Posted inରାଜ୍ୟ

ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଆଦିବାସୀବହୁଳ ୬ ଜିଲା ପ୍ରଭାବିତ

ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ଜାତୀୟସ୍ତରରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌) ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୨୩ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁଙ୍କ କ୍ଷେତ୍ରରେ ୨୫ଜଣଙ୍କ ମୃତ୍ୟୁ ହେଉଛି। ୨୦୨୨ରେ ଏହି ହାର ୨୬ ରହିଥିବାବେଳେ ୨୦୧୫ରେ ୩୭ ଥିଲା। ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ଆଦିବାସୀ ବହୁଳ ୬ଟି ଜିଲାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି ବୋଲି ବିଧାନସଭା ତଥ୍ୟରୁ ଜଣାଯାଇଛି।
କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ କଳାହାଣ୍ଡିରେ ଆଇଏମ୍‌ଆର୍‌ ହାର ୩୪ ରହିଥିବାବେଳେ କନ୍ଧମାଳରେ ୩୧, କୋରାପୁଟରେ ୨୯, ମାଲକାନଗିରିରେ ୩୬, ନବରଙ୍ଗପୁରରେ ୩୪ ଓ ରାୟଗଡ଼ାରେ ୩୬ ରହିଛି। ମାତ୍ର ଗଜପତିରେ ଜାତୀୟ ହାର ସହିତ ସମାନ ଅର୍ଥାତ୍‌ ୨୫ ରହିଥିବାବେଳେ ବାଲେଶ୍ୱରରେ ୧୧, କେନ୍ଦୁଝରରେ ୧୮, ମୟୂରଭଞ୍ଜରେ ୨୩, ସମ୍ବଲପୁରରେ ୧୧ ଏବଂ ସୁନ୍ଦରଗଡ଼ରେ ୧୪ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ତାରକା ପ୍ରଶ୍ନ ସଂଖ୍ୟା-୧୦୯ର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏସ୍‌ଆର୍‌ଏସ୍‌ ସର୍ଭେ ଅନୁଯାୟୀ, ଜାତୀୟ ଶିଶୁ ମୃତ୍ୟୁ ହାର ୨୫ଥିବା ହେବଳେ ଓଡ଼ିଶାର ଶିଶୁ ମୃତ୍ୟୁହାର ୩୦ ରହିଛି। ବିଗତ
୧୦ ବର୍ଷରେ ଜାତୀୟସ୍ତରରେ ଏହା ୧୫ ୟୁନିଟ୍‌ ହ୍ରାସ ପାଇଥିବା ସ୍ଥଳେ ରାଜ୍ୟରେ ଏହା ୨୧ ୟୁନିଟ୍‌ ହ୍ରାସ ପାଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଶିଶୁମୃତ୍ୟୁହାର କମାଇବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହୋମ୍‌ ବେସଡ ନିୟୁ ବର୍ନ କେୟାର କାର୍ଯ୍ୟକ୍ରମ, ନବଜାତ ଶିଶୁ ଯତ୍ନ କୋଣ ସ୍ଥାପନ(ଏନ୍‌ବିସିସି), ନବଜାତ ଶିଶୁ ଯତ୍ନ କେନ୍ଦ୍ର ସ୍ଥାପନ, ରାଜ୍ୟର ସବୁ ଭେଷଜ ମହାବିଦ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ଯତ୍ନ କେନ୍ଦ୍ରମାନ ସ୍ଥାପନ କରାଯିବା ସହିତ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବାଦ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ, ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଇଞ୍ଜେକ୍ସନ ପ୍ରଦାନ, ଆଶା, ସ୍ବାସ୍ଥ୍ୟକର୍ମୀଙ୍କ ସହିତ ସମସ୍ତ ଶିଶୁ ସ୍ବାସ୍ଥ୍ୟ ସହ ଜଡିତ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି। ଏହାସହିତ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଯଥା ରେଡିଓ, ଟେଲିଭିଜନ, ଖବରକାଗଜ ଓ ପ୍ରଚାରପତ୍ର ମାଧ୍ୟମରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଗର୍ଭବତୀ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ବାରା ଗ୍ରାମ୍ୟ ସ୍ତରରେ ପ୍ରତ୍ୟେକ ମାସ ଭିଏଚ୍‌ଏସ୍‌ଏନ୍‌ଡି କରାଯାଇ ବିପଦପୂର୍ଣ୍ଣ ଗର୍ଭ ଚିହ୍ନଟ କରାଯାଉଛି। ମହିଳାମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇ ତାଲିମପ୍ରାପ୍ତ ଡାକ୍ତର ଓ ସେବିକାମାନଙ୍କ ଦ୍ବାରା ଚିକିତ୍ସା ପ୍ରଦାନ କରାଯାଉଛି। ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାମାନଙ୍କର ସୁବିଧା ପାଇଁ ମା’ଗୃହର ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭେଷଜ ମହାବିଦ୍ୟାଳୟଗୁଡ଼ିକରେ ସହଜ ପ୍ରସବ ନିମନ୍ତେ ୧୦ଟି ଏମ୍‌ଏଲ୍‌ସିୟୁ ପ୍ରତିଷ୍ଠା କରାଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦୯ଜଣ ସ୍ବତନ୍ତ୍ର ତାଲିମପ୍ରାପ୍ତ ସେବିକାମାନଙ୍କୁ ନିୟୋଜିତ କରାଯାଇଛି। ଗତ ବର୍ଷରେ ୧୦,୮୮୮ଜଣ କମ୍‌ ଓଜନର ଶିଶୁ (୧୮୦୦ ଗ୍ରାମରୁ କମ୍‌) ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଚିକିତ୍ସା ହୋଇ ସୁସ୍ଥ ହୋଇପାରିଛନ୍ତି। ଅସୁସ୍ଥ ଶିଶୁମାନଙ୍କ ପାଇଁ, ମା’ କ୍ଷୀର ଉପଲବ୍ଧ କରିବା ନିମନ୍ତେ ୨୮ଟି ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାସହିତ ଗତବର୍ଷ ୨୭୫୩ ମହିଳା ସ୍ବାସ୍ଥ୍ୟକର୍ମୀ ନୂତନ ଭାବେ ଯୋଗଦାନ କରି ମହିଳା ଓ ଶିଶୁ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Trusted Odia Daily

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?