Posted inଖେଳ

ଐତିହାସିକ ମୁଲାଗ ପଦକ ଜିତିଲେ ରାହାନେ, ଏହା ପଛରେ ରହିଛି ୧୫୨ ବର୍ଷର ଇତିହାସ

ମେଲବୋର୍ନ,୨୯।୧୨: କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ଶତକ ହାସଲ କରି ରାହାନେ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତାଙ୍କୁ ଐତିହାସିକ ମୁଲାଗ ପଦକ ଦେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ସମ୍ମାନିତ କରିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ମଧ୍ୟ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମୁଲାଗ ପଦକ ପ୍ରଦାନ କରାଯିବ ବୋଲି ବୋର୍ଡ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ରାହାନେ ୧୧୨ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୨୭ ରନରେ ଅପରାଜିତ ରହିଥିଲେ। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସକୁ ୨୦୦ରନରେ ସୀମିତ ରଖିଥିଲେ। ଭାରତ ଜିତିବା ପାଇଁ ୭୦ ରନର ଲକ୍ଷ୍ୟ ପାଇଥିଲା, ଯାହା ସହଜରେ ହାସଲ କରିଥିଲା ଦଳ। ଏହି ବିଜୟ ସହିତ ଦଳ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ଟି ବରାବର ହୋଇଛି।

ଜନି ମୁଲାଗ ବିଦେଶ ଗସ୍ତରେ ଯାଇଥିବା ଅଷ୍ଟ୍ରେଲୀୟ ଦଳର ପ୍ରଥମ ଅଧିନାୟକ ଥିଲେ। ୧୮୬୮ ମସିହାରେ ମୁଲାଗଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ମୁଲାଗ ଜଣେ ଅଲରାଉଣ୍ଡର ଥିଲେ। ମୁଲାଗଙ୍କ ପ୍ରକୃତ ନାମ ଉନାରିମିନ ଥିଲା ଏବଂ ସେ ୧୮୬୮ରେ ସ୍ଥାନୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ଗସ୍ତରେ ସେ ୪୭ଟି ମଧ୍ୟରୁ ୪୫ଟି ମ୍ୟାଚ ଖେଳିଥିଲେ ଏବଂ ହାରାହାରି ୨୩ଟି ଇନିଂସରେ ୧୬୯୮ ରନ ସ୍କୋର କରିଥିଲେ। ଏଥି ସହିତ ସେ ୧୮୭୭ ଓଭର ବୋଲିଂ ମଧ୍ୟ କରିଥିଲେ। ସେଥିମଧ୍ୟରୁ ସେ ୮୩୧ ଓଭର ବୋଲିଂ କରିଥିଲେ। ସେ ହାରାହାରି ୧୦ ରେ ୨୫୭ ଉଇକେଟ ନେଇଥିଲେ। ତାଙ୍କ କ୍ୟାରିୟରରେ ସେ ଉଇକେଟ କିପର ଦାୟିତ୍ୱ ତୁଲାଇ ୪ଟି ଷ୍ଟମ୍ପିଂ କରିଥିଲେ। ମୁଲାଗ ୧୮୬୬ମସିହାରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri