Posted inଜାତୀୟ

ଶିକ୍ଷାମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୩ା୭(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରୁ ବିରୋଧୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଏହା ଦେଶର ଶିକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗମ୍ଭୀର ସମସ୍ୟା ବୋଲି କହିଥିଲେ। ଏହି ତ୍ରୁଟି ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଦୋଷ ନ ଦେଇ ଅନ୍ୟମାନଙ୍କ ଉପରେ ଦୋଷ ଲଦିବାକୁ କଂଗ୍ରେସ ନେତା ସମାଲୋଚନା କରିଛନ୍ତି। ତେବେ ଗତ ୭ ବର୍ଷ ମଧ୍ୟରେ ପ୍ରଶ୍ନପତ୍ର ଲିକ୍‌ର କୌଣସି ପ୍ରମାଣ ନ ଥିବା ଶିକ୍ଷାମନ୍ତ୍ରୀ କହିବାରୁ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀମାନେ ସରକାରଙ୍କୁ ଘେରିବା ବେଳେ ସବୁ ପରୀକ୍ଷା ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ବାଚସ୍ପତି ଓମ୍‌ ବିର୍ଲା କହିଥିଲେ। ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ବିକଶିତ କରିବାର ଆବଶ୍ୟକତା ଉପରେ ସଦସ୍ୟମାନେ ଆଲୋଚନା କରିବା ଉଚିତ ବୋଲି ସେ କହିଥିଲେ।
ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ସମେତ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହାର ତଦନ୍ତ ଚଳାଇଥିବାବେଳେ ୬ଟି ଏତଲା ଦାଏର କରିିଛି। କେବଳ ଏନ୍‌ଇଇଟି ନୁହେଁ, ସମସ୍ତ ବଡ଼ ପରୀକ୍ଷାରେ ଅନିୟମିତତା ଦେଖାଦେଇଛି। ଶିକ୍ଷା ବ୍ୟବସ୍ଥାରେ ଏହା ସବୁଠୁ ବଡ଼ ସମସ୍ୟା ବୋଲି ରାହୁଲ କହିଥିଲେ। ଦେଶର ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଏନେଇ ଚିନ୍ତିତ। ଯଦି ଆପଣ ଧନୀ ଏବଂ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି, ତେବେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କିଣିପାରିବେ ବୋଲି କଂଗ୍ରେସ ନେତା କହିଥିଲେ। ବ୍ୟବସ୍ଥାଗତ ସମସ୍ୟାକୁ ରୋକିବାରେ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ରାହୁଲ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଧର୍ମେନ୍ଦ୍ର କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ବେକାର ବୋଲି ବର୍ଣ୍ଣନା କରାଯିବା ଦୁର୍ଭାଗ୍ୟଜନକ।
ଗତ ୭ ବର୍ଷରେ ୭୦ ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି କଂଗ୍ରେସ ସଦସ୍ୟ ମନିକମ୍‌ ଟାଗୋର ଅଭିଯୋଗ କରିବା ସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ପ୍ରଶ୍ନପତ୍ର ଲିକ୍‌ର କୌଣସି ପ୍ରମାଣ ନ ଥିବା ଶିକ୍ଷାମନ୍ତ୍ରୀ କହିଥିଲେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସ୍ଥାପନ ହେବା ଦିନରୁ ୨୪୦ରୁ ଅଧିକ ପରୀକ୍ଷା ପରିଚାଳନା କଲାଣି। ଏହି ପରୀକ୍ଷା ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ପିଲା ଆବେଦନ କରିଥିବାବେଳେ ୪.୫ କୋଟିରୁ ଅଧିକ ପରୀକ୍ଷା ଦେଇଛନ୍ତି। ଧର୍ମେନ୍ଦ୍ର କହିଥିଲେ, ଉତ୍ତରଦାୟିତ୍ୱ ଆସିଲେ, ସରକାର ମିଳିତ ଭାବେ ତାହାର ଜବାବ ରଖିଥାନ୍ତି। ପରୀକ୍ଷା ଅନିୟମିତତାକୁ ନେଇ ଯେଉଁ ଅଭିଯୋଗ ଉଠୁଛି, ସେଥିରେ ଆମେ କିଛି ଲୁଚାଉ ନାହୁଁ, ସବୁକିଛି ରେକର୍ଡରେ ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଯଦି ଦେଶର ପରୀକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି, ତେବେ ଏହା ଉପରେ ଗଠନମୂଳକ ଆଲୋଚନା ହେବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ। ସିବିଆଇ ମାମଲାର ତଦନ୍ତ କରୁଛି ଏବଂ ସୁପ୍ରିମକୋର୍ଟରେ ଏହା ବିଚାରାଧୀନ ରହିଛି। ତେଣୁ ସବୁ ପରୀକ୍ଷା ଉପରେ ପ୍ରଶ୍ନ ନ ଉଠାଇ କିପରି ପରୀକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ, ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?