Posted inଜାତୀୟ

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା କହିଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ବିଦେଶୀ ଶକ୍ତିଗୁଡ଼ିକର ପ୍ରଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ କରିବା ସହ ତାଙ୍କର ବିଦେଶ ଗସ୍ତର ତଦନ୍ତ ପାଇଁ ଏକ ଏସଆଇଟି (SIT) ଗଠନ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କେବଳ ଲୋକ ସଭାରେ ପ୍ରସ୍ତାବ ଆଣି ବିରୋଧୀ ଦଳର ନେତାଙ୍କୁ ହଟାଯାଇପାରିବ କି? ଏ ବିଷୟରେ ସମ୍ବିଧାନ ଏବଂ ଆଇନ କ’ଣ କହୁଛି?

ଲୋକ ସଭାରେ ବିରୋଧୀ ଦଳର ନେତା ପଦ ସମ୍ବିଧାନରେ ନାହିଁ, ବରଂ ‘ସାଲାରୀ ଆଣ୍ଡ ଆଲାଉନ୍ସେସ ଅଫ ଲିଡର୍‌ ଅଫ ଅପୋଜିସନ ଇନ ପାର୍ଲାମେଣ୍ଟ ଆକ୍ଟ, ୧୯୭୭’ ଅନୁଯାୟୀ ସ୍ବୀକୃତିପ୍ରାପ୍ତ। ଏହି ଆଇନ ଅନୁଯାୟୀ, ଲୋକ ସଭାରେ ସରକାରଙ୍କ ବିରୁଦ୍ଧରେ ସର୍ବାଧିକ ସାଂସଦ ଥିବା ଦଳର ନେତା, ଯାହାଙ୍କୁ ଲୋକ ସଭା ବାଚସ୍ପତି (ସ୍ପିକର୍‌) ସ୍ବୀକୃତି ଦିଅନ୍ତି, ସେହି ବ୍ୟକ୍ତି ବିରୋଧୀ ଦଳର ନେତା ହୋଇଥାଆନ୍ତି।

ଏଠାରେ ଆଉ ଏକ ସର୍ତ୍ତ ରହିଛି ଯେ, ସେହି ଦଳ ପାଖରେ ସଦସ୍ୟ ସଂଖ୍ୟାର ଅତିକମରେ ୧୦ ପ୍ରତିଶତ ସଦସ୍ୟ ରହିବା ଆବଶ୍ୟକ। ଅର୍ଥାତ୍‌ ଏହି ପଦ କୌଣସି ନିର୍ବାଚନ କିମ୍ବା ସଦସ୍ୟମାନଙ୍କ ମଧ୍ୟରେ ଭୋଟ ଦ୍ୱାରା ମିଳିନଥାଏ, ବରଂ ସବୁଠାରୁ ବଡ଼ ବିରୋଧୀ ଦଳର ନେତାଙ୍କୁ ସ୍ପିକରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସ୍ବୀକୃତି ମିଳିବା ପରେ ଏହା ପ୍ରାପ୍ତ ହୋଇଥାଏ।

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର?

ସିଧା ଉତ୍ତର ହେଉଛି ନା। ଆଇନରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯେ, ସରକାର କିମ୍ବା କୌଣସି ସାଂସଦ ଲୋକ ସଭାରେ ପ୍ରସ୍ତାବ ଆଣି ବିରୋଧୀ ଦଳର ନେତାଙ୍କୁ ପଦରୁ ହଟାଇପାରିବେ। ବିରୋଧୀ ଦଳର ନେତାଙ୍କୁ ହଟାଇବା ପାଇଁ ସଂସଦରେ କୌଣସି ପୃଥକ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇନାହିଁ।

ଯଦି କଂଗ୍ରେସ ରାହୁଲ ଗାନ୍ଧୀଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରେ କିମ୍ବା ରାହୁଲ ଗାନ୍ଧୀ ଲୋକ ସଭା ସଦସ୍ୟତା ହରାନ୍ତି, ତେବେ ପରିସ୍ଥିତି ବଦଳିପାରେ। ସେହିପରି, କୌଣସି ଆଇନଗତ କିମ୍ବା ସାମ୍ବିଧାନିକ କାରଣରୁ ଯଦି ତାଙ୍କର ସଦସ୍ୟତା ଶେଷ ହୁଏ, ତେବେ ବିରୋଧୀ ଦଳର ନେତା ପଦ ମଧ୍ୟ ସ୍ବତଃ ଶେଷ ହୋଇଯିବ।

ତେବେ, ଲୋକ ସଭାରେ ତାଙ୍କ ବିରୋଧରେ କୌଣସି ପ୍ରସ୍ତାବ ଆଣି ତାଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇବା ସମ୍ଭବ ନୁହେଁ।

ବାସ୍ତବରେ, ସଂସଦରେ କେବଳ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଅବିଶ୍ୱାସ କିମ୍ବା ପଦଚ୍ୟୁତି ସମ୍ବନ୍ଧୀୟ ପ୍ରସ୍ତାବ ଆଣିବାର ବ୍ୟବସ୍ଥା ରହିଛି। ଏଥିରେ ଲୋକ ସଭା ବାଚସ୍ପତି, ଉପବାଚସ୍ପତି, ରାଜ୍ୟ ସଭାର ସଭାପତି, ସଦନର ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ପଦ ସାମିଲ ରହିଛି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?