Posted inଜାତୀୟ

ଓ୍ବାୟନାଡରେ ପୀଡିତଙ୍କୁ ଭେଟୁଥିଲେ ରାହୁଲ ଗାନ୍ଧୀ, ହଠାତ୍‌ କାର୍‌ ଅଟକାଇ ଦେଲେ ଯୁବକ, ରାଗିଯାଇ କରିଦେଲେ ଏମିତି…

ଓ୍ବାୟନାଡ,୩।୮: କେରଳ ୱାୟାନାଡରେ ଲଗାଣ ବର୍ଷା ହେତୁ ଭୂସ୍ଖଳନ ହୋଇ ସମଗ୍ର ଅଞ୍ଚଳ ଧୋଇ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଥିବାବେଳେ ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ପରିସ୍ଥିତିର ଅନୁଧ୍ୟାନ କରିବାକୁ ଆସିଛନ୍ତି। ସେଠାରେ ପହଞ୍ଚି ସେ ପୀଡିତଙ୍କ ସହ କଥା ହୋଇଛନ୍ତି। ତେବେ ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ରାହୁଲ ଗାନ୍ଧୀଙ୍କ ଉପରେ ରାଗି ଯାଇଥିଲେ। ରାହୁଲ ଓ୍ବାୟନାଡର ଗୋଟିଏ ଅଞ୍ଚଳକୁ ଗାଡିରେ ଯିବା ସମୟରେ ତାଙ୍କ ଗାଡି ଅଟକାଇ ଦେଇଥିଲେ।

କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ଚୁରାଲାମାଲା ଏବଂ ମୁଣ୍ଡାକ୍କାଇ ପରିଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ସେ ଅଧିକାଂଶ ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଚାଲିଚାଲି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ସେ ମୁଣ୍ଡାକ୍କାଇରୁ ଫେରୁଥିବାବେଳେ ବେଲି ବ୍ରିଜ ନିକଟରେ ଥିବା ଜଣେ ଯୁବକ ତାଙ୍କୁ କାର୍‌କୁ ଅଟକାଇ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ କାରରୁ ଓହ୍ଲାଇ ନ ଥିଲେ, ଯୁବକ ଜଣକ ରାଗି ଯାଇଥିଲେ।

ଏହା ପରେ ଯୁବକ ଜଣକ ରାହୁଲଙ୍କୁ ରାଗିଯାଇ କହିଲେ, ଆପଣ ଆମର ଏମପି। ଆମେ ଆପଣଙ୍କୁ ଜିତାଇଛୁ। ଆପଣ କାର୍‌ରେ କ’ଣ ବୁଲୁଛନ୍ତି। ଗାଡିରୁ ବାହାରକୁ ଆସନ୍ତୁ। ଏହି ସମୟରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ ସହ ଆସିଥିବା ସ୍ଥାନୀୟ ବିଧାୟକ ଏଥିରେ ହସ୍ତକ୍ଷେପ କଲେ ସେତେବେଳେ ଯୁବକ ଜଣକ କହିଥିଲେ, ଆପଣ ମୋତେ ଭୟଭୀତ କରିପାରିବେ ନାହିଁ। ମୋତେ ସୁରକ୍ଷା ଦେବା ପାଇଁ ଏଠାରେ ଲୋକ ଅଛନ୍ତି। ଏହା ପରେ ଯୁବକ ଜଣକ କହିଥିଲେ, ସେ ପର୍ଯ୍ୟଟକ ନୁହଁନ୍ତି ଯିଏ ତାଙ୍କ କାରରୁ ବାହାରି ପାରିବେ ନାହିଁ। ସିଏ ଆମର ଏମପି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri