Advertisement

ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ବେଲି ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହି ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ନୋରା ଖୁବ୍‌ କମ୍‌ ସମୟ ପାଇଁ ହେଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, କିନ୍ତୁ ଏକ ସମୟରେ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଏପରିକି ସେ ବଲିଉଡ୍‌ ଛାଡିବାକୁ ଚିନ୍ତା ବି କରିଥିଲେ।

ନୋରାଙ୍କର ଅଙ୍ଗଦ ବେଦୀଙ୍କ ସହ ପ୍ରେମସମ୍ପର୍କ ଥିଲା। କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଯାହା ପରେ ଅଙ୍ଗଦ ନେହାଙ୍କୁ ବିବାହ କରିଥିଲେ। ନୋରା ଏହି ବ୍ରେକଅପ୍‌କୁ ସହି ପାରୁ ନ ଥିଲେ। ଏଥିରୁ ବାହାରିବାକୁ ତାଙ୍କୁ ବହୁ ସମୟ ଲାଗିଥିଲା।

ନୋରା ଏକ ସାକ୍ଷାତକାରରେ କହିଛନ୍ତି, ସମସ୍ତ ଝିଅ ନିଜ ଜୀବନରେ ଅତି କମ୍‌ରେ ଥରେ ବ୍ରେକଅପ୍‌ର ସାମ୍ନା କରିଥାନ୍ତି। ଏହା ମୋ’ ପାଇଁ ଟିକିଏ କଷ୍ଟସାଧ୍ୟ ଥିଲା। ମୁଁ ଭାଙ୍ଗି ପଡ଼ିଥିଲି। କିନ୍ତୁ ଏହି ଅନୁଭବ ମୋତେ ବହୁତ ବଦଳାଇଦେଲା। ଫିଲ୍ମ ‘ଭାରତ’ର ଅଡିସନ ସମୟରେ ସେ ବେଞ୍ଚରେ ବସି ହଠାତ୍‌ କାନ୍ଦିବାକୁ ଲାଗିଲେ। ଅଭିନେତ୍ରୀ ଆହୁରି କହିଛନ୍ତି- ‘ମୁଁ ୨୦୦ରୁ ୩୦୦ ଜଣଙ୍କ ମଧ୍ୟରେ ମୋର ଅଡିସନ ଦେଇଥିଲି। ତା’ପରେ ମୁଁ ଭାବିଲି, ନୋରା, ଜାଗ୍ରତ ହୁଅ! ତୁମର ଭୋକ କେଉଁଠାରେ ଅଛି ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ତୁମ ପରି ଦକ୍ଷ, ଭଲ ଦେଖାଯାନ୍ତି। ତୁମେ ପୁଣି ଫେରି ଆସିବା ଆବଶ୍ୟକ। ହଠାତ୍‌ ମୁଁ ମୋର ହଜିଯାଇଥିବା ଆତ୍ମବିଶ୍ୱାସ ଫେରି ପାଇଲି।

ଓ୍ବାର୍କଫ୍ରଣ୍ଟ ବିଷୟରେ ଯଦି କହିବା ତେବେ ନୋରା ଖୁବ୍‌ଶୀଘ୍ର ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଜୟ ଦେବଗନଙ୍କ ଅଭିନୀତ ‘ଥ୍ୟାଙ୍କ୍‌ ଗଡ୍‌’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ‘ମାନିକେ’ ଗୀତରେ ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ, ଆଜିକାଲି ନୋରା ରିୟାଲିଟି ଶୋ ’ ‘ଝଲକ ଦିଖ୍‌ଲା ଯା-୧୦ ବିଚାର କରୁଛନ୍ତି। ମାଧୁରୀ ଦୀକ୍ଷିତ ଏବଂ କରଣ ଜୋହର ମଧ୍ୟ ତାଙ୍କ ସହ ଶୋ’ର ବିଚାର କରୁଥିବା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ଗାୟକ ସୁନୀଲ ପେରେରାଙ୍କ ଦେହାନ୍ତ

କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ...

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ।...

ଝିଅର ନାମକରଣ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତାଙ୍କ ଝିଅର ନାମ କ’ଣ...

ପରଲୋକରେ ପଞ୍ଜାବୀ ଗାୟକ ବଲଓ୍ବିନ୍ଦର ସାଫରି

ଚଣ୍ଡିଗଡ଼,୨୭।୭: ଭାଙ୍ଗଡା ଷ୍ଟାର ନାମରେ ବେଶ୍‌ ଲୋକପ୍ରିୟ ପଞ୍ଜାବୀ ଗାୟକ ବଲୱିନ୍ଦର ସାଫରିଙ୍କ ପରଲୋକ। ୬୩ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ଗାୟକ...

ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ...

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...

ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିବେ ସଞ୍ଜନା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘି ଆଦିତ୍ୟ ରୟ...

କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।...

Advertisement
Archives

Model This Week