ବକ୍ସ ଅଫିସରେ ଖାତା ଖୋଲିପାରିବ ନାହିଁ ରାଧେ : ସଲମାନ

ମୁମ୍ବାଇ,୧୧।୫ : ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଫିଲକୁ ପ୍ରଡ୍ୟୁସ କରିଥିବା ସଲମାନ କହିଛନ୍ତି, ଜାଣିଶୁଣି କ୍ଷତି ସହିବାକୁ ପଡ଼ୁଛି। କାରଣ ମହାମାରୀ ସମୟରେ କୌଣସି ଥିଏଟର ଚାଲୁ ନାହିଁ। ଆଉ ମୁଁ ଫ୍ୟାନଙ୍କ ସହ ଇଦ୍‌ ପାଇଁ କମିଟମେଣ୍ଟ କରିଥିଲି। ଏଣୁ ଫିଲ୍ମକୁ ରିଲିଜ୍‌ କରୁଛି। ଫିଲ୍ମଟି ଜି ୫’ର ପେ ପର ଭ୍ୟୁ ଓ ଅଗ୍ରଣୀ ଡିଟିଏଚ୍‌ ଅପରେଟର୍ସଙ୍କ ନିକଟରେ ଉପଲବ୍ଧ ହେବ। ଜି ୫’ର ସହଯୋଗ ବିନା ମୁଁ ମୋ ଇଦ୍‌ କମିଟମେଣ୍ଟ ରଖି ପାରି ନ ଥାନ୍ତି। ମହାମାରୀରେ ଯୋଗୁ ଲୋକେ ଏବେ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଟିକେଟ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଖୁବ୍‌ ଶସ୍ତାରେ ଘରେ ଫିଲ୍ମର ମଜା ନେଇପାରିବେ।

ଆଉ ବର୍ଷେ ହେଲା କ୍ଷତି ସହୁଥିବା ସିନେମା ମାଲିକଙ୍କୁ କ୍ଷମା ମାଗିଛନ୍ତି ସଲମାନ। ଥିଏଟର ମାଲିକମାନେ ଏହି ଫିଲ୍ମରୁ ଲାଭ କରିବାକୁ ଆଶା ରଖିଥିଲେ। ଯଥା ସମ୍ଭବ ଆମେ ଅପେକ୍ଷା କରିଥିଲୁ। ମହାମାରୀ ଶେଷ ହେବା ପରେ ଫିଲ୍ମକୁ ପୂରା ଦେଶରେ ରିଲିଜ କରିପାରିବୁ ବୋଲି ଆଶା ଥିଲା। କିନ୍ତୁ ସେଭଳି କିଛି ହେଉ ନାହିଁ ବୋଲି ବଲିଉଡ୍‌ ଷ୍ଟାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଧେ ଫିଲ୍ମର ପ୍ରସାରଣ ଅଧିକାର ଜି୫’ ୧୯୦ କୋଟି ଟଙ୍କାରେ କିଣି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ ଡ୍ରେସ ପିନ୍ଧି ଚର୍ଚ୍ଚାରେ ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ଲକ୍ଷେ ଦିଲ୍ କି ଧଡକନ ପାଲଟି ଯାଇଛନ୍ତି । ବଲିଉଡ୍ ନାୟିକା...

ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍‌ଡେଡ୍‌ ଇନ୍‌ଷ୍ଟ୍ରାଗ୍ରାମ୍‌...

ଛଅ ମାସ ହେବ କରୋନା ରୋଗୀଙ୍କ ସେବା କରୁ କରୁ ନିଜେ କରୋନାରେ ପୀଡ଼ିତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରି ସାରିଥିବା ବେଳେ ପ୍ରାୟ ଘରେ ଘରେ କରୋନା ରୋଗୀ ଚିହ୍ନଟ କରାଗଲେଣି ।...

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି...

ଦୁଇଲକ୍ଷ ଟଙ୍କା ଲେହେଙ୍ଗାରେ ମଲାଇକାଙ୍କ ଗ୍ଲାମରସ ପୋଜ୍‌

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ତାଙ୍କ ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ । ଆଉ ତାଙ୍କର ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ହୃଦୟ ଜିତିବାରେ...

ଡବଲ ହ୍ୟାଟ୍ରିକ୍‌

ଅଭିନେତା ବବି ମିଶ୍ର ଖୁବ୍‌ଶୀଘ୍ର ନୂଆ ରୂପରେ ଦେଖାଦେବେ। ଅବଶ୍ୟ ‘ଜୟଶ୍ରୀରାମ’ ଚଳଚ୍ଚିତ୍ରର ନାୟକ ସାଜିବା ପରେ ସେ ଅନେକ ସିନେମାରେ ଖଳନାୟକ, ଚରିତ୍ର ଅଭିନେତା,...

କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

Advertisement
Seven Jackpot


Archives

Model This Week