ଘନ ଘନ ବୈଠକ କରୁଛନ୍ତି ନବୀନ: ବିଧାୟକଙ୍କୁ କହୁଛନ୍ତି ଏମିତି କଥା, ଭବିଷ୍ୟତ ଖରାପ…

ଭୁବନେଶ୍ୱର,୧୦ା୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭାର ୪ ଆସନରେ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହେବା ପରଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ ଡାକି ବୈଠକ କରୁଛନ୍ତି। ବୈଠକରେ ରାଜ୍ୟ ସଭା ବିଷୟରେ ହିଁ ପଚାରୁଛନ୍ତି। ସବୁ ବିଧାୟକଙ୍କୁ ସେ ପ୍ରାୟ ଏକ ପ୍ରକାର କଥା କହୁଥିବା ଶୁଣିବାକୁ ମିଳୁଛି। ସେ ବିଧାୟକଙ୍କୁ କହୁଛନ୍ତି, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ପାଖରେ ବହୁତ ଟଙ୍କା ଅଛି ବୋଲି ଚର୍ଚ୍ଚା କରାଯାଉଛି। ମାତ୍ର ସେ ବ୍ୟକ୍ତି କେବେ ବି କାହାକୁ କିଛି ଟଙ୍କା ଦିଅନ୍ତି ନାହିଁ। ଯେଉଁମାନେ କ୍ରସ୍‌ ଭୋଟିଂ କରିବେ ସେମାନଙ୍କ ଭବିଷ୍ୟତ ଖରାପ ହୋଇଯିବ। ତେଣୁ ବିଧାୟକମାନେ ସାମାଜିକ ସ୍ତରରେ ନିନ୍ଦିତ ହୋଇ ନିଜର ଭବିଷ୍ୟତ ଖରାପ କରିବା ଭଳି କାର୍ଯ୍ୟ କରିବାରୁ ନିବୃତ୍ତ ରହିବା ଜରୁରୀ। ଯିଏ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି, ସିଏ ନବୀନ ନିବାସ ଆସିବାକୁ ଚେଷ୍ଟା କରିଥିଲେ। ମାତ୍ର ଏ ଖବର ମିଳିବା ମାତ୍ରେ ନବୀନ ନିବାସ ମୁଖ୍ୟ ଫାଟକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ନବୀନ ତାଙ୍କ ଦଳର ବିଧାୟକମାନଙ୍କୁ କହୁଥିବା ଏବେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଜେଡିର ବହୁ ବିଧାୟକ କ୍ରସ୍‌ ଭୋଟିଂ କରିବା ଅପେକ୍ଷା ନିଜର ଲମ୍ବା ରାଜନୈତିକ ଭବିଷ୍ୟତ ଲାଗି ନିଜକୁ ସ୍ବଚ୍ଛ ରଖିବା ଅଧିକ ଜରୁରୀ ବୋଲି ମନେ କଲେଣି।
ଅନ୍ୟପକ୍ଷରେ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ମଧ୍ୟ ବିଧାନସଭା ଲବିଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ହୋଟେଲରେ ଚା ଖଟି କରି କ୍ରସ୍‌ ଭୋଟିଂ ବିଷୟରେ ଆଲୋଚନା କରୁଛନ୍ତି। ବିରୋଧୀ ଦଳର ବିଧାୟକମାନେ ମଧ୍ୟ ବୁଝିଲେଣି କ୍ରସ୍‌ ଭୋଟିଂ କରିବା ସହଜ ହେବନାହିଁ। ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ୨୦୦୨ ଭଳି ରାଜ୍ୟ ସଭା ଭୋଟ୍‌ରେ ଜିତିଯିବେ ବୋଲି ଦମ୍ଭୋକ୍ତି ଦେଖାଇବା ପରେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କେତେଜଣ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ୨୦୦୨ ମସିହାରେ ଡିଜିଟାଲ ଯୁଗ ନ ଥିଲା। ସେତେବେଳେ ସିକ୍ରେଟ୍‌ ବାଲଟ୍‌ ବ୍ୟବସ୍ଥା ଥାଇ ସୁଦ୍ଧା ଯେଉଁମାନେ କ୍ରସ୍‌ ଭୋଟିଂ କରିଥିଲେ, ସେମାନଙ୍କ କଥା ସମସ୍ତେ ଜାଣି ଯାଇଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାପରେ ଭାରତ ଡିଜିଟାଲ କ୍ଷେତ୍ରରେ ବିଶ୍ୱସ୍ତରରେ ବହୁ ଆଗରେ ରହିଛି। ତେଣୁ ୨୦୨୬କୁ ଯଦି ୨୦୦୨ ସମୟ ସହିତ ତୁଳନା କରି କୌଣସି ବିଧାୟକ କ୍ରସ୍‌ ଭୋଟିଂ କରନ୍ତି, ତେବେ ଭାରତର ଡିଜିଟାଲ ବ୍ୟବସ୍ଥା ଜରିଆରେ ସେମାନେ ନିନ୍ଦିତ ହେବେ। ବିଶ୍ୱର କୋଣ ଅନୁକୋଣର ଲୋକଙ୍କ ପାଖରେ କ୍ରସ୍‌ ଭୋଟିଂ କରିଥିବା ବିଧାୟକ ଟଙ୍କା ଖାଇଗଲେ ବୋଲି ପ୍ରଚାର ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିବ ବୋଲି ଚର୍ଚ୍ଚା ଚାଲିଛି।
ଅନ୍ୟପଟେ କଂଗ୍ରେସ ବିଧାୟକମାନଙ୍କୁ ଏକଜୁଟ ରଖିବା ଲାଗି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକାଧିକ ଥର ବୈଠକ ହେଲାଣି। ସୋମବାର ଏକ ଘରୋଇ ହୋଟେଲ୍‌ରେ ରାତ୍ରିଭୋଜନ ବ୍ୟବସ୍ଥା କରାଯାଇ ସବୁ ବିଧାୟକଙ୍କୁ ଡକାଯାଇଥିବା ଜଣାପଡ଼ିଛି। ମାତ୍ର କଂଗ୍ରେସର ଯେତେଥର ବୈଠକ ହେଲାଣି, ଦଳର ସବୁ ବିଧାୟକ ଏକାଠି ହେବାର ଦୃଶ୍ୟ ଏପର୍ଯ୍ୟନ୍ତ ନଜରକୁ ଆସିନାହିଁ। କେତେଜଣ ବିଧାୟକ ବାରମ୍ବାର ଅନୁପସ୍ଥିତ ରହୁଛନ୍ତି। ଯାହା ଚର୍ଚ୍ଚା ହେଉଛି, ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପକ୍ଷରୁ ବିଜେଡି ଓ କଂଗ୍ରେସର କେତେଜଣ ବିଧାୟକଙ୍କୁ ଟେଲିଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଛି। ସେହି ବିଧାୟକଙ୍କୁ କେବଳ ପଚରାଯାଇଛି, ଏନି ପସିବିଲିଟି। ଏସବୁ ଦେଖି ଭକ୍ତ ନିଜେ ରାଜ୍ୟ ସଭା ନିର୍ବାଚନରେ ଏଜେଣ୍ଟ ହେବେ ବୋଲି କୁଆଡେ ତାଙ୍କ ଦଳ ଭିତରେ ଘୋଷଣା କରିଥିବା ଶୁଣାଯାଉଛି। ସୂଚନାଯୋଗ୍ୟ, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ଥିଲା। ଶେଷଦିନ ସୁଦ୍ଧା ରାଜ୍ୟ ସଭା ପାଇଁ ନାମାଙ୍କନ କରିଥିବା ୫ ପୁରୁଷ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର, ଦତ୍ତେଶ୍ୱର ହୋତା ଏବଂ ଦିଲୀପ ରାୟ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି।

nbsp;

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri