Posted inଜାତୀୟ

ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୨(ପିଟି): ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ପୋଲିସର ଏଫ୍‌ଆଇଆର୍‌କୁ ରଦ୍ଦ କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ରାଜ୍ୟ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କର୍ନାଟକ ସରକାରଙ୍କ ଆବେଦନର ଶୁଣାଣି କରି ନିକଟରେ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ପ୍ରାଥମିକ ତଦନ୍ତର ଉଦ୍ଦେଶ୍ୟ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ନୁହେଁ, ବରଂ ଯେଉଁ ତଥ୍ୟ ହସ୍ତଗତ ହୋଇଛି, ସେଥିରୁ ଏହା ଧର୍ତ୍ତବ୍ୟ ଅପରାଧ କି ନୁହେଁ ତାହା ସ୍ଥିର କରିବା। ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ମାମଲାରେ ପ୍ରାଥମିକ ତଦନ୍ତର ଆବଶ୍ୟକତା ରହିଥାଏ। କିନ୍ତୁ ସବୁ କ୍ଷେତ୍ରରେ ମାମଲା ରୁଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରାଯିବା ଏକ ବାଧ୍ୟତାମୂଳକ ଆବଶ୍ୟକତା ନୁହେଁ।
ଖଣ୍ଡପୀଠ ଆହୁରି କହିଛନ୍ତି, ଯଦି ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରେ ସୂଚନା ସମ୍ବଳିତ ବିସ୍ତୃତ ରିପୋର୍ଟର ଉତ୍ସ ଉପଲବ୍ଧ ରହିଥାଏ ଏବଂ ସେହି ତଥ୍ୟକୁ ଭିତ୍ତିକରି ଅନ୍ୟ ଜଣେ ଅଧିକାରୀଙ୍କୁ ଦୁର୍ନୀତିଜନିତ ଧର୍ତ୍ତବ୍ୟ ଅପରାଧରେ ଅଭିଯୁକ୍ତ କରାଯାଇପାରିବ, ସେହି ସ୍ଥଳେ ପ୍ରାଥମିକ ତଦନ୍ତକୁ ଏଡ଼ାଇ ଦିଆଯାଇପାରେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଆଲୋଚ୍ୟ ମାମଲାରେ ସରକାରୀ ଅଧିକାରୀ ଜଣକଙ୍କ ନିକଟରେ ଅଜ୍ଞାତ ସୂତ୍ରରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହାର ସମସ୍ତ ଦିଗକୁ ଅନୁଧ୍ୟାନ କରି କହିଛନ୍ତି, ଦୁର୍ନୀତି ନିର୍ବାରଣ ଆଇନ ଅଧୀନରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ପୂର୍ବରୁ ପ୍ରାଥମିକ ତଦନ୍ତର ଆବଶ୍ୟକତା ନ ଥିଲା। ଏଠାରେ ଇନ୍‌ଫର୍ମେଶନ୍‌ ରିପୋର୍ଟକୁ ପ୍ରାଥମିକ ତଦନ୍ତର ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ। ୨୦୨୩ ଡିସେମ୍ବର ୪ରେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଭୁଲ୍‌ ଦର୍ଶାଇବା ସହ ଏହି ଆଇନର ଧାରା ୧୭ (ତଦନ୍ତ ପାଇଁ ଅଧିକୃତ ବ୍ୟକ୍ତିଙ୍କ କ୍ଷମତା)ର ଉଲ୍ଲଂଘନ ଜଣେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା କରାଯାଇଥିବା କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ଏଫ୍‌ଆଇଆର୍‌କୁ ଖଣ୍ଡପୀଠ ବଳବତ୍ତର ରଖିବା ସହ ହାଇକୋର୍ଟ ରାୟକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri