Posted inଖେଳ

ଐତିହାସିକ ମୁଲାଗ ପଦକ ଜିତିଲେ ରାହାନେ, ଏହା ପଛରେ ରହିଛି ୧୫୨ ବର୍ଷର ଇତିହାସ

ମେଲବୋର୍ନ,୨୯।୧୨: କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ଶତକ ହାସଲ କରି ରାହାନେ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତାଙ୍କୁ ଐତିହାସିକ ମୁଲାଗ ପଦକ ଦେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ସମ୍ମାନିତ କରିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ମଧ୍ୟ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମୁଲାଗ ପଦକ ପ୍ରଦାନ କରାଯିବ ବୋଲି ବୋର୍ଡ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ରାହାନେ ୧୧୨ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୨୭ ରନରେ ଅପରାଜିତ ରହିଥିଲେ। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସକୁ ୨୦୦ରନରେ ସୀମିତ ରଖିଥିଲେ। ଭାରତ ଜିତିବା ପାଇଁ ୭୦ ରନର ଲକ୍ଷ୍ୟ ପାଇଥିଲା, ଯାହା ସହଜରେ ହାସଲ କରିଥିଲା ଦଳ। ଏହି ବିଜୟ ସହିତ ଦଳ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ଟି ବରାବର ହୋଇଛି।

ଜନି ମୁଲାଗ ବିଦେଶ ଗସ୍ତରେ ଯାଇଥିବା ଅଷ୍ଟ୍ରେଲୀୟ ଦଳର ପ୍ରଥମ ଅଧିନାୟକ ଥିଲେ। ୧୮୬୮ ମସିହାରେ ମୁଲାଗଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ମୁଲାଗ ଜଣେ ଅଲରାଉଣ୍ଡର ଥିଲେ। ମୁଲାଗଙ୍କ ପ୍ରକୃତ ନାମ ଉନାରିମିନ ଥିଲା ଏବଂ ସେ ୧୮୬୮ରେ ସ୍ଥାନୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ଗସ୍ତରେ ସେ ୪୭ଟି ମଧ୍ୟରୁ ୪୫ଟି ମ୍ୟାଚ ଖେଳିଥିଲେ ଏବଂ ହାରାହାରି ୨୩ଟି ଇନିଂସରେ ୧୬୯୮ ରନ ସ୍କୋର କରିଥିଲେ। ଏଥି ସହିତ ସେ ୧୮୭୭ ଓଭର ବୋଲିଂ ମଧ୍ୟ କରିଥିଲେ। ସେଥିମଧ୍ୟରୁ ସେ ୮୩୧ ଓଭର ବୋଲିଂ କରିଥିଲେ। ସେ ହାରାହାରି ୧୦ ରେ ୨୫୭ ଉଇକେଟ ନେଇଥିଲେ। ତାଙ୍କ କ୍ୟାରିୟରରେ ସେ ଉଇକେଟ କିପର ଦାୟିତ୍ୱ ତୁଲାଇ ୪ଟି ଷ୍ଟମ୍ପିଂ କରିଥିଲେ। ମୁଲାଗ ୧୮୬୬ମସିହାରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?