Posted inଜାତୀୟ

୧୮ ବିପକ୍ଷ ଦଳକୁ ନେଇ ଖାର୍ଗେଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ୧୮ ବିପକ୍ଷ ଦଳର ଏକ ବୈଠକ ବସିଛି। ଏହି ବୈଠକରେ ତୃଣମୂଳ କଂଗ୍ରେସ ସମେତ ଅନ୍ୟ ଦଳ ଅଂଶଗ୍ରହଣ କରିଥିଲେ, କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଯୋଗ ଦେଇ ନ ଥିଲା। ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ରାହୁଲ ଗାନ୍ଧୀଙ୍କ ସାଭରକରଙ୍କ ବିବୃତ୍ତିରେ ଅସନ୍ତୁଷ୍ଟ ପ୍ରକାଶ କରି ଉଦ୍ଧବଙ୍କ ଦଳ ବୈଠକଠାରୁ ଦୂରରେ ରହିଥିଲେ।
ଏହି ବୈଠକରେ ବିରୋଧୀ ଦଳ ମଙ୍ଗଳବାର ଉଭୟ ସଂସଦରେ ବିରୋଧୀଙ୍କ ରଣନୀତି ଉପରେ ଆଲୋକପାତ କରିଥିଲେ। ସୋମବାର ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ଏବଂ ଆଦାନୀ ମାମଲାକୁ ବାତିଲ କରିବା ନେଇ ଉଭୟ ସଂସଦରେ ହଙ୍ଗାମା ଦେଖାଦେଇଥିଲା। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରି କଳା ପୋଷାକ ପିନ୍ଧି ସଂସଦକୁ ଯାଇଥିଲେ। ବୀର ସାଭରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ଅନେକ ଉତ୍ତେଜନା ପ୍ରକାଶ ପାଇଥିଲା।
ଖାର୍ଗେଙ୍କ ଘରେ ବସିଥିବା ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଶରଦ ପାୱାର, କେସି ଭେନୁଗୋପାଳଙ୍କ ପରି ବହୁ ବଡ ନେତା ଯୋଗ ଦେଇଥିଲେ। ଏହା ବ୍ୟତୀତ ସମାଜବାଦିି ପାର୍ଟିର ରାମଗୋପାଳ ଯାଦବ, ଡିଏମକେରୁ ଏମ ଭାଇକୋ, ଜେଡିୟୁର ରାଜୀବ ରଂଜନ, ବିଆରଏସ, ସିପିଆଇ, ଆଇଏମଏଲ, ଏମଡିଏମକେ, କେସି, ଆରଏସପି, ଆମ ଆଦମୀ ପାର୍ଟି, ଜମ୍ମୁ କଶ୍ମୀରର ବ୍ୟାଶନାଲ୍‌ କନଫରେନ୍ସ୍‌, ଜେଏମଏମ ଏବଂ ଏସ ନେତାମାନେ ଯୋଗ ଦେଇଥିଲେ। ଟିଏମସି ପକ୍ଷରୁ ଏହି ପ୍ରସଙ୍ଗରେ ପ୍ରସନ୍ନ ବାନାର୍ଜୀ ଏବଂ ସୌଗତ ରାୟ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?