ଭାଜପାର ଭିତିରି ଚାଲ୍‌: ରାଜ୍ୟ ସଭାର ଚତୁର୍ଥ ଆସନ ପାଇଁ ଚାଲିଛି…

ଭୁବନେଶ୍ୱର,୧୦।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ ସଭା ନିର୍ବାଚନ ନେଇ ସବୁ ଦଳର ବିଧାୟକମାନଙ୍କର ଯେଉଁ ଆଭିମୁଖ୍ୟ ଥିଲା, ଏବେ ସେହି ଧାରାରେ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଉଛି। ୪ର୍ଥ ଆସନ ଲାଗି ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ତଥା ଶିଳ୍ପପତି ଦିଲୀପ ରାୟ ଏବଂ ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍‌) ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ। ଏଠାରେ ଉଲ୍ଲେଖ କରାଯାଇପାରେ, ଭାଜପା ପାଖରେ ୪ର୍ଥ ଆସନ ଲାଗି ୨୨ ଖଣ୍ଡ ଭୋଟ୍‌ ରହିଛି। ଏହା ବ୍ୟତୀତ ୮ଟି ଭୋଟ୍‌ କମ୍‌ ପଡୁଥିବା ସତ୍ତ୍ୱେ ଦିଲୀପ ଜିତିବେ ବୋଲି ଗଣମାଧ୍ୟମରେ ନିଜଆଡୁ ବାରମ୍ବାର ଦମ୍ଭୋକ୍ତି ଦେଖାଉଛନ୍ତି। ଅର୍ଥାତ୍‌ ୮ଟି ଭୋଟ୍‌ ଯେପର୍ଯ୍ୟନ୍ତ କିଣା ନ ହେବ ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ୪ର୍ଥ ଆସନରେ ଜିତିବା ସହଜ ହେବନାହିଁ। ରାଜନୈତିକ ମହଲର ଆଲୋଚନା ମୁତାବକ, ଭାଜପା ସମର୍ଥିତ ପ୍ରାର୍ଥୀ ନିଶ୍ଚିତ ଜିତିଯିବେ ବୋଲି ଯେଉଁ ପ୍ରଚାର କରୁଛନ୍ତି, ଏମିତି କହିକି ସେ ବିରୋଧୀ ଭୋଟ ଭାଙ୍ଗିଦେଇପାରିବେ ବୋଲି ଭାବୁଥାଇପାରନ୍ତି। ଅନ୍ୟପଟେ ଏଥର ରାଜ୍ୟ ସଭା ନିର୍ବାଚନରେ ଗୋଟିଏ ଭୋଟ ପିଛା ୭ରୁ ୧୦ କୋଟି ପର୍ଯ୍ୟନ୍ତ ମିଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଶାସକ ଦଳ ଯେତେବେଳେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି, ତେଣୁ ଏହି ଆସନ ଜିତିବା ଭାଜପା ପାଇଁ ସମ୍ମାନର ବିଷୟ ହେବ। ଏହାରି ଭିତରେ ଶାସକ ଦଳର ଅଧିକାଂଶ ବିଧାୟକ ଏବଂ ମନ୍ତ୍ରୀ କୁଆଡେ ୪ର୍ଥ ଆସନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ବିଶେଷ ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି। ଦଳର ପ୍ରାୟ ସବୁ ବିଧାୟକ କହୁଛନ୍ତି ଭୋଟର ତାଲିକା ଯେତେବେଳେ ପ୍ରସ୍ତୁତ ହେବ ସେମାନଙ୍କ ନଁା ଶେଷ ୨୨ ଜଣଙ୍କ ଭିତରେ ରଖାଯାଉ।
ସୂତ୍ରରୁ ମିଳିଥିବା ଖବର ମୁତାବକ, ଭାଜପାର ବହୁ ବିଧାୟକ ଏବେ ଗୋଷ୍ଠୀ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଏକାଠି ହେଉଛନ୍ତି। ଭାଜପା ବିଧାୟକମାନଙ୍କ କହିବା କଥା, ତାଙ୍କ ଦଳ ସମର୍ଥନରେ ଦିଲୀପ ସ୍ବାଧୀନ ପ୍ରାର୍ଥୀ ହେଲେ। ଏବେ ଭାଜପାର ୨୨ ଖଣ୍ଡ ଭୋଟ୍‌ ତାଙ୍କୁ ମିଳିବ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପାଖରେ ଦିଲୀପଙ୍କ ଅପେକ୍ଷା ଅଧିକ ଭୋଟ୍‌ ରହିଛି। ଏହାସତ୍ତ୍ୱେ ଦିଲୀପ ଜିତିଯିବେ ବୋଲି ନିଶ୍ଚିତ ଅଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ଭିତରୁ କେତେଜଣଙ୍କୁ ମୋଟା ଅଙ୍କ ଦେଇ ସମୀକରଣକୁ ବଦଳାଇପାରିବେ ବୋଲି ଦିଲୀପ ଭାବୁଛନ୍ତି। ତେଣୁ ଶାସକ ଦଳର ବିଧାୟକମାନଙ୍କୁ ମଧ୍ୟ ଶିଳ୍ପପତି ପ୍ରାର୍ଥୀ ଟଙ୍କା ଦିଅନ୍ତୁ ବୋଲି ସେମାନେ ଦାବି କରୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ଶାସକ ଦଳର ବିଧାୟକମାନଙ୍କ ଭିତରୁ ଯେଉଁମାନେ ଏଭଳି ଯୁକ୍ତି ରଖୁଛନ୍ତି, ତାହାକୁ ଯଥାର୍ଥ ବୋଲି କହୁଛନ୍ତି।
ବିଶ୍ଳେଷକମାନଙ୍କ ମତରେ, ୪ର୍ଥ ଆସନ ଲାଗି ଶାସକ ଦଳ ବିଧାୟକଙ୍କ ଭୋଟ୍‌ ଯାହା ରହିଛି ସେଥିରେ ଜିତିପାରିବେନି ବୋଲି ଜାଣିବା ସତ୍ତ୍ୱେ ଦିଲୀପ ବାକି ଭୋଟ୍‌ ଯୋଗାଡ଼ରେ ଲାଗିଗଲେଣି। ବିରୋଧୀ ଶିବିରରୁ ଭୋଟ୍‌ କ୍ରସ୍‌ କରିବା ଲାଗି ଫୋନ୍‌ ମଧ୍ୟ ଗଲାଣି। ଏମିତିରେ ଦେଖିଲେ, ଶାସକ ଦଳର ବିଧାୟକମାନେ ମଧ୍ୟ ଭୋଟ୍‌ ଦେବେ। ବିଧାୟକମାନେ ବାରମ୍ବାର ନିଜ ନିର୍ବାଚନମଣ୍ଡଳୀକୁ ଯିବା ଏବଂ କର୍ମୀମାନଙ୍କ ସୁବିଧା, ଅସୁବିଧା ବୁଝିବାରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ କେବଳ ବିରୋଧୀ ବିଧାୟକ କାହିଁକି ଶାସକ ଦଳର ନିର୍ବାଚିତ ପ୍ରତିନିଧି ନ ଚାହିଁଲେ କ’ଣ ଦିଲୀପ ଜିତିପାରିବେ। ତେଣୁ ଶାସକ ବିଧାୟକମାନଙ୍କୁ ପ୍ରଥମେ ଶିଳ୍ପପତି ପ୍ରାର୍ଥୀ ଖୁସି କରିବା ଦରକାର। କିଛିଦିନ ତଳେ ବିଧାୟକମାନଙ୍କ ଦରମା ବଢ଼ିବା ବିଷୟକୁ ନେଇ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମରେ କହିଥିଲେ, ସବୁଦିନ ଯେତିକି ଚା କର୍ମୀମାନଙ୍କୁ ଦେବାରେ ଖର୍ଚ୍ଚ ହେଉଛି, ସେଥିରେ ମାସକୁ ଲକ୍ଷେ ଟଙ୍କା ପଳାଉଛି। ସବୁ ଦୃଷ୍ଟିକୋଣରୁ ଲକ୍ଷ୍ୟ କଲେ, ଶାସକ ଦଳ ବିଧାୟକମାନେ ଯାହା ଚର୍ଚ୍ଚା କରୁଛନ୍ତି, ସେଥିରେ କିଛି ଭୁଲ୍‌ ନାହିଁ। ନିକଟରେ ନିଜ ଦଳରୁ ବିଦା ହୋଇଥିବା ଜଣେ ବିଧାୟକଙ୍କ ପାଖରେ ସାହାଯ୍ୟ ପହଞ୍ଚିସାରିଲାଣି ବୋଲି ଗୁଜବ ହେଉଛି। ରାଜ୍ୟ ସଭା ପ୍ରାର୍ଥୀଙ୍କ ସହିତ ନିଲମ୍ବିତ ବିଧାୟକଙ୍କ ପିତାଙ୍କ ଘନିଷ୍ଠତା ସମ୍ପର୍କରେ ସମସ୍ତେ ଜାଣନ୍ତି। ତେଣୁ ଏହି ଗୁଜବ ବିଶ୍ୱାସଯୋଗ୍ୟ ହେଉଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?