Posted inଜାତୀୟ

ବୁଧବାର ଭାରତରେ ପହଞ୍ଚିବ ରାଫାଲ

ଅମ୍ବାଲା,୨୮।୭: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ମାରାତ୍ମକ ବୋମା ସହ ସଜ୍ଜିତ ଭାରତୀୟ ବାୟୁସେନାର ଘାତକ ଯୁଦ୍ଧ ବିମାନ ରାଫାଲ ଜୁଲାଇ ୨୯ରେ ପଞ୍ଜାବର ଅମ୍ବାଲାରେ ପହଞ୍ଚିବ। ଏଥିପାଇଁ ଅମ୍ବାଲା ଏୟାରଫୋର୍ସର ଆଖପାଖ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଛି। ଏକ ସପ୍ତାହ ମଧ୍ୟରେ, ଏହି ବିମାନକୁ କୌଣସି ମିଶନ ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ରହିଛି। ଏହି ଯୁଦ୍ଧ ବିମାନକୁ ଉଡ଼ାଇବା ପାଇଁ ମୋଟ ୧୨ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୭ରେ ଫ୍ରାନ୍ସରୁ ସମୁଦାୟ ୫ଟି ରାଫେଲ ଭାରତ ଅଭିମୁଖେ ବାହାରିଥିଲା। ମଙ୍ଗଳବାର ଏହା ଆବୁଧାବିରେ ଅବତରଣ କରିଥିବା ବେଳେ ଏହାର ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ କରାଯାଇଛି। ଏହାପରେ ଭାରତ ଅଭିମୂଖେ ରାଫାଲ ଉଡାଣ ଭରିଥିଲା। ଚାଇନା ଓ ପାକିସ୍ତାନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରାଫାଲ ଭାରତକୁ ଆସିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହେଲେ NCP ଅଧ୍ୟକ୍ଷ

ମୁମ୍ବାଇ,୨୧।୪: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)ର ଅଧ୍ୟକ୍ଷ ଏବଂ ରାଜ୍ୟ ସଭା ଏମପି ଶରଦ ପାୱାରଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ…

ଷ୍ଟିଲ୍‌ସିଟିରେ ରାଷ୍ଟ୍ରପତି: ଅଭିଭାଷଣରେ କହିଲେ ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ, ସଂଗ୍ରାମ ହେଉଛି…

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲ ସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ…

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ…

ଇସଲାମାବାଦ ଆଲୋଚନାରେ ନୂଆ ଟୁଇଷ୍ଟ! ଯୋଗ ଦେବେ ଟ୍ରମ୍ପ, ଇରାନ ପାଇଁ ଏହା ସରପ୍ରାଇଜ ନାଁ ଆଶ୍ଚର୍ଯ୍ୟକର ଘଟଣା? ଜାଣନ୍ତୁ…

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସଲାମାବାଦରେ ହେବାକୁ ଥିବା ଇରାନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି; କିନ୍ତୁ, ସେ ବ୍ୟକ୍ତିଗତ ଭାବରେ ଯୋଗ…

ମୁଁ ନିଜକୁ ଅସହଜ ମନେ କରୁଛି….ମୈଥିଲିଙ୍କ ଚାଞ୍ଚଲ୍ୟକର ବୟାନ

କୋଲକାତା,୨୧।୪:ଭାଜପା ବିଧାୟକ ମୈଥିଲି ଠାକୁର ବଙ୍ଗଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ହୁଗଲି (ପଶ୍ଚିମବଙ୍ଗ)କୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ବଙ୍ଗଳାରେ ପହଞ୍ଚିବା ପରେ…

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri