ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌ ଓ୍ବେବସାଇଟ୍‌ ବଡ଼ଫିଡ୍‌ ପକ୍ଷରୁ ଶତାଧିକ ଫଟୋ, ସାକ୍ଷାତ୍‌କାର ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରାଯାଇଛି। ଚାଇନାର ୧୩୫ ଯାତନା ଗୃହରେ ଉଇଗର ମୁସଲମାନ୍‌ଙ୍କୁ ଦୟନୀୟ ଭାବେ ରଖାଯାଇଥିବା ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ କରାଯାଉଛି। ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ସମୟ ଖଟିବାକୁ ପଡୁଛି। ଦିନକୁ ୯ ଘଣ୍ଟାରୁ ଅଧିକ ସମୟ ଖଟିବାକୁ କୁହାଯାଉଛି। ଏଥିପାଇଁ ମାସକୁ ୧୦୦ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଛି। ୨୦ ଲକ୍ଷ ବର୍ଗମିଟର ଅଞ୍ଚଳରେ ଫ୍ୟାକ୍ଟ୍ରି ନିର୍ମାଣ କରାଯାଇଛି। ରିପୋର୍ଟ ଅନୁସାରେ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଉଇଗରଙ୍କୁ ଯାତନା ଗୃହରେ ଭର୍ତ୍ତି କରାଯାଇଛି। ସେହିପରି ଦେଶରେ ୧୬ ହଜାର ମସଜିଦ୍‌କୁ ଚାଇନାର କମ୍ୟୁନିଷ୍ଟ ସରକାର ଭାଙ୍ଗି ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନାରେ ସାଂସ୍କୃତିକ ନରସଂହାର ଜାରି ରହିଛି ବୋଲି ଜାତିସଂଘ ପକ୍ଷରୁ ଅଭିଯୋଗ କରାଯିବା ସହିତ ଏନେଇ ଚିନ୍ତା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ...

କୋଭିଡ୍‌ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି

ଲଣ୍ଡନ,୨୫।୬: କୋଭିଡ୍‌-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ...

ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ...

ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ...

କାନ୍ଦୁଥିବା ପାଲେଷ୍ଟାଇନ୍‌ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…

ରାମାଲାହ,୧୭।୫: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ...

ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍‌ ଅନର୍‌

ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ...

ମୁହ୍ବିଦ୍ଦିନ୍‌ ୟାସିନ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲୁମ୍ପୁର,୧।୩(ଏଏଫ୍‌ପି): ପୂର୍ବତନ ଗୃହମନ୍ତ୍ରୀ ମୁହ୍ବିଦ୍ଦିନ୍‌ ୟାସିନଙ୍କୁ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ନିଯୁକ୍ତି ଦିଆଯାଇଛି। ଫଳରେ ମହାଥିର୍‌ ମହମ୍ମଦଙ୍କ ଶାସନର ଅନ୍ତ ହୋଇଛି। ମୁହ୍ବିଦ୍ଦିନ...

Advertisement


Archives

Model This Week