ଓଡ଼ିଶା ଆସୁଛନ୍ତି ରାହୁଲ, କଂଗ୍ରେସକୁ ବଳ ଦେବ ରାହୁଲଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୯ା୭(ରବିନାରାୟଣ ଜେନା): ଓଡ଼ିଶା ପ୍ରଦେଶ କଂଗ୍ରେସର ମଙ୍ଗ ଭକ୍ତ ଚରଣ ଦାସ ଧରିବା ପରେ ଶୀଥିଳ ହୋଇପଡ଼ିଥିବା କଂଗ୍ରେସ ସଙ୍ଗଠନ ଏବେ ସକ୍ରିୟ। ଭକ୍ତଙ୍କ ଆହ୍ବାନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇଉଠୁଥିବାବେଳେ ଚଳିତମାସ ୧୧ରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ମନ୍ତ୍ର ଓଡ଼ିଶାରେ କଂଗ୍ରେସକୁ ପୁଣି କିଭଳି କ୍ଷମତାକୁ ଫେରାଇ ଆଣିବ ସେହି ଦିଗରେ ଭକ୍ତ ଓ ତାଙ୍କ ଟିମ୍‌ ପୂରାଦମ୍‌ରେ ଲାଗିପଡ଼ିଛନ୍ତି।
ରାହୁଲଙ୍କ ଗସ୍ତ ପୂର୍ବରୁ ଦଳ ପକ୍ଷରୁ ଏକାଥରକେ ୨୨ଟି ସ୍ଥାନରେ ଖବରଦାତା ସମ୍ମିଳନୀ ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ କଂଗ୍ରେସର ସାଂସଦ, ବିଧାୟକ, ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ସାଙ୍ଗରେ ନେଇ ‘ସମ୍ବିଧାନ ବଞ୍ଚାଅ’ ସମାବେଶକୁ ସଫଳ କରିବା ଲକ୍ଷ୍ୟରେ ପିସିସି ସଭାପତି ଲାଗିପଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଭକ୍ତ ଯେଉଁ ସଂଗ୍ରାମ ଆରମ୍ଭ କରିଛନ୍ତି, ତାହା ସହରରୁ ଏବେ ଗଁାମୁହାଁ ହୋଇଥିବା ଦେଖାଯାଉଛି। ଆସନ୍ତା ୧୧ ତାରିଖରେ ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ମନ୍ତ୍ର କଂଗ୍ରେସକୁ ନୂଆ ଦିଶା ଦେବ ବୋଲି ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଭକ୍ତ ଦାୟିତ୍ୱ ନେବା ଦିନ ଶ୍ରୀକ୍ଷେତ୍ରରୁ ସଂକଳ୍ପ ଯାତ୍ରା ଆରମ୍ଭକରି ଏବେ ରାଜ୍ୟରେ କଂଗ୍ରେସକୁ ବିକଳ୍ପ ଦଳ ଭାବେ ଲୋକଙ୍କ ପାଖକୁ ନେବା ପାଇଁ ବିଭିନ୍ନ ପ୍ରସଙ୍ଗକୁ ଆଧାର କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଯାଉଥିବା ତାଙ୍କ ନାଗରିକଙ୍କୁ ସତର୍କ କରାଇ ଓଡ଼ିଶା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ସରକାର ୧୧ ବନାମ ୧ ବର୍ଷର ଯେଉଁ ସଫଳ ବାର୍ତ୍ତା ବାଣ୍ଟୁୁଥିଲେ, ତାହାକୁ କଂଗ୍ରେସ ବିଫଳ ବାତ୍ତର୍ର୍ାରେ ପରିବର୍ତ୍ତିତ କରିବା ପାଇଁ ଲାଗିପଡ଼ିଛି। କଂଗ୍ରେସର ଜନଆନ୍ଦୋଳନ କ୍ରମେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସଙ୍ଗଠନକୁ ଅଧିକ ବଳ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସକୁ ଆଶୀର୍ବାଦ ସଦୃଶ ହେବ ବୋଲି ଭକ୍ତ କହିଛନ୍ତି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲାରୁ ଆରମ୍ଭକରି ଉପକୂଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର କଂଗ୍ରେସ ନେତାମାନଙ୍କୁ ରାହୁଲଙ୍କ ଗସ୍ତ ଓ ଜନସମାବେଶକୁ ସଫଳ କରିବା ପାଇଁ ଭକ୍ତ ଆହ୍ବାନ ଦେଇଛନ୍ତି।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ପଦଯାତ୍ରା ଓ ଜାତିଗଣନା ପାଇଁ ଜୋର୍‌ ଦେବା ଯୋଗୁ କେନ୍ଦ୍ର ସରକାର ବାଧ୍ୟ ହୋଇ ଜାତିଗଣନା ଲାଗି ଘୋଷଣା କରିଥିଲେ। ଏହି ପ୍ରସଙ୍ଗକୁ ମଧ୍ୟ ଭକ୍ତ ଅଗ୍ରାଧିକାର ଦେଇ ଦଳର ଛାମୁଆ ସଙ୍ଗଠନକୁ ଏକାଠିକରି କଂଗ୍ରେସକୁ ଏକ ଉତ୍ତରଦାୟୀ ରାଜନୈତିକ ଦଳ ଭାବେ ପ୍ରମାଣିିତ କରିବା ନିମନ୍ତେ ଆଗଭର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri