Posted inଜାତୀୟ

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆଧିକାରୀକ ଭାବେ ଘୋଷଣା କରିବେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ରାହୁଲ ଶୁକ୍ରବାର ଆମେଠି ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ଆସନରେ ପୁଣିଥରେ ତାଙ୍କର ମୁକାବିଲା କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସହ ହେବ। ୨୦୧୯ ଲୋକ ସଭା ନିର୍ବାଚନରେ ରାହୁଲ ଆମେଠି ଆସନରୁ ସ୍ମୃତିଙ୍କଠାରୁ ହାରି ଯାଇଥିଲେ।
ରାହୁଲ ଆମେଠିରୁ ନିର୍ବାଚନ ଲଢ଼ିବାକୁ ନେଇ ଏଯାବତ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏହି ଆସନରୁ ସେ ନିର୍ବାଚନ ଲଢ଼ିବା ନେଇ ହଁ କହିବା ପରେ ଆଲୋଚନା ବନ୍ଦ ହୋଇଛି।
କହିରଖୁଛୁ, କଂଗ୍ରେସ ନେତା କେରଳର ଓ୍ବାୟନାଡ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ଏହି ଆସନରେ ଭୋଟିଂ ହୋଇଛି। ତେବେ ଆମେଠିରେ ନାମାଙ୍କନ ଭରିବାର ଅନ୍ତିମ ତାରିଖ ମେ’ ୩। ଏଠାରେ ପଞ୍ଚମ ପର୍ଯ୍ୟାୟରେ ମେ’ ୨୦ରେ ମତଦାନ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ତେହରାନ୍‌ର ପାନୀୟଜଳ, ସ୍ବେରେଜ୍‌ରେ ମିଶିଲା ତେଲ

ତେହରାନ୍‌ ,୧୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ପେଟ୍ରୋଲିୟମ ଡିପୋ ଉପରେ ରବିବାର ହୋଇଥିବା ଆକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ନିଆଁ…

ଘନ ଘନ ବୈଠକ କରୁଛନ୍ତି ନବୀନ: ବିଧାୟକଙ୍କୁ କହୁଛନ୍ତି ଏମିତି କଥା, ଭବିଷ୍ୟତ ଖରାପ…

ଭୁବନେଶ୍ୱର,୧୦ା୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭାର ୪ ଆସନରେ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହେବା ପରଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ଭାଜପାର ଭିତିରି ଚାଲ୍‌: ରାଜ୍ୟ ସଭାର ଚତୁର୍ଥ ଆସନ ପାଇଁ ଚାଲିଛି…

ଭୁବନେଶ୍ୱର,୧୦।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ…

ଆମେରିକା ଛାଡୁନି, ଇରାନ ନରମୁନି

ଓ୍ବାଶିଂଟନ୍‌ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି…

ତୈଳ ଡିପୋ ଉପରେ ବୋମାମାଡ଼ ପରେ ଇରାନରେ ଏସିଡ୍‌ ବର୍ଷା

ତେହରାନ୍‌,୧୦ା୩: ଇରାନ ରାଜଧାନୀ ତେହରାନ୍‌ରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଯୁଦ୍ଧ ପ୍ରଭାବରେ ସୃଷ୍ଟି ହୋଇଛି ୩୫ ଟ୍ରିଲିୟନ ଡଲାରର ସୁନା ବଜାର

ଲଣ୍ଡନ,୧୦ା୩: ଇରାନ-ଆମେରିକା ଯୁଦ୍ଧକୁ ନେଇ ବୈଶ୍ୱିକ ପୁଞ୍ଜି ବଜାର ବେଳକୁ ବେଳ ଧରାଶାୟୀ ହେବାରେ ଲାଗିଛି। ତୈଳ ସଙ୍କଟକୁ ନେଇ ପେଟ୍ରୋଲୟିମ ବଜାରରେ ଅସ୍ଥିରତା ଏବଂ ଭୂ-ରାଜନୈତିକ ସ୍ତରରେ…

ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଆଦିବାସୀବହୁଳ ୬ ଜିଲା ପ୍ରଭାବିତ

ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ଜାତୀୟସ୍ତରରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌) ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୨୩ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁଙ୍କ କ୍ଷେତ୍ରରେ ୨୫ଜଣଙ୍କ ମୃତ୍ୟୁ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri