ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ କରିଥାନ୍ତି। ରାଧିକା ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ୱାହ ଲାଇଫ ହୋ ତୋ ୟେସି’ରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ନିଜ ଅଭିନୟ ସହିତ ପ୍ରଶଂସକମାନଙ୍କୁ କ୍ରମାଗତ ଭାବରେ ଆଶ୍ଚର୍ଯ୍ୟ କରିଥାନ୍ତି। ରାଧିକା ରକ୍ତ ଚରିତ୍ର, ରକ୍ତ ଚରିତ୍ର ୨, ଶୋର ଇନ୍‌ ଦ ସିଟି, ମାନ୍‌ଝି ଦ ମାଉଣ୍ଟମ୍ୟାନ, ବଦଲାପୁର ଏବଂ ହଣ୍ଟର୍‌ ଭଳି ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି।
ଅଭିନୟ ବ୍ୟତୀତ ସେ ତାଙ୍କର ଏକ ନ୍ୟୁଡ୍‌ ସିନ୍‌ ଲିକ ହେବାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସେ ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ। ସୋସିଆଲ ମିଡିଆରେ ତାଙ୍କର କିଛି ନଗ୍ନ ଫଟୋ ଏବଂ ଭିଡିଓ ଲିକ ହୋଇଥିଲା। ଏହି ଭିଡିଓଟି ‘କ୍ଲିନ ସେଭେନ’ର କାହାଣୀ’ ମ୍ୟାଡଲି’ର ଏକ ଦୃଶ୍ୟରୁ ଥିଲା। ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲ। ଏବେ ରାଧିକା ଏହି ଲିକ ହୋଇଥିବା ଦୃଶ୍ୟ ଉପରେ ନିଜର ମତ ଦେଇଛନ୍ତି। ଏକ ସାକ୍ଷାତକାର ୪ ବର୍ଷ ପୁରୁଣା ଏହି ଭିଡିଓକୁ ନେଇ କହିଛନ୍ତି, ଏହି ଘଟଣା ମୋତେ ଭାଙ୍ଗିଦେଇଥିଲା। ଭିଡିଓ ଭାଇରାଲ ହେବା ପରେ ଲୋକେ ମୋତେ ଟ୍ରୋଲ୍‌ କରିଥିଲେ। ଖରାପ ମନ୍ତବ୍ୟ ମଧ୍ୟ ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ମୁଁ ୪ ଦିନ ପର୍ଯ୍ୟନ୍ତ ଘରୁ ବାହାରି ନ ଥିଲି।
ରାଧିକା ଆହୁରି ମଧ୍ୟ କୁହନ୍ତି, କେବଳ ଗଣମାଧ୍ୟମ ମୋ ବିଷୟରେ କିଛି ଲେଖୁ ନଥିଲା, ମୋର ଡ୍ରାଇଭର, ୱାଚମ୍ୟାନ ଏବଂ ଷ୍ଟାଇଲିଷ୍ଟର ଡ୍ରାଇଭରମାନେ ସେହି ଭିଡିଓ କ୍ଲିପ ଏବଂ ଭାଇରାଲ ହୋଇଥିବା ଫଟୋରୁ ମୋତେ ଚିହ୍ନିବା ଆରମ୍ଭ କରିଥିଲେ। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ମୋର କିଛି କହିବାର ନାହିଁ। ଏ ବିଷୟରେ କିଛି କହିବା ଦ୍ୱାରା ସମୟର ଅପଚୟ ହେବ, ତା’ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ...

ଅଭିନେତା ମୋହିତ୍‌ଙ୍କ ଦେହାନ୍ତ

ମୁମ୍ବାଇ, ୨୪।୫:ବଲିଉଡ୍‌ର ଜଣାଶୁଣା ଅଭିନେତା ମୋହିତ୍‌ ବାଘେଲଙ୍କ କ୍ୟାନ୍‌ସରରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମ୍‌ଟାଉନ୍‌...

ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର...

ଏହି ଗୀତର ଶୁଟିଂ ସମୟରେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆରାଧ୍ୟା ନାମକ ତାଙ୍କର...

ଏପିସୋଡ ପିଛା ମୋଟା ଅଙ୍କର ପାଉଣା ନେଇଥାନ୍ତି ‘ଅନୁପମା’; ବନରାଜ-ଅନୁଜଙ୍କଠାରୁ ବି ଢେର ଅଧିକ…

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ‘ଅନୁପମା’ ଧାରାବାହିକ ବେଶ ଲୋକପ୍ରିୟ। ଏଥିରେ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ନଜର ଆସୁଛନ୍ତି ରୁପାଲୀ ଗାଙ୍ଗୁଲୀ। ରୁପାଲୀଙ୍କ ଚରିତ୍ର...

ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ରିଲିଜ୍‌

ଶେଷରେ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟିଜର ମୁକ୍ତିଲାଭ କରିଛି। ଟିଜର୍‌କୁ...

ବିଗ୍‌ବସ୍‌ରୁ ବିଦା ହେବେ ସାଜିଦ ଖାଁ ! ସହାୟତା କରି ଫସିଲେଣି ସଲମାନ୍‌

ବମ୍ବେ: ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାର ଦିନ କେଇଟା ନପୁରୁଣୁ ବାହାର ହେବେ ଫିଲ୍ମନିର୍ମାତା ସାଜିଦ ଖାଁ। ହୋଷ୍ଟ ସଲମାନ ଖାଁ ଏହାକୁ ସହମତି ବି ଦେଇ...

ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ...

Advertisement
Archives

Model This Week