ସୂଚନା ଅଧିକାର ଆଇନ ଉପରେ ଆକ୍ରମଣ

ଗତ କିଛିଦିନ ତଳେ ୟୁଟ୍ୟୁବ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସୁପ୍ରିମ୍‌କୋର୍ଟର ଜଣେ ବିଚାରପତି ମାମଲା ଶୁଣାଣି ସମୟରେ ଜଣେ ଆଡଭୋକେଟ୍‌ଙ୍କୁ ସେ କାହିଁକି ମ୍ୟୁନିସିପାଲିଟିକୁ ଉକ୍ତ ସଂସ୍ଥାର ବଜେଟ, କର୍ମଚାରୀ ନିଯୁକ୍ତି ସମ୍ପର୍କିତ ତଥ୍ୟ ମାଗିଥିଲେ ଓ ଏହିସବୁ ତଥ୍ୟ ଇନ୍‌ସପେକ୍ସନ କରିବା ପାଇଁ ଦର୍ଶାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ବିଚାରପତି ଜଣକ ଏହିଭଳି ତଥ୍ୟ ମାଗିଥିବାରୁ ଆଡଭୋକେଟ୍‌ଙ୍କୁ ଆର୍ଥତ୍କ ଦଣ୍ଡବିଧାନ କରିବେ ବୋଲି ମଧ୍ୟ ଧମକାଉଥିବାର ଦେଖିବାକୁ ମିଳିଥିଲା। କିଛି ମାସ ତଳେ ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌.ପାଉଲ ବସନ୍ଥ କୁମାର ଏବଂ ଜଷ୍ଟିସ୍‌ କେ. ରବିଚନ୍ଦ୍ର ବାବୁ ଏକ ମାମଲାର ଶୁଣାଣିକରି ତଥ୍ୟ ମାଗିବା ସମୟରେ ଆବେଦନକାରୀମାନଙ୍କୁ କାରଣ ଦର୍ଶାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ସେପ୍ଟେମ୍ବରରେ କର୍ନାଟକ ହାଇକୋର୍ଟ ଜଣେ ସୂଚନା ଅଧିକାର କର୍ମୀଙ୍କଠାରୁ ୯,୬୪,୦୦୦ଟଙ୍କା କୋର୍ଟ ଫି’ ବାବଦରେ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅଧିକାର କର୍ମୀ ଦାଭଲସାବ ମିୟାନ୍‌ଭାର ୧୪ ସରକାରୀ ବିଭାଗକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ତଥ୍ୟ ହାସଲ ପାଇଁ ୯,୬୪୬ ଦରଖାସ୍ତ କରିଥିଲେ। କିନ୍ତୁ ତାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲା। ସେଥିପାଇଁ ସେ କର୍ନାଟକ ସୂଚନା କମିଶନରେ ଅପିଲ କରିଥିଲେ। କମିଶନ ତାଙ୍କ ଅପିଲ ଖାରଜ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏତେ ଦରଖାସ୍ତ କାହିଁକି ପକାଇଛ ଏବଂ ଏହାଦ୍ୱାରା ସୂଚନା ଆଇନକୁ ଅପବ୍ୟବହାର କରୁଛ ଇତ୍ୟାଦି ଦର୍ଶାଇ ତାଙ୍କ ଉପରେ ଜରିମାନା କରିଥିଲେ।
ସମ୍ବିଧାନର ଧାରା ୧୯(୧) (ଏ) ଅନୁଯାୟୀ, ସୂଚନା ପାଇବା ନାଗରିକଙ୍କ ମୌଳିକ ଅଧିକାର। ସେଥିପାଇଁ ସୂଚନା ଅଧିକାର ଆଇନର ଧାରା ୬(୨) ରେ ବ୍ୟବସ୍ଥା ଅଛି ଯେ, ସୂଚନା ଲାଗି ଆବେଦନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ କେବଳ ତାଙ୍କ ସହ ଯୋଗାଯୋଗ ପାଇଁ ଆବଶ୍ୟକ ପଡୁଥିବା ବିବରଣୀ ଛଡ଼ା ସମ୍ପୃକ୍ତ ସୂଚନା ନିମନ୍ତେ ଚାହିଁବା ପଛରେ କୌଣସି କାରଣ ଦର୍ଶାଇବା ବା ଅନ୍ୟ କୌଣସି ବ୍ୟକ୍ତିଗତ ବିବରଣୀ ଦେବା ଆବଶ୍ୟକ ନାହିଁ। ଅର୍ଥାତ୍‌ ସୂଚନା ପାଇଁ ଆବେଦନ କଲାବେଳେ ଜଣେ ନାଗରିକଙ୍କୁ କୌଣସି କାରଣ ଦର୍ଶାଇବା ଦରକାର ନାହିଁ। ସେ କାହିଁକି ସୂଚନା ମାଗୁଛନ୍ତି ବୋଲି କେହି ପ୍ରଶ୍ନ କରିପାରିବେ ନାହିଁ। ୧୯୭୫ ମସିହାରେ ରାଜନାରାୟଣଙ୍କ ଦ୍ୱାରା ହୋଇଥିବା ମାମଲାର ବିଚାର କରି ଜଷ୍ଟିସ୍‌ କେ.କେ. ମାଥ୍ୟୁ ଦର୍ଶାଇଥିଲେ ଯେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଥିବା ସମସ୍ତ ଅନୁଷ୍ଠାନ ନାଗରିକମାନଙ୍କ ନିକଟରେ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ। ନାଗରିକମାନଙ୍କର ସରକାରୀ ବ୍ୟବସ୍ଥା ସମ୍ପର୍କରେ ଜାଣିବାର ଅଧିକାର ରହିଛି। ବିଭିନ୍ନ ସମୟରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ନାଗରିକମାନଙ୍କର ସୂଚନା ପାଇବା ଅଧିକାର ସାମ୍ବିଧାନିକ ଅଧିକାର ବୋଲି ମତବ୍ୟକ୍ତ କରିଛନ୍ତିି। କାରଣ ଏହା ସମ୍ବିଧାନର ଧାରା ୧୯ (ବାକ୍‌ ସ୍ବାଧୀନତାର ଅଧିକାର)କୁ ପ୍ରତିପାଦିତ କରୁଛି।
ଅନେକ ସମୟରେ ସୁପ୍ରିମକୋର୍ଟ ବା ହାଇକୋର୍ଟଙ୍କ ରାୟ ଜନସାଧାରଣଙ୍କୁ ସୂଚନା ପାଇବାର ଅଧିକାର କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି। ଅଗଷ୍ଟ ୨୦୧୧ ମସିହାରେ ସୁପ୍ରିମକୋର୍ଟ ଆଦିତ୍ୟ ବନ୍ଦୋପାଧ୍ୟାୟ ବନାମ ସିବିଏସ୍‌ଇ ମାମଲାର ବିଚାରକରି ତାଙ୍କ ରାୟ (ପାରା-୩୭)ରେ ଦର୍ଶାଇଛନ୍ତି, ପ୍ରଶାସନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷାକରିବା ସହ ଦୁର୍ନୀତିର ପ୍ରତିହତ ପାଇଁ ନାଗରିକମାନଙ୍କ ହାତରେ ସୂଚନା ଅଧିକାର ଆଇନ ଏକ ବଡ଼ ଅସ୍ତ୍ର। ତେଣୁ ସୂଚନା ଅଧିକାର ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବା ଉଚିତ ଏବଂ ସୂଚନା ଆଇନର ଧାରା ୪ (୧) (ବି) ସମ୍ପର୍କିତ ସମସ୍ତ ସ୍ବୟଂ ପ୍ରକଟନୀୟ ସୂଚନାଗୁଡ଼ିକର ପ୍ରକାଶନ ପାଇଁ ସବୁମତେ ଉଦ୍ୟମ ହେବା ଉଚିତ, ଯାହାଦ୍ୱାରା ସମସ୍ତ ଜନକର୍ତ୍ତୃପକ୍ଷଙ୍କ କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ। କୋର୍ଟ ପୁଣି ଦର୍ଶାଇଛନ୍ତି, ଯଦି ନାଗରିକମାନେ ଆଜେ ବାଜେ ଅଯଥା ଓ ଅତ୍ୟନ୍ତ ଅନାବଶ୍ୟକ ତଥ୍ୟ (ଯାହାର ପ୍ରଶାସନିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ସମ୍ପର୍କିତ ନୁହେଁ) ମାଗନ୍ତି, ତେବେ ଏହାର କୁପ୍ରଭାବ ପ୍ରଶାସନ ଉପରେ ପଡ଼ିବ। ଏହିସବୁ ତଥ୍ୟ ସଂଗ୍ରହ କରିବା ଓ ପ୍ରଦାନ କରିବାରେ ପ୍ରଶାସନିକ କଳର ଅଯଥା ସମୟ ଅପଚୟ ହେବ। ଆଇନର ଏହି ଅପବ୍ୟବହାରକୁ ରୋକ୍‌ ଦେବାକୁ ପଡ଼ିବ। ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଭ୍ରାତୃଭାବ, ସମାନତା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବକୁ ନଷ୍ଟକଲା ଭଳି ବା ଦେଶର ବିକାଶ ଓ ସଂହତି କ୍ଷୁଣ୍ଣ କଲା ଭଳି ସୂଚନା ଆଇନକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ନାହିଁ। ସଚ୍ଚୋଟ ଅଫିସରମାନଙ୍କୁ ଭୟଭୀତ ବା ଧମକାଇବା ପାଇଁ ସୂଚନା ଆଇନ ବ୍ୟବହାର ହେବା ଉଚିତ ନୁହେଁ। ଦେଶରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ନ ହେଉ ଯାହାଦ୍ୱାରା ୭୫ଭାଗ କର୍ମଚାରୀ ସେମାନଙ୍କ ୭୫ଭାଗ ସମୟ କେବଳ ସୂଚନା ସଂଗ୍ରହରେ ବିନିଯୋଗ ନ ହେଉ।
ଉପରଲିଖିତ ମନ୍ତବ୍ୟ କୌଣସି ତଥ୍ୟ ଉପରେ ଆଧାରିତ ନ ଥିଲା ବା ଉକ୍ତ ମାମଲା ସମ୍ପର୍କିତ ନ ଥିଲା। ପୁଣି କୋର୍ଟ ଯେଉଁ ଟିପ୍ପଣୀ ଦେଇଥିଲେ ଏହା କୌଣସି ଅଧ୍ୟୟନ ରିପୋର୍ଟ ଉପରେ ଆଧାରିତ ନ ଥିଲା। ସୂଚନା ପାଇଁ ଆବେଦନ କରି ଅଫିସରମାନଙ୍କୁ ଧମକ ଦିଆଯାଉଛି, ସେତେବେଳେ କୌଣସି ଅଫିସର ଏପରି ଅଭିଯୋଗକରି ନ ଥିଲେ। ପୁଣି ସୂଚନା ପାଇଁ ଆବେଦନକରି ଦେଶର ଅଖଣ୍ଡତା ଓ ଭ୍ରାତୃଭାବ ନଷ୍ଟକରାଯାଉଛି, ଏପରି କୌଣସି ଅଭିଯୋଗ ଆସି ନ ଥିଲା। ଦେଶର ବହୁ ବୁଦ୍ଧିଜୀବୀ ୨୦୧୧ ମସିହାର ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀକୁ ନାପସନ୍ଦ କରିଥିଲେ।
ସୁପ୍ରିମକୋର୍ଟଙ୍କ ରାୟର ଏହି ଟିପ୍ପଣୀ ଅନେକ ସ୍ଥଳେ ସୂଚନା ପ୍ରଦାନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥିଲା। ବହୁ କ୍ଷେତ୍ରରେ ପିଆଇଓମାନେ ଅବାନ୍ତର ଯୁକ୍ତି ଦର୍ଶାଇ ଜନସ୍ବାର୍ଥ ସମ୍ବଳିତ ଅନେକ ଦରଖାସ୍ତ ଖାରଜକଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେନାହିଁ। ପୁଣି ଅନେକ ସ୍ଥାନରେ ସୂଚନା ଅଧିକାର କର୍ମୀମାନଙ୍କୁ ହତ୍ୟାକରାଗଲା। ଅନେକ ଥାନାରେ ମିଛ ମାମଲା କରାଯାଇ ସେମାନଙ୍କୁ ଜେଲରେ ଭର୍ତ୍ତି କରାଗଲା। ଏ ପର୍ଯ୍ୟନ୍ତ ଓଡ଼ିଶାରେ ୨୦ରୁ ଊର୍ଦ୍ଧ୍ୱ ସୂଚନା ଅଧିକାର କର୍ମୀଙ୍କୁ ଜେଲରେ ଭର୍ତ୍ତିକରାଯାଇଛି। ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ତଥ୍ୟ ମାଗିବାରୁ ୭୦ରୁ ଊର୍ଦ୍ଧ୍ୱ ସୂଚନା ଅଧିକାର କର୍ମୀଙ୍କୁ ମରଣାମତ୍କ ଆକ୍ରମଣ ଓ ନିର୍ଯାତନା ଦିଆଯାଇଛି। ସମଗ୍ର ଦେଶରେ ୫୦୦ରୁ ଊର୍ଦ୍ଧ୍ୱ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ଏମାନେ କେହି ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିନାହାନ୍ତି କି ଅଫିସରମାନଙ୍କୁ ହଇରାଣ କରିନାହାନ୍ତି। ବରଂ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦୁର୍ନୀତି ବିରୋଧରେ ସ୍ବରୋତ୍ତୋଳନକରି ଜେଲ ଯାଇଛନ୍ତି, ଆକ୍ରମଣର ଶିକାର ହୋଇଛନ୍ତି।
ତେଣୁ ଜନସାଧାରଣଙ୍କ ସୂଚନା ମାଗିବା ଅଧିକାର କ୍ଷେତ୍ରରେ କୌଣସି ପ୍ରତିବଦ୍ଧକ ଲଗାଇବା ଉଚିତ ନୁହେଁ। ସୂଚନା ପାଇଁ କିପରି ଅଧିକରୁ ଅଧିକ ଆବେଦନ ହେବ ଏବଂ ନାଗରିକଙ୍କୁ ଅଧିକ ସୂଚନା ପ୍ରଦାନ କରାଯାଇପାରିବ, ସେଥିପାଇଁ ସମସ୍ତ ସ୍ତରରେ ଉଦ୍ୟମ ହେବା ଉଚିତ। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ।
-ପ୍ରଦୀପ ପ୍ରଧାନ
ରାଜ୍ୟ ଆବାହକ
ଓଡ଼ିଶା ସୂଚନା ଅଧିକାର ଅଭିଯାନ
ମୋ-୯୯୩୭୮୪୩୪୮୨


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?