ଆମେରିକା ଛାଡୁନି, ଇରାନ ନରମୁନି

ଓ୍ବାଶିଂଟନ୍‌ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ରବିବାର ଇସ୍ରାଏଲ ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ପ୍ରମୁଖ ତୈଳ ଡିପୋଗୁଡିକ ଉପରେ ଘନ ଘନ ବୋମାମାଡ଼ କରିବା ପରେ ସୋମବାର ମଧ୍ୟ ଆକ୍ରମଣ ଆହୁରି ଜୋର୍‌ଦାର କରିଛି। ଆଗକୁ ଇରାନକୁ ଆହୁରି ଭୟଙ୍କର ସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋମବାର ଧମକ ଦେଇଛନ୍ତି। ଆମେରିକା ପକ୍ଷରୁ ମଧ୍ୟ ଇରାନର ବହୁ ସାମରିକ ଏବଂ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି। ଇରାନ ସମଗ୍ର ବିଶ୍ୱକୁ ବନ୍ଧକ ରଖିବାକୁ ଉଦ୍ୟମ କରୁଛି ବୋଲି ଆମେରିକା ବହିର୍ବ୍ୟାପାର ସଚିବ ମାର୍କେ ରୁବିଓ କହିଛନ୍ତି। ସେପଟେ ଇରାନ ମଧ୍ୟ ଉପସାଗରୀୟ ଦେଶଗୁଡିକରେ ଆକ୍ରମଣ ଜୋର୍‌ଦାର କରିଛି। ଇରାନ ବିରୋଧରେ କେତେକ ଇସଲାମିକ୍‌ ରାଷ୍ଟ୍ର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ବିଶେଷକରି ମୋଜ୍‌ତାବା ଖାମେନେଇଙ୍କୁ ଇରାନର ନୂଆନେତା ଭାବେ ନିଯୁକ୍ତ କରାଯିବା ପରେ ଇରାନ ଉପସାଗରୀୟ ଦେଶଗୁଡିକ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରିଛି।
ଏହା ମଧ୍ୟରେ ଆମେରିକାର ଦୈନିକ ଯୁଦ୍ଧ ଖର୍ଚ୍ଚକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଇରାନ ବିପକ୍ଷ ଯୁଦ୍ଧରେ ଆମେରିକା ଦୈନିକ ୮୯୧ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୮୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ଜଣାପଡ଼ିଛି। ଯାହାକି ଭାରତର ବାର୍ଷିକ ମହାକାଶ ଗବେଷଣା ବଜେଟଠାରୁ ଅଧିକ। ଫେବୃଆରୀ ୨୮ରେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ବର୍ତ୍ତମାନ ସୁଦ୍ଧା ୬ ବିଲିୟନ ଡଲାର ବା ୫୫,୩୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା କୁହାଯାଇଛି। ଯୁଦ୍ଧ ଖର୍ଚ୍ଚକୁ ନେଇ ପେଣ୍ଟାଗନ୍‌ ଆମେରିକା କଂଗ୍ରେସକୁ ଏହି ତଥ୍ୟ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ…

୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ…

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri