Advertisement
Posted inଜାତୀୟ

‘ମୋ ଭୂମିକା କ’ଣ ରହିବ ଖାର୍ଗେ ଜୀଙ୍କୁ ପଚାର’

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି। ଏବେ ସେ କଂଗ୍ରେସର ନୂଆ ‘ବସ’ ହୋଇଛନ୍ତି। ମୋର ଭୂମିକା କ’ଣ ହେବ ତାହା ନୂଆ ଅଧ୍ୟକ୍ଷ ସ୍ଥିର କରିବେ ବୋଲି ଆନ୍ଧ୍ରପ୍ରଦେଶର କୁଲନୁରରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି।
ଦଳ ପାଇଁ ନୂଆ ଅଧ୍ୟକ୍ଷଙ୍କ ଭୂମିକା କ’ଣ ହେବ ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କ ଭୂମିକା ଉପରେ କୌଣସି ମନ୍ତବ୍ୟ ଦେଇ ପାରିବି ନାହିଁ, ଖାର୍ଗେ ଜୀ ଏହା ଉପରେ ମନ୍ତବ୍ୟ ଦେବେ। ମୋର ଭୂମିକା ବିଷୟରେ ମୁଁ ସ୍ପଷ୍ଟ। ମୋର ଭୂମିକା କ’ଣ ଏବଂ ମୋତେ କେଉଁଠାରେ ରଖିବେ ତାହା ଅଧ୍ୟକ୍ଷ ସ୍ଥିର କରିବେ। ଏନେଇ ଅଧିକ ଆପଣଙ୍କୁ ଖାର୍ଗେ ଜୀ ଏବଂ ସୋନିଆ ଜୀଙ୍କୁ ପଚାରିବାକୁ ପଡିବ।
ସୂଚନାଯୋଗ୍ୟ, ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଖାର୍ଗେ କଂଗ୍ରେସର ନେତୃତ୍ୱ ନେବେ। ଏହାପୂର୍ବରୁ ସୀତାରାମ କେସରୀ ଅଣଗାନ୍ଧୀ ନେତା ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ଆସ୍ଥାଭୋଟ ନାଟକରେ ଯବନିକା: କୁମାରସ୍ବାମୀ ସରକାରର ପତନ, ୧୦୫ ଭୋଟରେ ଜିତିଲା ଭାଜପା

ବେଙ୍ଗାଲୁରୁ,୨୩।୭: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥାଭୋଟ ନାଟକରେ...

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା...

କୃତ୍ରିମ ହାର୍ଟ ଲଗାଇବାର ବର୍ଷକ ପରେ କାମ କଲା ପ୍ରାକୃତିକ ହାର୍ଟ

ନୂଆଦିଲ୍ଲୀ,୧୧।୭: କୃତ୍ରିମ ହାର୍ଟ ଲାଗିବାର ବର୍ଷକ ପରେ ପୁଣିଥରେ ରୋଗୀଣା ହାର୍ଟ କାମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଘଟିଛି...

୭୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ ପିତା

ହାଇଦ୍ରାବାଦ,୩।୧ : ନିଜ ଜନ୍ମକଲା ସନ୍ତାନଙ୍କୁ ଜଣେ ପିତା ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେବାରୁ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା...

ଜଣେ ଯୁବତୀଙ୍କ ଭାବପ୍ରବଣ କାହାଣୀ ଶେୟାର କଲେ ମୋଦି

ଗାନ୍ଧିନଗର,୫।୭: ଗୁଜରାଟର ଗାନ୍ଧିନଗରରେ ‘ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଯୁବତୀଙ୍କ ଭାବପ୍ରବଣ କାହାଣୀ ପ୍ରକାଶ କରିଛନ୍ତି। ଦୁଇ...

‘ଦୁବେଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା’

ନୂଆଦିଲ୍ଲୀ,୨୧।୭(ପି.ଟି.): ବିକାଶ ଦୁବେଙ୍କ ଭଳି ଗ୍ୟାଙ୍ଗ୍‌ଷ୍ଟରଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ପାଇଁ ଗଠିତ...

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି...

ଇଭିଏମ୍‌କୁ ଷ୍ଟାଲିନ୍‌ଙ୍କ ସନ୍ଦେହ

ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ...

Advertisement
Archives

Model This Week