ପୁନରୁଦ୍ଧାର ଅପେକ୍ଷାରେ ରାଧା, ଲଳିତା, ଶ୍ୟାମାକୁଣ୍ଡ

ଭୁବନେଶ୍ୱର,୬।୧(ବ୍ୟୁରୋ): ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଜାଗମରାରୁ ପ୍ରଭୁ ଅନନ୍ତ କେଶରୀ ଶୋଭାଯାତ୍ରାରେ ବାହାରି ଉଦୟଗିରିସ୍ଥିତ ଲଳିତାକୁଣ୍ଡରେ ଚାପ ଖେଳିବେ। ଖଣ୍ଡଗିରି-ଉଦୟଗିରିରେ ରହିଥିବା ୫ ପବିତ୍ର ତଥା ପୁରାତନ ଜଳାଶୟ ମଧ୍ୟରୁ ଲଳିତାକୁଣ୍ଡ ଗୋଟିଏ ହୋଇଥିବାବେଳେ ଏହା ଅବହେଳିତ ହୋଇପଡ଼ିଛି। ସେହିଭଳି ଖଣ୍ଡଗିରି ପାର୍ଶ୍ୱରେ ଥିବା ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଗୁପ୍ତ ଗଙ୍ଗା ଓ ଆକାଶଗଙ୍ଗା ମଧ୍ୟ ପବିତ୍ରତା ହରାଇବାରେ ଲାଗିଛି। ଐତିହ୍ୟସ୍ଥଳ ଖଣ୍ଡଗିରି ଓ ଉଦୟଗିରିରେ ରହିଥିବା ଏହି ପୁରାତନ ଜଳାଶୟଗୁଡ଼ିକ କୁଣ୍ଡଗୁଡ଼ିକର ନାମକରଣର ମଧ୍ୟ ବିଶେଷତ୍ୱ ରହିଛି। କଳିଙ୍ଗ ସମ୍ରାଟ ମହାମେଘବାହାନ ଐରଖାରବେଳଙ୍କ ସମୟରେ ଏହି କୁଣ୍ଡଗୁଡ଼ିକ ଖନନ କରାଯାଇଥିବା ବିଶ୍ୱାସ କରାଯାଏ। ଗଙ୍ଗା ମା’ଙ୍କ ନାମରେ ରହିଛି ଦୁଇଟି ଜଳାଶୟ ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାକୁ ନେଇ ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡର ନାମକରଣ କରାଯାଇଥିତ୍ବା ପୌରାଣିକ ମତ ରହିଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ହଜାର ହଜାର ସଂଖ୍ୟକ ପ୍ରତିଦିନ ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ଆସୁଛନ୍ତି। ଆବର୍ଜନାପୂର୍ଣ୍ଣ ଜଳାଶୟକୁ ଦେଖି ଆଉକେହି ତାହାକୁ ପବିତ୍ରକୁଣ୍ଡ ଭାବେ ବିଚାର କରୁନାହାନ୍ତି। ପୁରାତନ କାଳରେ ତପସ୍ୟା ପାଇଁ ଏଠାକୁ ଆସୁଥିବା ମୁନିଋଷିମାନେ ଏହି ଜଳାଶୟରେ ସ୍ନାନାଦି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ କୁମ୍ଭମେଳାକୁ ସମଗ୍ର ଭାରତ ବର୍ଷରୁ ଆସୁଥିବା ସାଧୁସନ୍ଥ ବ୍ୟବହାର କରିଥା’ନ୍ତି। ସ୍ବତନ୍ତ୍ର ମହତ୍ତ୍ୱ ରଖୁଥିବା ଏହି ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଯୋଜନା କରାଯାଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ବିଡ଼ମ୍ବନାର ବିଷୟ ହୋଇଛି।
ସୂଚନାଥାଉ କି, ଖଣ୍ଡଗିରି ପାହାଡ଼କୁ ସଂରକ୍ଷିତ ଓ ଅଣସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ଭାବେ ବର୍ଗୀକରଣ କରାଯାଇଛି। ଜୈନ ମନ୍ଦିର ଓ ବାରଭୂଜା ମନ୍ଦିର ଅଣସଂରକ୍ଷିତ ବର୍ଗରେ ରଖାଯାଇଥିବାବେଳେ ପାହାଡ଼ରେ ଥିବା ଐତିହାସିକ ଗୁମ୍ଫାଗୁଡ଼ିକ ସଂରକ୍ଷିତ ବର୍ଗରେ ସାମିଲ କରାଯାଇଛି। ବର୍ଷ ତମାମ ରାଜ୍ୟ ତଥା ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସନ୍ତି। ଅନେକ ଐତିହାସିକ ଓ ଐତିହ୍ୟ ଗବେଷକ ଏଠାକୁ ଆସି ଗବେଷଣା କରିଥା’ନ୍ତି। କିନ୍ତୁ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ବହନ କରୁଥିବା ୫ ଜଳାଶୟର ରକ୍ଷଣାବେକ୍ଷଣା କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଐତିହ୍ୟସ୍ଥଳ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ରହୁଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେବେ ପଞ୍ଚତୀର୍ଥ ଭାବେ ପରିଚିତ ଏହି ପାଞ୍ଚ ଜଳାଶୟର ପୁନରୁଦ୍ଧାର ସହ ଶିଳାଲେଖ ଆଦିର ଉପଯୁକ୍ତ ସଂରକ୍ଷଣ କରାଯିବା ନେଇ ସାଧାରଣରେ ଦାବି ହେଉଛି। ଆସନ୍ତା ଏପ୍ରିଲରେ ଦୁଇ ଐତିହ୍ୟ ପାହାଡ଼ର ଉନ୍ନତିକରଣ ପାଇଁ ଏଏସ୍‌ଆଇ ପକ୍ଷରୁ ଯୋଜନା କରାଯାଉଥିତ୍ବା ସୂଚନା ମିଳିଛି। ବାରଭୂଜା ଆଶ୍ରମ ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନାଙ୍କ କହିବାନୁସାରେ ଗତ କିଛିଦିନ ତଳେ ଏଏସ୍‌ଆଇର ଅଧିକାରୀମାନେ ସମସ୍ତ ଜଳାଶୟ ପରିଦର୍ଶନ କରିଥିଲେ। ଏଗୁଡ଼ିକର ପୁନରୁଦ୍ଧାର ପାଇଁ ଆଲୋଚନା କରାଯାଇଥିଲା। ସମସ୍ତ ଜଳାଶୟକୁ ପରିଷ୍କାର କରାଯିବା ସହ ଚାରିପଟେ ରେଲିଂ ଲଗାଯିବ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପରିଷ୍କରଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।

ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ
ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ଇନ୍‌ଚାର୍ଜ ସୁଶାନ୍ତ କର କହିଛନ୍ତି, ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଥିତ୍ବା ୫ ପବିତ୍ର ଜଳାଶୟ ଅବହେଳିତ ଥିବା ସେ ଅବଗତ ଅଛନ୍ତି। ଏନେଇ ବିଭାଗ ସହ ଆଲୋଚନା କରିବି। ଖଣ୍ଡଗିରି ମେଳା ପୂର୍ବରୁ ହୋଇଥିବା ଯୋଜନା କାର୍ଯ୍ୟକାରୀ କରାଯିବା ସହ ଆବଶ୍ୟକସ୍ଥଳେ ଯୋଜନାରେ ପରିବର୍ତ୍ତନ କରାଯାଇ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ମହତ୍ତ୍ୱ ଜାଣି ଆଶ୍ଚର୍ଯ୍ୟ ହେଲୁ, ରକ୍ଷଣାବେକ୍ଷଣ ଜରୁରୀ
ପର୍ଯ୍ୟଟକ ମନିଷ କହିଛନ୍ତି, ଆମେ ରାଜସ୍ତାନରୁ ଖଣ୍ଡଗିରି ବୁଲିବାକୁ ଆସିଥିଲୁ। ପାହାଡ଼ ଉପରେ ଜଳାଶୟ ମଧ୍ୟ ଦେଖିଲୁ, କିନ୍ତୁ ଜାଣି ନ ଥିଲୁ ଏସସବୁର ଏତେ ମହତ୍ତ୍ୱ ରହିଛି। ସ୍ଥାନୀୟ ଜଣେ ବନ୍ଧୁ ଆମ ସହ ଥିଲେ। ସେ ଏସସବୁ ବିଷୟରେ ଆମକୁ କହିବା ପରେ ଆମେ ଆଶ୍ଚର୍ଯ୍ୟ ହେଲୁ। ଯଦି ବାସ୍ତବରେ ଏସବୁ ଏତେ ପବିତ୍ର ଜଳାଶୟ ହୋଇଥାଏ ତେବେ ରକ୍ଷଣାବେକ୍ଷଣ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri