ତେଜସ୍କ୍ରିୟ ଆବର୍ଜନା

ଶକ୍ତି ଅପରିହାର୍ଯ୍ୟ। କାମ କରିବା ସକାଶେ ଆମକୁ ଶକ୍ତି ଦରକାର। କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ ଶକ୍ତି ଦରକାର। ଖାଦ୍ୟ ଖାଇଲେ ଆମ ଶରୀରକୁ ଶକ୍ତି ମିଳେ। କିନ୍ତୁ ଗାଡ଼ିମୋଟର ଓ କଳକାରଖାନା ଚାଲିବା ପାଇଁ କୋଇଲା, ଇନ୍ଧନଗ୍ୟାସ୍‌, ପେଟ୍ରୋଲ୍‌, ଡିଜେଲ୍‌ କିମ୍ବା ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ। କିନ୍ତୁ ଏଇ କିଛି ବର୍ଷ ଭିତରେ ପ୍ରାକୃତିକ ଶକ୍ତି ଉତ୍ସଗୁଡ଼ିକର ଅଧିକ ବ୍ୟବହାର ଓ ଆମର ଅବିବେକିତା ଫଳରେ ସେହି ପ୍ରାକୃତିକ ଶକ୍ତି ଉତ୍ସଗୁଡ଼ିକ ସରିବାକୁ ଯାଉଛି। ତାହା ଏବେ ଚିନ୍ତାର ବିଷୟ। ସେଥିପାଇଁ ଏବେ ପ୍ରାକୃତିକ ଶକ୍ତିଉତ୍ସ ବଦଳରେ ବିକଳ୍ପ ଶକ୍ତିଉତ୍ସର ସନ୍ଧାନ ଦିଗରେ ଆମର ପ୍ରୟାସ ଜାରିରହିଛି। ନିଃସନ୍ଦେହ, ସେହି ଯାତ୍ରାରେ ନୂତନ ଶକ୍ତିର ସନ୍ଧାନ ପ୍ରକ୍ରିୟାରେ ପରମାଣୁ ଶକ୍ତି (ଆଟମିକ୍‌ ଏନର୍ଜି) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସତ କହିଲେ ଆମର ବିଦ୍ୟୁତ୍‌ ଶକ୍ତି ଦରକାର। ପରମାଣୁ ଶକ୍ତି କହିଲେ ବି ଆମେ ପରମାଣୁ ଶକ୍ତିରୁ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନକୁ ହିଁ ବୁଝିଥାଉ। ଆମେ ଜାଣୁ, ବସ୍ତୁର ଗୁଣ ରହିଥିବା ସବୁଠାରୁ ଛୋଟ କଣିକା ହେଉଛି ‘ଅଣୁ’ (ମୋଲିକ୍ୟୁଲ୍‌)। ଆହୁରି ଛୋଟ ଛୋଟ କଣିକାକୁ ନେଇ ଅଣୁ ଗଠିତ, ଯାହାର ନାମ ‘ପରମାଣୁ’ (ଆଟମ୍‌)। ଉଦାହରଣ- ଦୁଇଟା ଉଦ୍‌ଜାନ ପରମାଣୁ ଓ ଗୋଟଏ ଅମ୍ଳଜାନ ପରମାଣୁକୁ ନେଇ ଗୋଟିଏ ଜଳଅଣୁ ତିଆରି ହୁଏ। ପରମାଣୁର କେନ୍ଦ୍ରରେ ‘ନିଉକ୍ଲିୟସ୍‌’ ରହିଥାଏ। ବଡ଼ ନିଉକ୍ଲିୟସ୍‌ ଭାଙ୍ଗିଯାଇ ଛୋଟ ଛୋଟ ନିଉକ୍ଲିୟସ୍‌ ସୃଷ୍ଟି କରିପାରେ। ଏହାକୁ ନିଉକ୍ଲୀୟ ବିଭାଜନ (ଫିଶନ୍‌) ପ୍ରକ୍ରିୟା କୁହାଯାଏ। ଛୋଟ ଛୋଟ ନିଉକ୍ଲିୟସ୍‌ ଯୋଡ଼ି ହୋଇ ମଧ୍ୟ ବଡ଼ ନିଉକ୍ଲିୟସ୍‌ ତିଆରି କରିପାରନ୍ତି। ଏହାକୁ ନିଉକ୍ଲୀୟ ସଂଯୋଜନ (ଫିଉଜନ୍‌) କୁହାଯାଏ। ଉଭୟ ପ୍ରକ୍ରିୟାରେ ବିପୁଳ ପରିମାଣରେ ଶକ୍ତି ମିଳିଥାଏ। ଏହି ଶକ୍ତିକୁ ନିଉକ୍ଲୀୟ ଶକ୍ତି ବା ପରମାଣୁ ଶକ୍ତି (ଆଟମିକ୍‌ ଏନର୍ଜି) କୁହାଯାଏ। ପରମାଣୁ ଶକ୍ତି ଉତ୍ପାଦନ ସକାଶେ ପୃଥିବୀର ଶତାଧିକ ପରମାଣୁ ରିଆକ୍ଟର ତିଆରି କରାଯାଇଛି। ପ୍ରକୃତରେ ପରମାଣୁରୁ ଆମକୁ ସିଧାସଳଖ ବିଜୁଳିଶକ୍ତି ମିଳେନାହିଁ। ବରଂ ଏହି ପରମାଣୁ ଶକ୍ତି ଆମକୁ ତାପ ରୂପରେ ମିଳେ। ଏହି ତାପକୁ ବ୍ୟବହାର କରି ପ୍ରଥମେ ପାଣି ଗରମ କରାଯାଏ। ସେଥିରୁ ମିଳୁଥିବା ଜଳୀୟବାଷ୍ପ ଦ୍ୱାରା ଜେନେରେଟର ଚାଲେ ଓ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ। ତେଣୁ ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ହେଉଛି ମୂଳତଃ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର।
ପରମାଣୁ ଶକ୍ତି ଉପତ୍ାଦନ ପ୍ରକ୍ରିୟାରେ ଗୋଟିଏ ବଡ଼ ବାଧକ ହେଉଛି ମାରାତ୍ମକ ତେଜସ୍କ୍ରିୟ ଆବର୍ଜନା (ରେଡିଓଆକ୍ଟିଭ୍‌ େଓଷ୍ଟ)। ପରମାଣୁ ଶକ୍ତିରୁ ବିଜୁଳି ଉପତ୍ାଦନ ସକାଶେ ଯେଉଁ ପରମାଣୁ ରିଆକ୍ଟର୍‌ ବ୍ୟବହାର ହୁଏ, ସେଥିରେ ତେଜସ୍କ୍ରିୟ ପଦାର୍ଥ ବ୍ୟବହାର କରାଯାଏ। ରିଆକ୍ଟର୍‌ ଭିତରୁ ବାହାରୁଥିବା ଆବର୍ଜନାରେ ମଧ୍ୟ ପ୍ରଚୁର ତେଜସ୍କ୍ରିୟ ପଦାର୍ଥ ରହିଥାଏ। ତେଜସ୍କ୍ରିୟ ପଦାର୍ଥରୁ ବାହାରୁଥିବା ବିକିରଣ ଆମର ଜୀବକୋଷକୁ ନଷ୍ଟ କରେ ଓ ଆମ ଶରୀରରେ କର୍କଟରୋଗ ସୃଷ୍ଟି କରେ। ଆବର୍ଜନାରେ ଏହି ମାରାତ୍ମକ ଗୁଣ ଶହ ଶହ ବର୍ଷ ଧରି ରହିଥାଏ। ସେଥିପାଇଁ ତ ତେଜସ୍କ୍ରିୟ ଆବର୍ଜନାର ରକ୍ଷଣାବେକ୍ଷଣ ସମ୍ପ୍ରତି ପରମାଣୁ ଶକ୍ତି ଉତ୍ପାଦନ କରୁଥିବା ଦେଶଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଆମେରିକା ଓ ଫ୍ରାନ୍‌ସ ପରି ଦେଶଗୁଡ଼ିକ ପକ୍ଷରେ ମଧ୍ୟ ତେଜସ୍କ୍ରିୟ ଆବର୍ଜନାକୁ ଫିଙ୍ଗିବା ପାଇଁ ଜାଗା ଖୋଜିବାରେ ଅସୁବିଧା ଲାଗି ରହିଛି। କିଛିଦିନ ତଳେ ଆମେରିକାର କେତେକ ଡାକ୍ତରଖାନା ଓ ଗବେଷଣା ସଂସ୍ଥା ନିକଟରେ ସେଭଳି ଆବର୍ଜନା ଜମା ହେଉଥିବାର ଖବର ଚର୍ଚ୍ଚାର ବିଷୟ ହୋଇଥିଲା। ରିଆକ୍ଟର୍‌ ଭିତରୁ ବାହାରୁଥିବା ଆବର୍ଜନାକୁ ତିନିଟା ବର୍ଗରେ ବିଭକ୍ତ କରାଯାଇଛି। ଆଜି ଭାରତରେ ପ୍ଲୁଟୋନିୟମ୍‌ ବ୍ୟବହାର କରାଯାଉଛି। ଭାରତରେ ବର୍ଷକୁ ପ୍ରାୟ ୧୦୦ ମିଟର ଲମ୍ବ, ୧୦ ମିଟର ଓସାର ଓ ୫ ମିଟର ଉଚ୍ଚତା ବିଶିଷ୍ଟ ଏକ ଗାତ ଆୟତନର ଅତି-ବିପଦପୂର୍ଣ୍ଣ ଆବର୍ଜନା ବାହାରେ। ଏହା ବ୍ୟତୀତ ମଧ୍ୟମ ଓ ଅଳ୍ପ ବିପଦପୂର୍ଣ୍ଣ ଆବର୍ଜନା ମଧ୍ୟ ରହିଛି। ଏହି ଆବର୍ଜନାର ଯଥାସମ୍ଭବ ସୁାରୁ ପରିାଳନା କରାଯାଉଛି। କିନ୍ତୁ ଭବିଷ୍ୟତରେ ତେଜସ୍କ୍ରିୟ ଆବର୍ଜନାର ପରିାଳନା ନିଃସନ୍ଦେହ କଷ୍ଟକର ବ୍ୟାପାର ହେବ।
ତେଜସ୍କ୍ରିୟ ଆବର୍ଜନା ପରିାଳନା କହିଲେ, ତେଜସ୍କ୍ରିୟ ଆବର୍ଜନାକୁ ସୁରକ୍ଷିତ ବାକ୍ସ ଭିତରେ ପୂରେଇ ସମୁଦ୍ର ଭିତରେ ଶହ ଶହ ମିଟର ତଳେ ପୋତାଯାଏ। କିଛି ବର୍ଷ ତଳେ ସୁଇଡେନର ପରମାଣୁ ଆବର୍ଜନା ପରିାଳନା ଉପରେ ର୍ଚ୍ଚା ହୋଇଥିଲା। ସୁଇଡେନ୍‌ ତାହାର ରିଆକ୍ଟର୍‌ରୁ ବାହାରୁଥିବା ପାଉଁଶକୁ ସୁରକ୍ଷିତ ବାକ୍ସରେ ଭର୍ତ୍ତି କରି ବାଲ୍ଟିକ୍‌ ସମୁଦ୍ରରେ ୫୦ ମିଟର ତଳେ ରଖୁଛି। ଅତି ସକ୍ରିୟ ଆବର୍ଜନାକୁ ପଥର ତଳେ ୫୦୦ ମିଟର ଗଭୀରତାରେ ପୋତିବାର ବ୍ୟବସ୍ଥା ମଧ୍ୟ କରୁଛି। ସମ୍ପ୍ରତି ତେଜସ୍କ୍ରିୟ ଆବର୍ଜନାର ସୁରକ୍ଷିତ ପରିବହନ ଓ ନିଷ୍କାସନ ସକାଶେ ପରୀକ୍ଷା ାଲିଛି। ବୈଜ୍ଞାନିମାନେ ଲେଜର ରଶ୍ମିର ସାହାଯ୍ୟ ନେଇ ଆବର୍ଜନାରେ ରହିଥିବା ତେଜସ୍କ୍ରିୟ ଉପାଦାନ ଆୟୋଡିନ ଜୀବନକାଳକୁ କମ୍‌ କରିବାକୁ ସମର୍ଥ ହୋଇଛନ୍ତି। ଆବର୍ଜନା ବାହାରିବା ପୂର୍ବରୁ ତେଜସ୍କ୍ରିୟ ଉପାଦାନଗୁଡ଼ିକୁ ଅଧିକ ନିଷ୍କ୍ରିୟ କରିଦେବାର ବ୍ୟବସ୍ଥା କରାଯାଉଛି। ଏବେ କେତେକ ସେରାମିକ୍‌ ବାକ୍ସରେ ବିପଦସଙ୍କୁଳ ଆବର୍ଜନାକୁ ଶହ ଶହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ସାଇତିବା ସମ୍ଭବ ବୋଲି ଜଣାପଡ଼ିଛି।
ବାଧକ ସାଜିଥିବା ଆବର୍ଜନା ସକାଶେ ଆଜି ପରମାଣୁ ଶକ୍ତି ଉତ୍ପାଦନ ପ୍ରତି ଉଦାସୀନତା ଦେଖାଦେଇଛି। ପରମାଣୁ ଶକ୍ତି ଉତ୍ପାଦନ ପରବର୍ତ୍ତୀ ଭୟାବହତାକୁ ଆଖି ଆଗରେ ରଖି ପୃଥିବୀର ଏକାଧିକ ରାଷ୍ଟ୍ର ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ର ପ୍ରତି ପରାଙ୍ଗମୁଖ ଭାବ ପ୍ରଦର୍ଶନ କରିଛନ୍ତି। କେତେକ ବିକଶିତ ଦେଶରେ ପରମାଣୁ କ୍ଷେତ୍ରରେ ଖର୍ଚ୍ଚକାଟ କରିବା ପାଇଁ ାପ ପଡୁଛି। ଏବେ ସୁଇଡେନ୍‌ ସମେତ କେତେକ ଦେଶରେ ନିକଟ ଭବିଷ୍ୟତରେ ପରମାଣୁ ଶକ୍ତି ଉତ୍ପାଦନକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ିନ୍ତା କରାଯାଉଛି। ଅନେକ ପୁରୁଣା କେନ୍ଦ୍ରକୁ ପୂରା ବନ୍ଦ କରିବା ପାଇଁ ଫ୍ରାନ୍ସ ନିର୍ଣ୍ଣୟ ନେଇଛି। ଜର୍ମାନୀ ମଧ୍ୟ ୧୯୯୮ ମସିହାରେ ଏଇ ଦିଗରେ ଯୋଜନା ଆରମ୍ଭ କରିଛି। ଆମେରିକାରେ ନୂତନ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବା ଦିଗରେ ଆଗ୍ରହ ନାହିଁ। ତା’ର ପରମାଣୁ କ୍ଷେତ୍ରରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିର ପରିମାଣ ହ୍ରାସ ପାଉଛି। ଏହି ପରିପ୍ରେକ୍ଷୀରେ ଭାରତର ବ୍ୟାପକ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ଦିଗରେ ପ୍ରୟାସକୁ ଅନେକ ମହଲରେ ଅଗ୍ରାହ୍ୟ କରାଯାଇଛି।

ଡ. କମଳାକାନ୍ତ ଜେନା
-ଓ.ଇ.ଏସ୍‌.-୧, ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri