୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହି ଦୁଇ ହେଭିଓ୍ବେଟ।

ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବାବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ନଡ୍ଡା ।

ସେହିପରି ରବିବାର ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲା ୪ଟି ଲୋକ ସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲା ସତ୍ୟଭାମାପୁର, ଉତ୍କଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ୱର,୯ା୧୧: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ,...

ମାଣ୍ଡିପଙ୍କାରେ ପରିସ୍ଥିତି ଭୟାବହ: ବିଜୟ ମହାପାତ୍ର

ଦାରିଙ୍ଗବାଡି, ୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାକୁ ରବିବାର ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଗସ୍ତ କରିଛନ୍ତି। ସେ ମୃତକଙ୍କ...

ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି

ପାଟନା,୯।୧୧: ବିହାରର ସ୍ବର କୋକିଳା ସ୍ବର୍ଗତ ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ସୁପଲର ଗାନ୍ଧୀ ମୈଦାନରେ ଏକ ସମବେଦନା ସଭା ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୧୧(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉନ୍ନତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଝାଡ଼ଖଣ୍ଡରେ ବର୍ତ୍ତମାନ ରୁଟି, ବେଟି ଓ ମାଟି...

ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ

ଭୁବନେଶ୍ୱର,୯।୧୧: ଗତ ନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜୁ ଢୋଲକିଆ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି।...

ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ଜିଅନ୍ତା ଜାଳିଦେଲେ, ସ୍ବାମୀ କହିଲେ ହୃଦୟ ବିଦାରକ କଥା

ଇମ୍ଫାଲ,୯ା୧୧: ମଣିପୁରର ଜିରିବାମ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗୁରୁବାର (ନଭେମ୍ବର ୭) ରାତିରେ ଜଣେ ୩୧ ବର୍ଷୀୟା ଆଦିବାସୀ...

ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି

ଭୁବନେଶ୍ୱର,୯୧୧(ଅନିଲ ଦାସ):ମିଳିତ ଜାତିସଂଘ ତରଫରୁ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏକ ଖାଦ୍ୟ ଅଭାବୀ ରାଜ୍ୟରୁ...

ଝିଅକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ

ବାରିପଦା,୯।୧୧: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ଶାଶୁଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri