Posted inଖେଳ

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି ଆଶା କରାଯାଉଛି। ଏମିତିରେ ବାଲାଂଦେଶ ବିପକ୍ଷରେ ନଭେମ୍ବର ୨ରେ ଦଳ ଚତୁର୍ଥ ମ୍ୟାଚ୍‌ ଖେଳିବ। ଏଥିରେ ବିଜେତା ହେଲେ ଦଳର ସେମିଫାଇନାଲରେ ଖେଳିବା ଏକପ୍ରକାର ସୁନିଶ୍ଚିତ ହୋଇଯିବ। ହେଲେ ଏହି ମିଶନ ଲାଗି ଚିନ୍ତାର କାରଣ ପାଲଟିଛି କ୍ରିକେଟର କେ.ଏଲ୍‌. ରାହୁଲଙ୍କ ଫର୍ମ।

ଭାରତ ଖେଳିଥିବା ତିନୋଟି ଯାକ ମ୍ୟାଚ୍‌ରେ କେ.ଏଲ୍‌.ଙ୍କ ପ୍ରଦର୍ଶନ ଫ୍ଲପ ରହିଛି। ଏମିତିରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଖେଳିବାର ସୁଯୋଗ ଦିଆଯାଉ ବୋଲି ଦାବି ହେଉଛି। ଏସବୁ ମଧ୍ୟରେ ବାଲାଂଦେଶ ବିପକ୍ଷ ମୁକାବିଲା ପୂର୍ବରୁ ଦଳର ପ୍ରମୁଖ କୋଚ୍‌ ରାହୁଲ ଦ୍ରାବିଡ କେ.ଏଲ୍‌.ଙ୍କୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

ଦ୍ରାବିଡ ସ୍ପଷ୍ଟ କରିଛନ୍ତି ଯେ, ଟିମ୍‌ ମ୍ୟାନେଜ୍‌ମେଣ୍ଟର ସମର୍ଥନ କେ.ଏଲ୍‌.ଙ୍କୁ ରହିଛି। ଏମିତିରେ ସେ ଖେଳିବା ନେଇ ଅନିଶ୍ଚିତତା ନାହିଁ। ରୋହିତ ଆଉ ମୋ’ ଭିତରେ କିଏ ଓପନିଂ କରିବ ତାହାକୁ ନେଇ କନ୍‌ଫ୍ୟୁଜନ ନାହିଁ। କେ.ଏଲ୍‌. କିଭଳି ଖେଳିପାରିବେ ଆମେ ଜାଣୁ। ସେ ଜଣେ ପ୍ରଭାବଶାଳୀ ଖେଳାଳି। ସେ ପୁଣିଥରେ ନିଜ ଫର୍ମକୁ ଫେରିବେ ବୋଲି ଆମର ବିଶ୍ୱାସ ରହିଛି। ଏଭଳି ଅବସ୍ଥା ସାରା ବିଶ୍ୱର ଓପନର୍‌ଙ୍କ ପାଇଁ ଚିନ୍ତାର ବିଷୟ ରହିଆସିଛି। ଏବେ ଯେଉଁ ସ୍ଥିତି ରହିଛି ଆମେ ସମୟ ନେବୁ। ଏଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ତେବେ ରାହୁଲଙ୍କ କଥାରୁ ବାଲାଂଦେଶ ବିପକ୍ଷରେ କେ.ଏଲ୍‌. ଓପନିଂ କରିବା ସ୍ପଷ୍ଟ ହୋଇଛି। ଅର୍ଥାତ ଦଳ ଏହାର ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri