ମଣିପୁରରେ ରାହୁଲ

ନିକଟରେ ଜୁଲାଇ ୨ରେ ଲୋକ ସଭା ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ‘ମଣିପୁର ପାଇଁ ନ୍ୟାୟ’ ସ୍ବର ବିରୋଧୀ ମେଣ୍ଟ ପକ୍ଷରୁ ଶୁଣିବାକୁ ମିଳିଥିଲା। ସେହିଭଳି ରାଜ୍ୟ ସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିବାବେଳେ ସମାନ ଦୃଶ୍ୟ ଦେଖାଗଲା। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମଣିପୁର ସମ୍ପର୍କରେ ଦର୍ଶାଇଥିଲେ ଯେ, ସେଠାରେ ଶାନ୍ତି ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ୧୧,୦୦୦ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଓ ୫୦୦ ଲୋକଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ସ୍ପଷ୍ଟୀକରଣ ପରେ ଜୁଲାଇ ୮ରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ପ୍ରଥମ ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯାଇଛନ୍ତି। ପ୍ରଥମେ ଆସାମ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ ପରେ ମଣିପୁରରେ ମେଇତି ବହୁଳ ଜିରିବାମ ଓ କୁକି ବହୁଳ ଚୁରାଚାନ୍ଦପୁର ଜିଲାରେ ଥିବା ରିଲିଫ କ୍ୟାମ୍ପରେ ହିଂସା ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୩ ମେ ୨୦୨୩ରେ ମଣିପୁର ଉଚ୍ଚନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେଇତି ଓ କୁକିଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଯାଇଥିଲା। ଏହା ଦୀର୍ଘମାସ ପର୍ଯ୍ୟନ୍ତ ଜାରି ରହି ଏଥିରେ ସରକାରୀ ସୂତ୍ର ଅନୁଯାୟୀ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ତାହା ବାସ୍ତବତାଠାରୁ ବହୁ ଦୂରରେ ବୋଲି କେତେକ ମହଲରେ ଆଲୋଚନା ହେଉଛି। ଏହାସହ ୧୪ ହଜାର ପିଲାଙ୍କ ସମେତ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏମାନଙ୍କୁ ଏବେ ବିଭିନ୍ନ ଜିଲାର ଆଶ୍ରୟସ୍ଥଳୀରେ ରଖାଯାଇଛି। ରାହୁଲ ଗାନ୍ଧୀ ପୂର୍ବରୁ ଦୁଇଥର ମଣିପୁର ଯାଇଥିଲେ ମଧ୍ୟ ଏଥର ବିରୋଧୀ ଦଳ ନେତା ଭାବେ ତାଙ୍କ ଗସ୍ତର ରାଜନୈତିକ ଗୁରୁତ୍ୱ ଥିବା ମନେ କରାଯାଏ। ସେ ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ସମୟରେ ଦେଶବ୍ୟାପୀ ବୁଲିଥିବାବେଳେ ମଣିପୁର ପାଇଁ ଏ ପର୍ଯ୍ୟନ୍ତ ସମୟ ବାହାର କରିପାରିନାହାନ୍ତି। ମଣିପୁରରୁ ନୂଆ ହିଂସାର କୌଣସି ଖବର ଏବେ ପଦାକୁ ଆସୁନାହିଁ। ତାହାର ଅର୍ଥ ନୁହେଁ ସେଠାରେ ସବୁ ଶାନ୍ତ ପଡ଼ିଯାଇଛି। ଏହା କୁହାଯାଇପାରୁଛି କାରଣ ହିଂସାର ଭୟାବହ ରୂପର ପ୍ରଥମ ପ୍ରମାଣ ଘରୋଇ ଭିଡିଓରୁ ମିଳିଥିଲା, ଯେଉର୍ଁଥିରେ ଦୁଇଜଣ ଯୁବତୀଙ୍କୁ ଉଲଗ୍ନ କରି ଚଲାଇବାର ଦେଖାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ, ଭିଡିଓରେ ଦର୍ଶାଯାଇଥିବା ଭଳି ଅତ୍ୟାଚାର ତାହା ପୂର୍ବରୁ ଅନେକ ମାସ ଧରି ଘଟି ଆସୁଥିଲା, ଯାହାକୁ ରାଜ୍ୟ ସରକାର ସଫଳତାର ସହିତ ଚପାଇଦେଇ ପାରିଥିଲେ। ଏବେ ମଧ୍ୟ ସେହିଭଳି ଘଟୁଥାଇପାରେ ବୋଲି ସନ୍ଦେହ କରିବା ଅସ୍ବାଭାବିକ ହେବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ମଣିପୁର ହିଂସାକୁ ନେଇ ଦେଶ ଓ ଦେଶ ବାହାରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିବାବେଳେ ମାନବ ଅଧିକାର ଉଲ୍ଲଂଘନର ଅଭିଯୋଗ ଉଠିଥିଲା। ଏହା ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନରେ ସେଠାରେ ଦୁଇଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ୨୦୧୯ରେ ଏହି ଦୁଇଟି ଆସନ ମଧ୍ୟରୁ ଗୋଟିଏ ଭାଜପା ଜିତିଥିବାବେଳେ ଅନ୍ୟଟି ତାହାର ସହଯୋଗୀ ଦଳ ନାଗା ପିପୁଲ୍‌ସ ଫ୍ରଣ୍ଟ ଜିତିଥିଲା। ଏଥର ୨୦୨୪ରେ ଉଭୟ ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିବା ଫଳରେ ଭାଜପାର ପରାଜୟ ଅନ୍ୟ ଏକ ଦିଗକୁ ଲୋକଲୋଚନକୁ ଆଣିଛି। ପୂର୍ବରୁ କୁହାଯାଉଥିଲା ମେଇତି ସମ୍ପ୍ରଦାୟ ହିନ୍ଦୁ ଧର୍ମାବଲମ୍ବୀ ହେବା ସହିତ ସ୍ଥାନୀୟ ଜନସଂଖ୍ୟାରେ ତାହା ସଂଖ୍ୟାବହୁଳ। ଅନ୍ୟପଟେ ଖ୍ରୀଷ୍ଟିଆନ କୁକି ସମ୍ପ୍ରଦାୟ ସେଠାରେ ସଂଖ୍ୟାଲଘୁ ଭାବେ ପରିଗଣିତ ହେଉଛି। ତଥାପି ଉଭୟ ଲୋକ ସଭା ଆସନରେ କଂଗ୍ରେସ ଜିତିବା ଫଳରେ ଏହା ସୂଚନା ଦେଉଥାଇପାରେ କି ହିନ୍ଦୁ ମେଇତିମାନେ ମଧ୍ୟ ଭାଜପାକୁ ଦୂରେଇ ଦେଇଛନ୍ତି।
ମଣିପୁର ହିଂସାର ୧୪ ମାସ ପରେ ଏବେ ମଧ୍ୟ ସ୍ଥିତି ଅସ୍ଥିର ଅଛି। ମେଇତି, କୁକି ଓ ଅନ୍ୟ ବର୍ଗର ଆଦିବାସୀଙ୍କ ମଧ୍ୟରେ ସାମାଜିକ ସମନ୍ବୟ ରକ୍ଷା କରାଯିବା ଲାଗି ଚେଷ୍ଟା ହେବା ଦରକାର। ଏହା କେବଳ ସରକାରୀ ସ୍ତରରେ କରାଯାଇପାରିବ। ଏହାସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଦୂରଦର୍ଶୀ ଯୋଜନାର ଆବଶ୍ୟକତା ରହିଛି। ଏଭଳି ପଦକ୍ଷେପ ସବୁ ସମଗ୍ର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଗ୍ରବାଦୀ ଗୋଷ୍ଠୀଙ୍କୁ ଆୟତ୍ତ କରିବା ସହ ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜଭୁତ କରିପାରିବ। ଗୋଟିଏ ପଟେ ଏହା ଚାଇନା ଧମକକୁ ମୁକାବିଲା କରିବାରେ ଅଧିକ ସହଯୋଗ କରିବ ଓ ଅନ୍ୟପଟେ ଜାତୀୟ ସୁରକ୍ଷା ସ୍ଥିତିକୁ ଦୃଢ଼ କରିବ।

ପୂର୍ବରୁ କୁହାଯାଉଥିଲା ମେଇତି ସମ୍ପ୍ରଦାୟ ହିନ୍ଦୁ ଧର୍ମାବଲମ୍ବୀ ହେବା ସହିତ ସ୍ଥାନୀୟ ଜନସଂଖ୍ୟାରେ ତାହା ସଂଖ୍ୟାବହୁଳ। ଅନ୍ୟପଟେ ଖ୍ରୀଷ୍ଟିଆନ କୁକି ସମ୍ପ୍ରଦାୟ ସେଠାରେ ସଂଖ୍ୟାଲଘୁ ଭାବେ ପରିଗଣିତ ହେଉଛି। ତଥାପି ଉଭୟ ଲୋକ ସଭା ଆସନରେ କଂଗ୍ରେସ ଜିତିବା ଫଳରେ ଏହା ସୂଚନା ଦେଉଥାଇପାରେ କି ହିନ୍ଦୁ ମେଇତିମାନେ ମଧ୍ୟ ଭାଜପାକୁ ଦୂରେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri