ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ପୁଅର ଶାବଳ ମାଡରେ ବାପା ମୃତ୍ୟୁବରଣ କରିଛନ୍ତି। ଖବରପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ନମୁନା ସଂଗ୍ରହ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ନର୍ଯଯଯା ମାମଲା ୨୪୧/୨୬ରେ ରୁଜୁ କରି ଅଭିଯୁକ୍ତ ପୁଅ ବିଜୟ ହେମ୍ବ୍ରମ (୨୬)କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ମୃତକ ଜଣକ ହେଲେ ବୟେଲ ହେମ୍ବ୍ରମ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ୬ଟା ସମୟରେ କୌଣସି କାରଣକୁ ନେଇ ବାପ ପୁଅ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ପୁଅ ବିଜୟ ଉତ୍ତ୍ୟକ୍ତ ହୋଇ ଏକ ଶାବଳରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବଡ଼ ପୁଅ ଦାସ ହେମ୍ବ୍ରମ ସୋମବାର ଥାନାରେ ବାପାଙ୍କ ହତ୍ୟାକାରୀ ନିଜ ସାନ ଭାଇ ବିଜୟ ହେମ୍ବ୍ରମଙ୍କ ବିରୋଧରେ ଲିଖିତ ଭାବରେ ହତ୍ୟା ଅଭିଯୋଗ ଦେଇଥିଲେ। ଘଟଣାସ୍ଥଳରୁ ମୃତ ଶବକୁ ଜବତ କରିବା ସହିତ ହତ୍ୟାକାରୀଙ୍କୁ ଥାନାରେ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି l
Dharitri – Odisha’s No.1 Odia Daily

