୍ର): ବନ୍ୟାରେ ଉଜୁଡ଼ିଛି ସୁନାର ଫସଲ, ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷଜମି । ଋଣ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଏବେ…

ଓଡ଼ିଶା ପୋଲିସରେ ୨୬ ହଜାର ପଦବୀ ଖାଲି, ମୁଖ୍ୟମନ୍ତ୍ରୀ କହିଲେ….

ଭୁବନେଶ୍ୱର,୨୩ା୧୧: ଓଡ଼ିଶା ପୋଲିସ ବିଭାଗରେ ବିପୁଳ ସଂଖ୍ୟକ ପଦବୀ ଖାଲି ପଡ଼ିଛି । ରାଜ୍ୟ ପୋଲିସ ବିଭାଗରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ…

ବଦଳି ପରେ ସ୍କୁଲ ଛାଡୁନାହାନ୍ତି ପ୍ରଧାନଶିକ୍ଷକ, ଗେଟ୍‌ରେ ତାଲା ପାଇଲେ ଗ୍ରାମବାସୀ

ପାଟଣା,୨୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପୋଷିସ୍ଥିତ ଜନତା ହାଇସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ସେଠୀଙ୍କ ବଦଳି ହୋଇଥିଲେ ମଧ୍ୟ ସେ ଦୀର୍ଘ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଅଙ୍ଗୁର, କୋଲେଷ୍ଟରଲ୍‌ କଣ୍ଟ୍ରୋଲ କରିବା ସହ…

ଅଙ୍ଗୁରରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ସଂକ୍ରମଣ ବା ଇନଫେକ୍‌ଶନ ଆଶଙ୍କାକୁ କେତେକାଂଶରେ ଦୂର କରିପାରେ ବୋଲି…

ଭାରତ-ପାକିସ୍ତାନ ଖେଳାଳିମାନେ ପରସ୍ପର ସହ ‘ହ୍ୟାଣ୍ଡ ସେକ୍‌’ନ କରିବା ପରେ ବି କାହିଁକି ଚୁପ ରହେ MCC? ସାମ୍ନାକୁ ଆସିଛି ଏହାର ମୁଖ୍ୟ କାରଣ

ନୂଆଦିଲ୍ଲୀ,୨୩।୧୧: ଗତ ପ୍ରାୟ ଏକ ବର୍ଷ ହେବ, ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ସାମ୍ନା କରିଛନ୍ତି, ସେତେବେଳେ ଉଭୟ ପକ୍ଷର ଖେଳାଳିମାନେ…

‘ସିରାଜ ମୋର ଭଲ ବନ୍ଧୁ, କିନ୍ତୁ…’, ଦଳରୁ ବାଦ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗିଲ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ର ବେସିନ୍‌ ରିଜର୍ଭ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?