ଯୁଦ୍ଧ ପ୍ରଭାବରେ ସୃଷ୍ଟି ହୋଇଛି ୩୫ ଟ୍ରିଲିୟନ ଡଲାରର ସୁନା ବଜାର

ଲଣ୍ଡନ,୧୦ା୩: ଇରାନ-ଆମେରିକା ଯୁଦ୍ଧକୁ ନେଇ ବୈଶ୍ୱିକ ପୁଞ୍ଜି ବଜାର ବେଳକୁ ବେଳ ଧରାଶାୟୀ ହେବାରେ ଲାଗିଛି। ତୈଳ ସଙ୍କଟକୁ ନେଇ ପେଟ୍ରୋଲୟିମ ବଜାରରେ ଅସ୍ଥିରତା ଏବଂ ଭୂ-ରାଜନୈତିକ ସ୍ତରରେ ଦେଖାଯାଇଥିବା ଅସାମଞ୍ଜସ୍ୟ ନିବେଶକଙ୍କୁ ଘୋର ଆଶଙ୍କା ମଧ୍ୟକୁ ଠେଲି ଦେଇଥିବାବେଳେ ଏବେ ଶେୟାର ବଜାରରୁ ମୁହଁ ଫେରାଇ ନିବେଶକମାନେ ସୁନାରେ ପୁଞ୍ଜି ନିବେଶ କରିବାକୁ ଶ୍ରେୟ ମଣିଛନ୍ତି। ବର୍ତ୍ତମାନ ଶେୟାର ବଜାର ତୁଳନାରେ ଲଣ୍ଡନ ସମେତ ବିଶ୍ୱର ଅନ୍ୟ ପ୍ରମୁଖ ମେଟାଲ ଏକ୍ସଚେଞ୍ଜଗୁଡିକରେ ସୁନା ସର୍ବାଧିକ କାରବାର ହେବା ସହିତ ଅନ୍ତର୍ଜାତୀୟ ସ୍ତରର ବ୍ୟାଙ୍କ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସୁନା କିଣିବାକୁ ଲାଗିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ବୃଦ୍ଧି ପାଇବା ସହିତ ଅନ୍ତର୍ଜାତୀୟ ବେଞ୍ଚମାର୍କ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟି ଚାଲିଛି। ସୋମବାର ସୁଦ୍ଧା ଲଣ୍ଡନସ୍ଥିତ ଏଲବିଏମଏରେ ୨୪ କ୍ୟାରେଟ୍‌ ସୁନା ଆଉନ୍ସ ପ୍ରତି ମୂଲ୍ୟ ୫୪୦୦ରୁ ୫୬୦୦ ଡଲାର ରହିଥିବା ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି ଇରାନ-ଆମେରିକା ଯୁଦ୍ଧ ପରେ ସୁନାର ଚାହିଦା ଓ ନିବେଶ ବୃଦ୍ଧିକୁ ନେଇ ଯେଉଁ ବଜାର ସୃଷ୍ଟି ହୋଇଛି ତାହାର ମୂଲ୍ୟ ୩୦ରୁ ୩୫ ଟ୍ରିଲିୟନ ଡଲାର ଛୁଇଁଛି। ଆର୍ଥିକ ଦୃଷ୍ଟିରୁ ଆକଳନ କଲେ ଏହି ବଜାର ମୂଲ୍ୟ ଭାରତ ଏବଂ ଯୁକ୍ତରାଜ୍ୟର ମୋଟ ଜିଡିପିଠାରୁ ଅନେକ ଅଧିକ ହେବ। ଭାରତ ଏବଂ ଯୁକ୍ତରାଜ୍ୟ ଜିଡିପି ୮ରୁ ୯ ଟ୍ରିଲିୟନ ଡଲାର ମଧ୍ୟରେ ରହିଥିବାବେଳେ ବର୍ତ୍ତମାନ ସୁନା ବଜାର ୩୦ରୁ ୩୫ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ…

୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ…

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri