Posted inଜାତୀୟ

ଏହିକଥା ପାଇଁ ପିଲାଦିନେ ମାଆଙ୍କୁ ବିରକ୍ତି କରାଉଥିଲେ ରାହୁଲ, ଜେଲ୍‌ରେ ଥାଇ ନେହେରୁ ଦେଇଥିଲେ ନାଁ, ଜାଣନ୍ତୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ….

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ଏମପି ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ। ସେ ୫୪
ବର୍ଷ ବୟସରେ ପାଦ ଥାପିଛନ୍ତି। ୧୯୭୦ ଜୁନ ୧୯ରେ ରାଜୀବ ଗାନ୍ଧୀ ଓ ସୋନିଆଙ୍କ କୋଳକୁ ଆସିଥିଲେ ରାହୁଲ। ଏବେ ଜାତୀୟ କଂଗ୍ରେସର ନେତୃତ୍ୱ ନେଉଥିବା ରାହୁଲ ପିଲାଟିବେଳରୁ ଲାଜକୁଳା ଥିଲେ। ଏବେ ସେହି ରାହୁଲ ଭାରତୀୟ ରାଜନୀତିର ଏକ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି।

ଯେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କ ବନ୍ଧୁ ଡୋରୋଥୀ ନୋମାନଙ୍କୁ ଭେଟିଥିଲେ ସେ ତାଙ୍କୁ ରାହୁଲଙ୍କ ବିଷୟରେ କହିଥିଲେ, ମୋ ନାତି ବହୁତ ସୁନ୍ଦର। ଏବେ ବି ତା’ର ଦୁଇଟି ଗାଲରେ ଡିମ୍ପଲ ଅଛି, ଯାହା ହସିବାବେଳେ ବହୁତ ସୁନ୍ଦର ଦେଖାଯାଏ। କୁନି ରାହୁଲ ପିଲାବେଳେ ବହୁତ ଲାଜୁକଳା ଥିଲେ। ପିଲାବେଳେ ସେ ତାଙ୍କ ମାଆ ସୋନିଆଙ୍କୁ ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରି ଅଥୟ କରି ଦେଉଥିଲେ। ସେ କହୁଥିଲେ, ‘ମାଆ ମୁଁ କେମିତି ଦେଖାଯାଏ? ମୁଁ ସୁନ୍ଦର ତ?’ ରାହୁଲଙ୍କ ଏପରି ପ୍ରଶ୍ନରେ ମାଆ ରୋକଠୋକ୍‌ ଜବାବ ଦିଅନ୍ତି, ନା, ‘ତୁମେ ଆଭରେଜ ହିଁ ଦେଖାଯାଅ’।

ସେହି ରାହୁଲ ଯେତେବେଳେ ରାଜନୀତିରେ ପ୍ରବେଶ କରିଥିଲେ, ବିରୋଧୀମାନେ ତାଙ୍କୁ ଅନେକ ନାମ ଦେଇଥିଲେ। କିଏ ପପ୍ପୁ କହୁଥିଲେ କିଏ ଆଉ କ’ଣ କହୁଥିଲେ। ଦଳ ଭିତରେ ଏବଂ ବାହାରେ ତାଙ୍କ ପ୍ରତିଟି ନିଷ୍ପତ୍ତି ଉପରେ ତୀବ୍ର ସମାଲୋଚନା କରାଯାଇଥିଲା। ଅନେକ ଥର ତାଙ୍କ ନିଷ୍ପତ୍ତି କଂଗ୍ରେସ ଦଳ ପାଇଁ ମହଙ୍ଗା ପଡୁଥିଲା। ତେବେ ରାହୁଲ ଏସବୁକୁ ଅଣଦେଖା କରି ନିଜ କର୍ତ୍ତବ୍ୟ କରି ଚାଲିଥିଲେ। ହେଲେ ବର୍ତ୍ତମାନ ରାହୁଲ ଜଣେ ସଂଘଷରତ ଓ ପରିପକ୍ୱ ନେତା ସବୁଠି ଜଣାଶୁଣା।

୨୦ବର୍ଷର ରାଜନୈତିକ କ୍ୟାରିୟରକୁ ଛାଡିଦେଲେ ରାହୁଲ ଜୀବନର ପ୍ରଥମ ୩୩ ବର୍ଷ ଅଜ୍ଞାତରେ ବିତାଇଥିଲେ। ଏହି ଅବଧି ମଧ୍ୟରେ, କେବଳ ଗୋଟିଏ କିମ୍ବା ଦୁଇଟି ଘଟଣା ଥିଲା ଯେତେବେଳେ ରାହୁଲଙ୍କ ଫଟୋ ସାର୍ବଜନୀନ ହୋଇଥିଲା। ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କୁ ଦୁଇ ଦୁଇଥର କଲେଜ ବଦଳାଇବାକୁ ପଡିଥିଲା । ସେହପରି ତାଙ୍କୁ ନାମ ବଦଳାଇ କଲେଜରେ ପଢିବାକୁ ପଡୁଥିଲା।

ରାହୁଲଙ୍କ ନାମ ପଛରେ ଏକ ଆକର୍ଷଣୀୟ କାହାଣୀ ରହିଛି। ରାହୁଲଙ୍କ ପିତା ରାଜୀବ ଗାନ୍ଧୀ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ରାଜୀବଙ୍କ ଜେଜେ ଜେଜେହର ଲାଲ ନେହେରୁ ଜେଲରେ ଥିଲେ। ଯେତେବେଳେ ନେହେରୁ ଜେଲରେ ନାତିଙ୍କ ଜନ୍ମ ଖବର ପାଇଲେ, ସେ ଇନ୍ଦିରାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ନେହେରୁ ରାଜୀବ ଗାନ୍ଧୀଙ୍କ ନାମକରଣ ବିଷୟରେ ଇନ୍ଦିରାଙ୍କୁ ପରାମର୍ଶ ଦେଇଥିଲେ। ନେହେରୁ ରାହୁଲ ନାମ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଏହାର ଅର୍ଥ ହେଉଛି ସମସ୍ତଙ୍କ ମଧ୍ୟରେ ସମନ୍ନୟ ରଖିବା। ସମସ୍ତଙ୍କୁ ଭଲପାଇବାରେ ଯୋଡିବା। ତେବେ ସେହି ସମୟରେ ଇନ୍ଦିରା ତାଙ୍କ ପୁଅଙ୍କ ନାଁ ରାଜୀବ ରଖି ସାରିଥିଲେ। ତେବେ ପରେ ରାହୁଲ ତାଙ୍କ ଜେଜେବାପା ଏବଂ ଜେଜେମା’ଙ୍କୁ ସମ୍ମାନ ଦୃଷ୍ଟିରେ ଏହି ନାମକୁ ରଖିଥିଲେ।

ରାହୁଲ M.Fil ଯାଏ ପାଠ ପଢିଛନ୍ତି। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଡେଭଲପମେଣ୍ଟ ଷ୍ଟଡିରେ ଡିଗ୍ରୀ ହାସଲ କରିଛନ୍ତି। ଅଧ୍ୟୟନ ସମୟରେ ତାଙ୍କ ନାମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫ ୨୦୧୪ରେ ରାହୁଲ ଗାନ୍ଧୀଙ୍କ ବିଭିନ୍ନ ନାମକୁ ନେଇ ଏକ ରିପୋର୍ଟରେ ଖୁଲାସା କରିଥିଲା। ରିପୋର୍ଟ ଅନୁଯାୟୀ ରାହୁଲ ଭିଞ୍ଚି ନାମରେ କେମ୍ବ୍ରିଜରୁ ଡିଗ୍ରୀ ହାସଲ କରିଥିଲେ।

ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ନାମ ଥିଲା – VINCI Rahul T MPHIL95 । ଏଥିରେ, ପ୍ରଥମ ଦୁଇଟି ଶବ୍ଦ ଥିଲା ତାଙ୍କ ନାମ ଏବଂ ଟି ଶବ୍ଦଟି ଟ୍ରିନିଟି କଲେଜରକୁ ଡିକୋଡ କରିବା ପାଇଁ ବ୍ୟବହୃତ ହୋଇଥିଲା । MPHIL ତାଙ୍କର ଡିଗ୍ରୀ ଥିଲାବେଳେ କୋର୍ସ କୋଡ ୯୫ ଥିଲା। ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଦୃଷ୍ଟିକୋଣରୁ ରାହୁଲଙ୍କ ନାମ ପରିବର୍ତ୍ତନ କରାଯାଇଥିଲା। ଯାହାଫଳରେ ରାହୁଲ ଅଧ୍ୟୟନ ସମାପ୍ତ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?