ମଣିପୁରରେ ରାହୁଲ

ନିକଟରେ ଜୁଲାଇ ୨ରେ ଲୋକ ସଭା ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ‘ମଣିପୁର ପାଇଁ ନ୍ୟାୟ’ ସ୍ବର ବିରୋଧୀ ମେଣ୍ଟ ପକ୍ଷରୁ ଶୁଣିବାକୁ ମିଳିଥିଲା। ସେହିଭଳି ରାଜ୍ୟ ସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିବାବେଳେ ସମାନ ଦୃଶ୍ୟ ଦେଖାଗଲା। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମଣିପୁର ସମ୍ପର୍କରେ ଦର୍ଶାଇଥିଲେ ଯେ, ସେଠାରେ ଶାନ୍ତି ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ୧୧,୦୦୦ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଓ ୫୦୦ ଲୋକଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ସ୍ପଷ୍ଟୀକରଣ ପରେ ଜୁଲାଇ ୮ରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ପ୍ରଥମ ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯାଇଛନ୍ତି। ପ୍ରଥମେ ଆସାମ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ ପରେ ମଣିପୁରରେ ମେଇତି ବହୁଳ ଜିରିବାମ ଓ କୁକି ବହୁଳ ଚୁରାଚାନ୍ଦପୁର ଜିଲାରେ ଥିବା ରିଲିଫ କ୍ୟାମ୍ପରେ ହିଂସା ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୩ ମେ ୨୦୨୩ରେ ମଣିପୁର ଉଚ୍ଚନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ମେଇତି ଓ କୁକିଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଯାଇଥିଲା। ଏହା ଦୀର୍ଘମାସ ପର୍ଯ୍ୟନ୍ତ ଜାରି ରହି ଏଥିରେ ସରକାରୀ ସୂତ୍ର ଅନୁଯାୟୀ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ତାହା ବାସ୍ତବତାଠାରୁ ବହୁ ଦୂରରେ ବୋଲି କେତେକ ମହଲରେ ଆଲୋଚନା ହେଉଛି। ଏହାସହ ୧୪ ହଜାର ପିଲାଙ୍କ ସମେତ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏମାନଙ୍କୁ ଏବେ ବିଭିନ୍ନ ଜିଲାର ଆଶ୍ରୟସ୍ଥଳୀରେ ରଖାଯାଇଛି। ରାହୁଲ ଗାନ୍ଧୀ ପୂର୍ବରୁ ଦୁଇଥର ମଣିପୁର ଯାଇଥିଲେ ମଧ୍ୟ ଏଥର ବିରୋଧୀ ଦଳ ନେତା ଭାବେ ତାଙ୍କ ଗସ୍ତର ରାଜନୈତିକ ଗୁରୁତ୍ୱ ଥିବା ମନେ କରାଯାଏ। ସେ ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ସମୟରେ ଦେଶବ୍ୟାପୀ ବୁଲିଥିବାବେଳେ ମଣିପୁର ପାଇଁ ଏ ପର୍ଯ୍ୟନ୍ତ ସମୟ ବାହାର କରିପାରିନାହାନ୍ତି। ମଣିପୁରରୁ ନୂଆ ହିଂସାର କୌଣସି ଖବର ଏବେ ପଦାକୁ ଆସୁନାହିଁ। ତାହାର ଅର୍ଥ ନୁହେଁ ସେଠାରେ ସବୁ ଶାନ୍ତ ପଡ଼ିଯାଇଛି। ଏହା କୁହାଯାଇପାରୁଛି କାରଣ ହିଂସାର ଭୟାବହ ରୂପର ପ୍ରଥମ ପ୍ରମାଣ ଘରୋଇ ଭିଡିଓରୁ ମିଳିଥିଲା, ଯେଉର୍ଁଥିରେ ଦୁଇଜଣ ଯୁବତୀଙ୍କୁ ଉଲଗ୍ନ କରି ଚଲାଇବାର ଦେଖାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ, ଭିଡିଓରେ ଦର୍ଶାଯାଇଥିବା ଭଳି ଅତ୍ୟାଚାର ତାହା ପୂର୍ବରୁ ଅନେକ ମାସ ଧରି ଘଟି ଆସୁଥିଲା, ଯାହାକୁ ରାଜ୍ୟ ସରକାର ସଫଳତାର ସହିତ ଚପାଇଦେଇ ପାରିଥିଲେ। ଏବେ ମଧ୍ୟ ସେହିଭଳି ଘଟୁଥାଇପାରେ ବୋଲି ସନ୍ଦେହ କରିବା ଅସ୍ବାଭାବିକ ହେବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ମଣିପୁର ହିଂସାକୁ ନେଇ ଦେଶ ଓ ଦେଶ ବାହାରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିବାବେଳେ ମାନବ ଅଧିକାର ଉଲ୍ଲଂଘନର ଅଭିଯୋଗ ଉଠିଥିଲା। ଏହା ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନରେ ସେଠାରେ ଦୁଇଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ୨୦୧୯ରେ ଏହି ଦୁଇଟି ଆସନ ମଧ୍ୟରୁ ଗୋଟିଏ ଭାଜପା ଜିତିଥିବାବେଳେ ଅନ୍ୟଟି ତାହାର ସହଯୋଗୀ ଦଳ ନାଗା ପିପୁଲ୍‌ସ ଫ୍ରଣ୍ଟ ଜିତିଥିଲା। ଏଥର ୨୦୨୪ରେ ଉଭୟ ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିବା ଫଳରେ ଭାଜପାର ପରାଜୟ ଅନ୍ୟ ଏକ ଦିଗକୁ ଲୋକଲୋଚନକୁ ଆଣିଛି। ପୂର୍ବରୁ କୁହାଯାଉଥିଲା ମେଇତି ସମ୍ପ୍ରଦାୟ ହିନ୍ଦୁ ଧର୍ମାବଲମ୍ବୀ ହେବା ସହିତ ସ୍ଥାନୀୟ ଜନସଂଖ୍ୟାରେ ତାହା ସଂଖ୍ୟାବହୁଳ। ଅନ୍ୟପଟେ ଖ୍ରୀଷ୍ଟିଆନ କୁକି ସମ୍ପ୍ରଦାୟ ସେଠାରେ ସଂଖ୍ୟାଲଘୁ ଭାବେ ପରିଗଣିତ ହେଉଛି। ତଥାପି ଉଭୟ ଲୋକ ସଭା ଆସନରେ କଂଗ୍ରେସ ଜିତିବା ଫଳରେ ଏହା ସୂଚନା ଦେଉଥାଇପାରେ କି ହିନ୍ଦୁ ମେଇତିମାନେ ମଧ୍ୟ ଭାଜପାକୁ ଦୂରେଇ ଦେଇଛନ୍ତି।
ମଣିପୁର ହିଂସାର ୧୪ ମାସ ପରେ ଏବେ ମଧ୍ୟ ସ୍ଥିତି ଅସ୍ଥିର ଅଛି। ମେଇତି, କୁକି ଓ ଅନ୍ୟ ବର୍ଗର ଆଦିବାସୀଙ୍କ ମଧ୍ୟରେ ସାମାଜିକ ସମନ୍ବୟ ରକ୍ଷା କରାଯିବା ଲାଗି ଚେଷ୍ଟା ହେବା ଦରକାର। ଏହା କେବଳ ସରକାରୀ ସ୍ତରରେ କରାଯାଇପାରିବ। ଏହାସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଦୂରଦର୍ଶୀ ଯୋଜନାର ଆବଶ୍ୟକତା ରହିଛି। ଏଭଳି ପଦକ୍ଷେପ ସବୁ ସମଗ୍ର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଗ୍ରବାଦୀ ଗୋଷ୍ଠୀଙ୍କୁ ଆୟତ୍ତ କରିବା ସହ ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜଭୁତ କରିପାରିବ। ଗୋଟିଏ ପଟେ ଏହା ଚାଇନା ଧମକକୁ ମୁକାବିଲା କରିବାରେ ଅଧିକ ସହଯୋଗ କରିବ ଓ ଅନ୍ୟପଟେ ଜାତୀୟ ସୁରକ୍ଷା ସ୍ଥିତିକୁ ଦୃଢ଼ କରିବ।

ପୂର୍ବରୁ କୁହାଯାଉଥିଲା ମେଇତି ସମ୍ପ୍ରଦାୟ ହିନ୍ଦୁ ଧର୍ମାବଲମ୍ବୀ ହେବା ସହିତ ସ୍ଥାନୀୟ ଜନସଂଖ୍ୟାରେ ତାହା ସଂଖ୍ୟାବହୁଳ। ଅନ୍ୟପଟେ ଖ୍ରୀଷ୍ଟିଆନ କୁକି ସମ୍ପ୍ରଦାୟ ସେଠାରେ ସଂଖ୍ୟାଲଘୁ ଭାବେ ପରିଗଣିତ ହେଉଛି। ତଥାପି ଉଭୟ ଲୋକ ସଭା ଆସନରେ କଂଗ୍ରେସ ଜିତିବା ଫଳରେ ଏହା ସୂଚନା ଦେଉଥାଇପାରେ କି ହିନ୍ଦୁ ମେଇତିମାନେ ମଧ୍ୟ ଭାଜପାକୁ ଦୂରେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ବିପଦରେ ଚାଷବାସ

ବାଦଲ ଭୂୟାଁ   ଓଡ଼ିଶାରେ ପ୍ରାୟତଃ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ପାରମ୍ପରିକ ଶ୍ରମିକମାନଙ୍କ ସଂଖ୍ୟା କମିଯାଉଛି। ଏଠାରେ ଧାନରୁଆ, ବଛାରେ ନିୟୋଜିତ ହେଉଛନ୍ତି ପଶ୍ଚିମବଙ୍ଗରୁ...

ଆମ ଭବିଷ୍ୟତ ବଂଶଧରଙ୍କ ଆକାର

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ବହୁ ବର୍ଷ ପୂର୍ବେ ଆମ ପୂର୍ବଜ ସିମ୍ପାଞ୍ଜିଙ୍କଠାରୁ ଆମେ ବିବର୍ତ୍ତିତ ହୋଇ ଆଧୁନିକ ମଣିଷ (ହୋମୋ ସେପିଆନ) ହୋଇଛନ୍ତି। ଏହି...

ଉପଚେତାବନୀ

୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଆସ୍ପର୍ଦ୍ଧା ଦେଖାଇଥିଲା। ନିଜେ ୩୭୦ ଏବଂ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନ୍‌ଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

ଆଇସିୟୁ-ସଂଶୟ ଓ ସମ୍ଭାବନା

ଡ. ମୌସୁମୀ ପରିଡ଼ା   ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା...

ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିବାର

ଡ. ପ୍ରଫୁଲ୍ଲ କୁମାର ସାହୁ   ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଓଡ଼ିଆ ଜାତିର ସାମାଜିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରା। ଅର୍ଥାତ୍‌ ଓଡ଼ିଆ...

ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri